ETV Bharat / state

Fake Certificate Racket: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଟିମ - ଜାଲ ସାର୍ଟିଫିକେଟର ଅଧିକ ତନାଘନା

ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାର୍କେଟ ଘଟଣା। ତନାଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଟିମ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 2, 2023, 1:57 PM IST

Fake Certificate Racket

ବଲାଙ୍ଗୀର: ଜାଲ ସାର୍ଟିଫିକେଟର ଅଧିକ ତନାଘନା ପାଇଁ ବଲାଙ୍ଗୀରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ଟିମ । ଶନିବାର ଜିଲ୍ଲାରେ ପହଞ୍ଚି ପୋଲିସ ସହ ଆଲୋଚନା ପରେ ଏହି ମାମଲାରେ ଜଡିତ ସବୁ ସ୍ଥାନ ବୁଲି ଦେଖିଛି ତଦନ୍ତକାରୀ ଟିମ । କ୍ରାଇମବ୍ରାଞ୍ଚର ଡିଏସପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ଜାଲ ସାର୍ଟିଫିକେଟର ଚେର କେଉଁ ଆଡେ ଲମ୍ବିଛି ସେନେଇ ତନାଘନା ଆରମ୍ଭ କରିଛି ।

ଗତକାଲି କ୍ରାଇମବ୍ରାଞ୍ଚ ଟିମ ଜିଲ୍ଲାରେ ପହଞ୍ଚିବା ପରେ ଏସପି ନିତିନ କୁସଲକରଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଆଜି ଏମାନେ ପ୍ରଥମେ ବଲାଙ୍ଗୀର ଟାଉନ ଥାନା ଯାଇଥିଲେ । ଯେଉଁଠି ଏହି ମାମଲାର ତଦନ୍ତ କରୁଥିବା ସବୁ ପୋଲିସ ଅଧିକାରୀଙ୍କ ସହ ଏମାନେ ବିସ୍ତୃତ ଆଲୋଚନା କରିଥିଲେ । ପୋଲିସ ସହାୟତାରେ ଏହି ମାମଲାରେ ଜଡିତ ଥିବା ସବୁ ସ୍ଥାନକୁ ଯାଇବୁଲି ଦେଖିଛନ୍ତି ପାଞ୍ଚ ଜଣିଆ ଟିମ । ପ୍ରଥମେ ଏମାନେ ମୁଖ୍ୟ ଅଭିଯୁକ୍ତର ରିଲାଏନ୍ସ କୋଚିଂ ସେଣ୍ଟରକୁ ଯାଇ ସରଜମିନ ତଦନ୍ତ କରିଥିଲେ । ସେହିପରି ଏମାନେ ଜିଲ୍ଲା ଡାକ ବିଭାକୁ ଯାଇ ସେଠି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ତେବେ କ୍ରାଇମବ୍ରାଞ୍ଚ ଏଯାଏଁ ପୋଲିସ ଠାରୁ ଏହି ମାମଲାର ଦାୟିତ୍ଵ ନେଇ ନଥିବା ବେଳେ ଏହାର ପ୍ରକ୍ରିୟା ଚାଲିଥିବା ଭିଜିଲାନ୍ସ ସୂଚନା ଦେଇଛି । ସେହିପରି ଜାଲ ସାର୍ଟିଫିକେଟ ମାମଲାରେ ପୋଲିସ ଜବତ କରିଥିବା ସବୁ ପ୍ରମାଣ ତଥ୍ୟକୁ ମଧ୍ୟ ସେ ନିଜ ଜିମାରେ ନେଇ ଥିବାର କହିଛି । ତେବେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ଡ଼ିଏସପି ଦେବବ୍ରତ ଚକ୍ର ସୂଚନା ଅନୁସାରେ ସେମାନେ ଏହି ମାମଲାକୁ ପୋଲିସ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି । ପୋଲିସ ପାଖରେ ଥିବା ସବୁ ତଥ୍ୟ ପ୍ରମାଣ ସେମାନେ ନିଜ ଜିମାକୁ ନେଇଥିବାର ସେ କହିଛନ୍ତି ।

ସମାନ ଭାବରେ ଏହାର ତଦନ୍ତ ପାଇଁ ଆଗକୁ କ୍ରାଇମବ୍ରାଞ୍ଚ ବାହାର ରାଜ୍ୟକୁ ମଧ୍ୟ ଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ତାର ସହଯୋଗୀକୁ ରିମାଣ୍ଡରେ ଆଣିବ କି ନାହିଁ ତାହା ଏବେ ଯାଏଁ ସ୍ଥିର ହୋଇନାହିଁ । ଆଜି ଛୁଟି ଥିବାରୁ ତାଙ୍କ ତଦନ୍ତ ବିଶେଷ ଭାବରେ ଆରମ୍ଭ ହୋଇ ନଥିବା ବେଳେ ଆସନ୍ତାକାଲି ଠାରୁ ପୁଙ୍ଖନୁପୁଙ୍ଖ ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡ଼ିଏସପି ।

ତେବେ ଡାକ ବିଭାଗର ଅଭିଯୋଗ କ୍ରମେ ପୋଲିସ ଏହି ବିଶାଳ ରାକେଟକୁ ଧରିଥିଲା । ଯେଉଁଥିରେ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦଗାତାକୁ ଗିରଫ କରାଯାଇଥିଲା । ଏହି ରାକେଟ ବଲାଙ୍ଗୀରରୁ ଦେଶର ଆଠରୁ ଊର୍ଦ୍ଧ୍ବ ରାଜ୍ୟରେ ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । ଆଠ ବର୍ଷ ହେବ ହଜାର ହଜାର ଜାଲ ସାର୍ଟିଫିକେଟ ବିକ୍ରି ହୋଇଥିଲା । ତେବେ ଏହାକୁ ନେଇ ପୋଲିସ ପୂର୍ବରୁ ଚାରୋଟି ଟିମ ଗଠନ କରି ତଦନ୍ତ ତ୍ଵରାନ୍ବିତ କରିବା ଆରମ୍ଭ ମଧ୍ୟ କରିଥିଲା ।

ଆଜିଠୁ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନିଜ ହାତକୁ ନେବାକୁ ଯାଉଛି । ତେବେ ବହୁ ପ୍ରସାରିତ ଏହି ରାକେଟରେ ଆଉ କିଏ ସାମିଲ ଥିଲେ? କିଏ ଓ କେତେ ଜଣ ଏହି ଜାଲ ସାର୍ଟିଫିକେଟ ନେଇ ଚାକିରି କରୁଛନ୍ତି । ଏସବୁର ମଧ୍ୟ ତଦନ୍ତ କରାଯିବ । ସେହିପରି ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ସହିତ ଥିବା ଦଲାଲ ମାନଙ୍କୁ ମଧ୍ୟ ଏମାନେ ଧରିବେ ବୋଲି ଜଣାପଡ଼ିଛି । ଏତେ ବଡ଼ ରାକେଟର ତଦନ୍ତ ସମୟ ସାପେକ୍ଷ ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ଭାବରେ କେବେ ଏହାର ତଦନ୍ତ ସରିବ ତାହା ଜଣାପଡିନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.