ETV Bharat / state

ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି: 3 ଗିରଫ, 45 ଲିଟର ମଦ ଜବତ

author img

By

Published : May 18, 2020, 7:50 PM IST

ଲକଡାଉନ ସତ୍ତ୍ବେ ଚାଲିଛି ଦେଶୀ ମଦ ରନ୍ଧା ଓ ବ୍ୟବସାୟ । ଖବର ପାଇ ପୋଲିସ ଚଢାଉ କରି ତିନି ଜଣଙ୍କୁ ଗିରଫ କରିଛି । ଘଟଣାଟି ହେଉଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳର ।

country liquor preparation, bolangir latest news, country liquor preparation in forest, country liquor preparation in bolangir, ଦେଶୀ ମଦ ପ୍ରସ୍ତୁତି, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି, ବଲାଙ୍ଗୀରରେ ଦେଶ ମଦ ପ୍ରସ୍ତୁତି
ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି: 3 ଗିରଫ, 45 ଲିଟର ଦେଶୀ ମଦ ଜବତ

ବଲାଙ୍ଗୀର: ଲକଡାଉନ ସତ୍ତ୍ବେ ଚାଲିଛି ଦେଶୀ ମଦ ରନ୍ଧା ଓ ବ୍ୟବସାୟ । ଖବର ପାଇ ପୋଲିସ ଚଢାଉ କରି ତିନି ଜଣଙ୍କୁ ଗିରଫ କରିଛି । ଘଟଣାଟି ହେଉଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଅଞ୍ଚଳର । ସମ୍ପୃକ୍ତ ଅଞ୍ଚଳରେ କେତେକ ଅସାଧୁ ଲୋକ ଜଙ୍ଗଲ ମଧ୍ୟରେ ମଦ ତିଆରି କରି ବିକ୍ରି କରୁଥିବାର ଅଭିଯୋଗ ହୋଇଥିଲା । ସୂଚନା ପାଇ ସଇଁତଳା ପୋଲିସ ଜଙ୍ଗଲରେ ଚଢାଉ କରିଥିଲା ।

ସୂଚନା ଅନୁଯାୟୀ ଟିଟିଲାଗଡ ଏସଡିପିଓ ଓ ସଇଁନ୍ତଳା ପୋଲିସ ମିଳିତ ଭାବେ ନିକଟସ୍ଥ ତାଳବାହାଲ ଜଙ୍ଗଲରେ ଚଢାଉ କରିଥିଲେ । ଚଢାଉରେ ମହୁଲରୁ ଦେଶୀ ମଦ ପ୍ରସ୍ତୁତ କରୁଥିବା ବେଳେ ପୋଲିସ 3 ଜଣଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ପାଖରୁ ପୋଲିସ 24 ବସ୍ତା ମହୁଲ ପୋଚ, 45 ଲିଟର ଦେଶୀ ରନ୍ଧା ମଦ ସହ ଦୁଇଟି ବାଇକ ଜବତ କରିଛି । ତେବେ ସୋମବାର ଗିରଫ 3 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.