ETV Bharat / state

ବଲାଙ୍ଗୀରକୁ ଆସିବ ଆଉ 3 ସ୍ବତନ୍ତ୍ର ଶ୍ରମିକ ଟ୍ରେନ, ଜାରି ହେବ କର୍ଫ୍ୟୁ

author img

By

Published : May 17, 2020, 9:51 PM IST

Updated : May 18, 2020, 12:02 PM IST

ସୋମବାର ତିନୋଟି ସ୍ବତନ୍ତ୍ର ଟ୍ରେନ ଯୋଗେ ବଲାଙ୍ଗୀରରେ ପହଞ୍ଚିବେ ପ୍ରବାସୀ ଶ୍ରମିକ । ଏଥିପାଇଁ ସୋମବାର ପୁଣି କର୍ଫ୍ୟୁ ଲାଗିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

bolangir latest news, curfew in bolangir, migrants labours to come bolangir, special labour train to reach bolangir, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରରେ କର୍ଫ୍ୟୁ, ବଲାଙ୍ଗୀର ଆସିବେ ପ୍ରବାସୀ ଶ୍ରମିକ, ବଲାଙ୍ଗୀର ଆସିବ ସ୍ବତନ୍ତ୍ର ଶ୍ରମିକ ଟ୍ରେନ
ବଲାଙ୍ଗୀରକୁ ଆସିବ ଆଉ 3 ସ୍ବତନ୍ତ୍ର ଶ୍ରମିକ ଟ୍ରେନ, ଜାରି ହେବ କର୍ଫ୍ୟୁ

ବଲାଙ୍ଗୀର: ସୋମବାର ତିନୋଟି ସ୍ବତନ୍ତ୍ର ଟ୍ରେନ ଯୋଗେ ବଲାଙ୍ଗୀରରେ ପହଞ୍ଚିବେ ପ୍ରବାସୀ ଶ୍ରମିକ । ଏଥିପାଇଁ ସୋମବାର ପୁଣି କର୍ଫ୍ୟୁ ଲାଗିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ସକାଳ 5ଟାରେ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ରୁ ସ୍ବତନ୍ତ୍ର ଟ୍ରେନ ବଲାଙ୍ଗୀର ଆସି ପହଞ୍ଚିବାର ଥିବା ବେଳେ ଦିନ 1ଟାରେ ଗୁଜୁରାଟ ରାଜକୋଟରୁ ଅନ୍ୟ ଏକ ସ୍ବତନ୍ତ୍ର ଟ୍ରେନ ଆସି ପହଞ୍ଚିବାର ଯୋଜନା ରହିଛି ।

ସେହିପରି ସନ୍ଧ୍ୟାରେ ତାମିଲନାଡୁ ଥେରୁବାଲିରୁ ଏକ ଟ୍ରେନ ଆସି ପହଞ୍ଚିବ । ଏହି 3ଟି ଟ୍ରେନରେ ଆସିବାକୁ ଥିବା ପ୍ରବାସୀଙ୍କ ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା କହିଛି । ଏନେଇ ସୋମବାର ସକାଳ 4ଟାରୁ ରାତି 11ଟା ପର୍ଯ୍ୟନ୍ତ ସହରର କିଛି ଅଞ୍ଚଳରେ କର୍ଫ୍ୟୁ ଲାଗିବ ବୋଲି ଜଣାପଡିଛି । ଯେଉଁଥିରେ ରେଳଷ୍ଟେସନରୁ ବେହେରପଳି ସୁଡ଼ପଦଠାରୁ ପୁଇଁନ୍ତାଲା ରୋଡ଼, ରେଳଷ୍ଟେସନରୁ ଭାଗିରଥୀ ଛକ ଓ କୋଶଳ ଛକ, ସନ୍ତିପଡ଼ାରୁ ସଦେଇପାଲି ଛତା ମାଖନା ଓ ରେଳଷ୍ଟେସନରୁ ଆରଟିଓ ଛକ ରାସ୍ତାରେ କର୍ଫ୍ୟୁ ଲାଗିବା ନେଇ ସୂଚନା ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 18, 2020, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.