ETV Bharat / state

ଛାତ୍ରଛାତ୍ରୀଙ୍କୁ ଶିକ୍ଷୟତ୍ରୀ ସ୍ବାମୀଙ୍କ ମାଡ଼ ଘଟଣାର ତଦନ୍ତ ଆରମ୍ଭ

ଛାତ୍ରଛାତ୍ରୀଙ୍କୁ ଶିକ୍ଷୟତ୍ରୀ ସ୍ବାମୀଙ୍କ ମାଡ଼ ଘଟଣାରେ ମଙ୍ଗଳବାର ବଲାଙ୍ଗୀର ଶିଶୁ ସୁରକ୍ଷା କମିଟି ଓ ଶିଶୁ ମଙ୍ଗଳ କମିଟିର ସଦସ୍ୟ ସମ୍ପୃକ୍ତ ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

author img

By

Published : Nov 5, 2019, 9:12 PM IST

ଛାତ୍ରଛାତ୍ରୀଙ୍କୁ ଶିକ୍ଷୟତ୍ରୀ ସ୍ବାମୀଙ୍କ ମାଡ଼ ଘଟଣା ତଦନ୍ତ ଆରମ୍ଭ

ବଲାଙ୍ଗୀର: ଜିଲ୍ଲାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷୟତ୍ରୀ ସ୍ବାମୀଙ୍କ ମାଡ଼ ଘଟଣା ବେଶ୍ ଚର୍ଚ୍ଚା ହେଉଥିଲା। ଯାହାକୁ ନେଇ ମଙ୍ଗଳବାର ବଲାଙ୍ଗୀର ଶିଶୁ ସୁରକ୍ଷା କମିଟି ଓ ଶିଶୁ ମଙ୍ଗଳ କମିଟିର ସଦସ୍ୟ ସମ୍ପୃକ୍ତ ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ସରିବା ପରେ ରିପୋର୍ଟ ସିଡବ୍ଲ୍ୟୁସିକୁ ଦିଆଯିବା ସହ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ।

ଦୁଇ ଦିନ ତଳେ ବଲାଙ୍ଗୀର ଜାଲପାଲି ଗ୍ରାମର ପ୍ରାଥମିକ ସ୍କୁଲରେ ଏପରି ଘଟଣା ଘଟିଥିଲା। ଯେଉଁଥିରେ ଛତାର ଚିତ୍ର ଆଙ୍କି ନପାରିବାରୁ ସେଠି ଉପସ୍ଥିତ ଥିବା ଶିକ୍ଷୟତ୍ରୀଙ୍କ ସ୍ବାମୀ ସୈଦାଗର ମେହେର ସବୁ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ଦଶ ଜଣ ଶିଶୁ ଆହତ ହୋଇଥିବା ବେଳେ ମାମଲା ଥାନାରେ ପହଞ୍ଚିଥିଲା।

ଛାତ୍ରଛାତ୍ରୀଙ୍କୁ ଶିକ୍ଷୟତ୍ରୀ ସ୍ବାମୀଙ୍କ ମାଡ଼ ଘଟଣା ତଦନ୍ତ ଆରମ୍ଭ

ଘଟଣାରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଏବେ ଫେରାର ଥିବାବେଳେ, ତାଙ୍କ ସ୍ତ୍ରୀ ଶିକ୍ଷୟତ୍ରୀ ଲକ୍ଷ୍ମୀ ମେହେରଙ୍କୁ ଜିଲ୍ଲାପାଳ ଚାକିରୀରୁ ନିଲମ୍ବିତ କରିଥିଲେ। ଏନେଇ ମଙ୍ଗଳବାର ସିଡବ୍ଲ୍ୟୁସି ଓ ଶିଶୁ ସୁରକ୍ଷା କମିଟିର ପାଞ୍ଚ ଜଣିଆ ଦଳ ସ୍କୁଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ସେଠାରେ ଛାତ୍ରଛାତ୍ରୀଙ୍କୁ ବୟାନ ରେକର୍ଡ କରାଯାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ସ୍କୁଲ୍ ଛାତ୍ର ଛାତ୍ରୀଙ୍କୁ ଶିକ୍ଷୟତ୍ରୀ ଙ୍କ ସ୍ବାମୀ ମାଡ଼ ଘଟଣା ବେଶ୍ ଚର୍ଚା ହୋଇଥିବା ବେଳେ ଆଜି ବଲାଙ୍ଗୀର ଶିଶୁ ସୁରକ୍ଷା କମିଟି ଓ ଶିଶୁ ମଙ୍ଗଳ କମିଟି ର ସଦସ୍ୟ ମାନେ ସଂପୃକ୍ତ ସ୍କୁଲ୍ କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ତଦନ୍ତ ସରିଲେ ରିପୋର୍ଟ ସି ଦାବ୍ଲୁ ସି କୁ ଦିଆ ଯିବା ଏବଂ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆ ଯି ବୋଲି ଜଣା ପଡିଛି। Body:ବଲାଙ୍ଗୀରରେ ସ୍କୁଲ୍ ଛାତ୍ର ଛାତ୍ରୀଙ୍କୁ ଶିକ୍ଷୟତ୍ରୀ ଙ୍କ ସ୍ବାମୀ ମାଡ଼ ଘଟଣା ବେଶ୍ ଚର୍ଚା ହୋଇଥିବା ବେଳେ ଆଜି ବଲାଙ୍ଗୀର ଶିଶୁ ସୁରକ୍ଷା କମିଟି ଓ ଶିଶୁ ମଙ୍ଗଳ କମିଟି ର ସଦସ୍ୟ ମାନେ ସଂପୃକ୍ତ ସ୍କୁଲ୍ କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଗତ ଦୁଇ ଦିନ ତଳେ ବଲାଙ୍ଗୀର ଜାଲ ପାଲି ଗ୍ରାମର ପ୍ରାଥମିକ ସ୍କୁଲ ରେ ଏହି ଘଟଣା ଘଟି ଥିଲା। ଯେଉଁଥିରେ ସାମାନ୍ୟ ଛତା ର ଚିତ୍ର ଆଙ୍କି ନା ପାରିବାରୁ ସେଠି ଉପସ୍ଥିତ ଥିବା ସିକ୍ଷତ୍ରିଙ୍କ ସ୍ବାମୀ ଶୋଉଦା ଗର ମେହେର ସବୁ ଛାତ୍ର ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତେବେ ଏଥିରେ ଦଶ ଜଣ ଶିଶୁ ଆହତ ହୋଇଥିବା ବେଳେ ମାମଲା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏବଂ ସଂପୃକ୍ତ ବ୍ୟକ୍ତି ଏବେବି ଫେରାର ଥିବା ବେଳେ ତାଙ୍କ ସ୍ତ୍ରୀ ଶିକ୍ଷୟତ୍ରୀ ଲକ୍ଷ୍ମୀ ମେହେର ଙ୍କୁ ଜିଲ୍ଲାପାଳ ଚାକିରୀରୁ ନିଲମ୍ବିତ କରିଥିଲେ। ତେବେ ଆଜି ସି ଡାବ୍ଲୁ ସି ଓ ଶିଶୁ ସୁରକ୍ଷା କମିଟି ର ପାଞ୍ଚ ଜଣିଆ ଦଳ ସ୍କୁଲ୍ କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ଛାତ୍ର ଛାତ୍ରୀଙ୍କୁ ବୟାନ ରେକର୍ଡ କରିଥିବାବେଳେ ରିପୋର୍ଟ ସି ଡବ୍ଲୁୁ ସି କୁ ଦିଆ ଯିବା ବୋଲି ଏମାନେ କହିଛନ୍ତି । ତେବେ ରିପୋର୍ଟ ଅନୁସାରେ ସି ଦବ୍ଲୁୁ ସି ପଦକ୍ଷେପ ନେବା ବୋଲି ଜଣା ପଡିଛି।
ବାଇ ଟ ଅରୁଣ ଖୁଆସ ସଦସ୍ୟ ଶିଶୁ ସୁରକ୍ଷା କମିଟିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.