ETV Bharat / state

୩୩ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ସମ୍ପନ୍ନ - 33th bangonuda dhanujatra

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାଆଡମ୍ବରରେ ପାଳିତ ହୋଇଛି ବଙ୍ଗୋମୁଣ୍ଡା  ଧନୁଯାତ୍ରା।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର
author img

By

Published : Nov 13, 2019, 11:01 PM IST

ବଲାଙ୍ଗୀର: ଢୋଲ, ନିଶାନ, ତାଶା ଏବଂ ଘଣ୍ଟ ବାଦ୍ୟରେ କମ୍ପିଲା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାଆଡମ୍ବରରେ ପାଳିତ ହୋଇଛି ବଙ୍ଗୋମୁଣ୍ଡା ଧନୁଯାତ୍ରା । ଏହି ଅବସରରେ ହାତି ପିଠିରେ ବସି ମହାରାଜ କଂସ ଶୋଭାଯାତ୍ରା କରିଥିବା ବେଳେ ରଥରେ ଭଗବାନ କୃଷ୍ଣ ଏବଂ ବଳରାମ ସହରରେ ଶୋଭାଯାତ୍ରା କରିଥିଲେ । ଯାହାକୁ ଦେଖି ଦର୍ଶକ ବେଶ୍ ଆନନ୍ଦିତ ହୋଇଥିଲେ ଏବଂ ଯାତ୍ରାରେ ଲାଗିଥିବା ମୀନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମର ମଜା ନେଇଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ଚଳିତ ବର୍ଷ ଦର୍ଶକଙ୍କ ଉତ୍ସାହକୁ ଦେଖି ଆୟୋଜକ ବେଶ ଉତ୍ସାହିତ ହୋଇଥିଲେ ଓ ଆଗାମୀ ବର୍ଷରେ ଏହାକୁ ଆହୁରି ଆଡମ୍ବରରେ ପାଳନ କରିବାକୁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି । ତେବେ ଚଳିତ ବର୍ଷର ଏହି ଧନୁଯାତ୍ରାର ଉଦଯାପନୀ ଦିନରେ ରାଜକୀୟ ଅତିଥୀ ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମଙ୍ଗୋ, କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଯୋଗ ଦେଇଥିଲେ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ମହାସମାରୋହ ରେ ୩୩ ତମ ବଂଗୋମୁଣ୍ଡା ଧନୁଯାତ୍ରା ସମ୍ପନ୍ନ।Body:ଢୋଲ ନିଶାନ ତାଶା ଓ ଘଣ୍ଟ ବାଦ୍ୟରେ କମ୍ପିଲା ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ଗାଁ । ହାତି ପିଠିରେ ବସି ମହାରାଜ କଂସ ଙ୍କ ଶୋଭାଯାତ୍ରା ଓ ରଥରେ ବସି କୃଷ୍ଣ ବଳରାମ ଙ୍କ ଶୋଭାଯାତ୍ରା ସହିତ ମିନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଓ ଆତଶବାଜି ମନମୋହିଲା ଦର୍ଶକଙ୍କ ର । ପବିତ୍ର କାତ୍ତିକ ପୁର୍ଣ୍ଣିମା ଅବସରରେ ମହାଆଡମ୍ବରରେ ପାଳିତ ହେଲା ବଂଗୋମୁଣ୍ଡା ଧନୁଯାତ୍ରା । ବଂଗୋମୁଣ୍ଡା ନିକଟରେ ଥିବା ଗୋହିରାପଦର ଗୋପପୁର ହୋଇଥିବା ବେଳେ ବଂଗୋମୁଣ୍ଡା ହୋଇଥିଲା ମଥୁରା କଟକ । ସତେ ଯେପରି ସାରା ଗାଁ ହୋଇଯାଇଥିଲା ମଥୁରା ଓ ଗ୍ରାମବାସି ହୋଇଯାଇଥିଲେ ପ୍ରବଳପ୍ରତାପି କଂସ ଙ୍କ ପ୍ରଜା । ଅପରାହ୍ନ ରେ ବାହାରିଥିଲା ମହାରାଜ କଂସ ଙ୍କ ନଗର ଭ୍ରମଣ ପାଇଁ ଶୋଭାଯାତ୍ରା । ଅଷ୍ଟ ମଲ୍ଲ ଙ୍କ ସହ ହାତି ପିଠି ରେ ବସି ମହାରାଜା କଂସ ଙ୍କ ଶୋଭାଯାତ୍ରା ରେ ବାଜୁଥିଲା ଦୁଲଦୁଲି।ଢୋଲ ନିଶାନ ତାଶା ଓ ମହୁରିର ସମାହାରରେ ପ୍ରକମ୍ପିତ ହୋଇଊଠିଥିଲା ସାରା ବଂଗୋମୁଣ୍ଡା ଗଁ।। ମହାରାଜ କଂସ ମଧ୍ୟ ଏକ ସୁସଜ୍ଜିତ ହାତି ଉପରେ ବସି ସହର ପରିକ୍ରମା କରିଥିଲେ ଓ ପ୍ରଜା ଙ୍କ ସାମାନ୍ୟ ଦୋଷ ତ୍ରୃଟି ଦେଖିଲେ କଠୋର ଦଣ୍ଡ ବିଧାନ କରୁଥିଲେ । ଆରପଟେ ଚାଲିଥିଲା ଶ୍ରିକୃଷ୍ଣ ଓ ବଳରାମ ଙ୍କ ଶୋଭାଯାତ୍ରା । ଦୁଲଦୁଲି ଢୋଲ ନିଶାନ ଘଣ୍ଟ ବାଦ୍ୟରେ ର ତାଳେ ତାଳେ ନାଚି ନାଚି ଗ୍ରାମବାସୀ ସ୍ୱାଗତ କରିଥିଲେ ଶ୍ରୀକୃଷ୍ଣ ଙ୍କ ର। ଏକ ସୁସଜ୍ଜିତ ରଥରେ କଂସ ମହାରାଜ ଆୟୋଜନ କରିଥିବା ଧନୁଯାତ୍ରାରେ ଭାଗ ନେବା ପାଇଁ ଅକ୍ରୁର ନେଇ ଆସିଥିଲେ କୃଷ୍ଣ ଓ ବଳରାମ ଙ୍କୁ ମଥୁରା କଟକ ।
ବାଇଟ୦୧- ପୂଜା ଗୁପ୍ତା (ଦର୍ଶକ)
ବାଇଟ୦୨-ରବୀନ୍ଦ୍ର ସାହୁ (କଂସ ମହାରାଜ )
ନଗର ପରିକ୍ରମା କରି ଶୋଭାଯାତ୍ରା ପହଚିଂଥିଲା ବଂଗୋମୁଣ୍ଡା ଖେଳପଡିଆ କୁ । ସେଠି ଲାଗିଥିଲା ମିନାବଜାର ବିଭିନ୍ନ ପ୍ରକାରର ଦୋଳି ଓ ଅନେକ ଦୋକାନ ବଜାର । ଚଳିତ ବର୍ଷ ର ଏହି ଧନୁଯାତ୍ରାର ଉଦଯାପନି ଦିନରେ ରାଜକୀୟ ଅତିଥୀ ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମଙ୍ଗୋ ,କଂଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଯୋଗ ଦେଇଥିଲେ । ଉଦଯାପନି ଦିନ ଶେଷରେ ଶ୍ରୀକୃଷ୍ଣ ଙ୍କ ସହ ମଲ୍ଲଯୁନ୍ଧରେ ଶେଷରେ ପ୍ରାଣ ଦେଲା ପ୍ରବଳପ୍ରତାପି କଂସ। ଦୀର୍ଘ ୩୩ ବର୍ଷଧରି ଏହି ଧନୁଯାତ୍ରା ବଂଗୋମୁଣ୍ଡାରେ ପାଳିତ ହୋଇ ଆସିଥିବା ବେଳେ ଗତ ୧୦ ବର୍ଷ ଧରି ଏହି ଯାତ୍ରା କୁ ଜାକଜମକରେ ପାଳନ କରାଯାଉଛି । ତେବେ ଏ ବର୍ଷ ଦର୍ଶକ ଙ୍କ ଉତ୍ସାହକୁ ଦେଖି ଆୟୋଜକ ମାନେ ମଧ୍ୟ ବେଶ ଉତ୍ସାହିତ ହୋଇଥିଲେ ଓ ଆଗାମୀ ବର୍ଷରେ ଏହାକୁ ଆହୁରି ଆଡମ୍ବରରେ ପାଳନ କରିବାକୁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି ।
ବାଇଟ୦ ୩- ଗିରିଧର ଗମଙ୍ଗୋ (ପୂର୍ବତନ ମୁଖ୍ୟମନ୍ତ୍ରୀ )Conclusion:ଯୁଗେ ଯୁଗେ ଅର୍ଧମ ଉପରେ ର୍ଧମ ର ବିଜୟ ଓ ଅସତ୍ୟ ଉପରେ ସତ୍ୟର ଜୟ ହୋଇଆସୁଛି । ତାହା ତ୍ରେତେୟା ଯୁଗରେ ରାବଣ ବଧ ହେଉ ବା ଦ୍ୱାପର ଯୁଗରେ କଂସ ବଧ ହେଉ । ତେବେ ଚଳିତ ବର୍ଷର ଧନୁଯାତ୍ରା ସରିବା ପରେ ବଂଗୋମୁଣ୍ଡା ବାସି ଚାହିଁ ବସିଛନ୍ତି ଆରବର୍ଷ କୁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.