ETV Bharat / state

CRPF ଯବାନଙ୍କ ଦେହାନ୍ତ, ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା - ଛାତିରେ ଯନ୍ତ୍ରଣା ହେବାରୁ ଯବାନଙ୍କ ମୃତ୍ୟୁ

ହୃଦଘାତରେ ସିଆରପିଏଫ ଜବାନଙ୍କ ପରଲୋକ । ମୃତ ଯବାନ ଜଣକ ହେଲେ ଅନିଲ କୁମାର ସିହ୍ନା । ସେ ବଲାଙ୍ଗୀର ଜିଲ୍ଲାରେ CRPF - 189 ବାଟାଲିୟନର କାର୍ଯ୍ୟରତ ଥିଲେ । ତାଙ୍କ ଘର ବିହାର ରାଜ୍ୟର ଗନ୍ବା ଗ୍ରାମରେ । ଅଧିକ ପଢନ୍ତୁ

CRPF ଯବାନଙ୍କ ପରଲୋକ, ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

author img

By

Published : Jul 11, 2022, 4:00 PM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ଥିବା ଜଣେ ସିଆରପିଏଫ୍ ଯବାନଙ୍କ ଆଜି(ସୋମବାର) ମୃତ୍ୟୁ ହୋଇଛି । ମୃତ ଯବାନ ଜଣକ ହେଲେ ଅନିଲ କୁମାର ସିହ୍ନା । ଗତକାଲି(ରବିବାର) ରାତିରେ ଯବାନ ଜଣକ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଯବାନଙ୍କର ମୃତ୍ୟୁ ହୋଇଥିଲା ।

CRPF ଯବାନଙ୍କ ପରଲୋକ, ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

ସିଆରପିଏଫ୍ 189 ବାଟାଲିୟନରେ କାର୍ଯ୍ୟରତ ଥିବା ଯବାନ ଅନିଲ କୁମାର ସିହ୍ନା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମାଓ ପ୍ରବଣ ଖପ୍ରାଖୋଲରେ ନିୟୋଜିତ ଥିଲେ । ତେବେ ଗତ ରାତିରେ ସେ କାର୍ଯ୍ୟରତ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରି ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଯବାନାଙ୍କ ମୃତଦେହର ବ୍ୟବଚ୍ଛେଦ ପରେ ତାଙ୍କୁ ବଲାଙ୍ଗୀରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯାଇଥିଲା । ବିହାର ରାଜ୍ୟର ଗନ୍ଵା ଗ୍ରାମର ଅନିଲ କୁମାର ସିହ୍ନା 1990ରୁ ସିଆରପିଏଫରେ କାର୍ଯ୍ୟରତ ଥିଲେ । ତାଙ୍କ ମର ଶରୀରକୁ ଟ୍ରେନ ଯୋଗେ ତାଙ୍କ ପୈତୃକ ଗାଁକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.