ବଲାଙ୍ଗୀର: ଲକଡାଉନ ବେଳେ ଘଟିଛି ଅଭାବନୀୟ ଘଟଣା । ଏକ କେନାଲରୁ ଜଣେ ଦିନ ମଜୁରିଆଙ୍କର ମୃତଦେହ ଉଦ୍ଧାର ହୋଇଛି । ଶୁକ୍ରବାର ରାତିରୁ ସେ ନିଖୋଜ ଥିଲେ ।
ଟିଟିଲାଗଡ ବ୍ଲକ ବେଲପଦର୍ ଗ୍ରାମ ନିକଟ କେନାଲରୁ ଏହା ଉଦ୍ଧାର ହୋଇଛି । ତେବେ ମୃତ ବ୍ୟକ୍ତି ଜଣକ ପାଖ ସିରୁଲ୍ ଗ୍ରାମର ସୁରେଶ ବଗର୍ତ୍ତି ବୋଲି ପରିଚୟ ମିଳିଛି । ସେ ଦିନ ମଜୁରିଆ ଭାବରେ କାମ କରୁଥିଲେ ବୋଲି ସୂଚନା ରହିଛି ।
ଶୁକ୍ରବାର ରାତିରୁ ସେ ନିଖୋଜ ଥିଲେ । ଶନିବାର ସନ୍ଧ୍ୟାରେ ତାଙ୍କ ମୃତଦେହ କେନାଲରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ