ETV Bharat / state

ବଲାଙ୍ଗୀର ବେନ୍ଦେର ପଞ୍ଚାୟତରେ ପିଡ଼ିଏସ ବଣ୍ଟନରେ ଦୁର୍ନୀତି ଅଭିଯୋଗ

ବଲାଙ୍ଗୀର ବେନ୍ଦେର ଗ୍ରାମ ପଞ୍ଚାୟତରୁ ପିଡ଼ିଏସ ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆସିଛି । ଏଠାରେ ପ୍ରକୃତ ହିତାଧିକାରୀ ଏହି ପିଡିଏସ ପାଉନଥିବା ବେଳେ ଚାକିରିଆମାନେ ଦୁର୍ନୀତି କରି ସବୁ ରାସନ ନେଉଥିବା ଆଭିଯୋଗ ଆସିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ବଲାଙ୍ଗୀର ବେନ୍ଦେର ପଞ୍ଚାୟତରେ ପିଡ଼ିଏସ ବଣ୍ଟନରେ ଦୁର୍ନୀତି ଅଭିଯୋଗ
ବଲାଙ୍ଗୀର ବେନ୍ଦେର ପଞ୍ଚାୟତରେ ପିଡ଼ିଏସ ବଣ୍ଟନରେ ଦୁର୍ନୀତି ଅଭିଯୋଗ
author img

By

Published : May 22, 2020, 12:21 AM IST

Updated : May 22, 2020, 10:51 AM IST

ବଲାଙ୍ଗୀର: ଗ୍ରାମାଞ୍ଚଳରେ ସବୁ ବେଳେ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇ ଆସୁଥିବାର ଅନେକ ସମୟରେ ଅଭିଯୋଗର ଲମ୍ବା ତାଲିକା ରହିଛି । କାର୍ଯ୍ୟାନୁଷ୍ଠାନ ନାଁରେ ସବୁବେଳେ ବିଭାଗୀୟ ଅଧିକାରୀଙ୍କୁ ଘଣ୍ଟ ଘୋଡା ଚାଲିଛି । ଏହିଭଳି ପୁଣି ଏକ ଦୁର୍ନୀତି ଅଭିଯୋଗ ଆସିଛି ବଲାଙ୍ଗୀର ବେନ୍ଦେର ଗ୍ରାମ ପଞ୍ଚାୟତରୁ । ଏଜି ପଞ୍ଚାୟତରେ ପ୍ରକୃତ ହିତାଧିକାରୀ ଦୀର୍ଘ ମାସ ହେବ ପିଡିଏସ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି । ଯେଉଁମାନଙ୍କର ରାସନ କାର୍ଡ ଅଛି ସେମାନେ ମଧ୍ୟ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପାଉ ନାହାଁନ୍ତି ।

ବଲାଙ୍ଗୀର ବେନ୍ଦେର ପଞ୍ଚାୟତରେ ପିଡ଼ିଏସ ବଣ୍ଟନରେ ଦୁର୍ନୀତି ଅଭିଯୋଗ

ସେହିପରି ଗରିବ ପ୍ରକୃତ ହିତାଧିକାରୀ ଯୋଗ୍ୟ ହୋଇଥିଲେ ସୁଦ୍ଧା ବର୍ଷ ବିତି ଯାଇଛି ରାସନ କାର୍ଡ ପାଇଁ ନାହାଁନ୍ତି । ସେହିପରି କିଛି ସରକାରୀ ଚାକିରିଆଙ୍କ ନାଁରେ ଏଠି ଚାଉଳ ଉଠୁଛି ଏବଂ ଦୁର୍ନୀତି ଏଭଳି ଚାଲିଛି ଯେ ମୃତ ହିତାଧିକାରୀଙ୍କ ନାଁରେ ମଧ୍ୟ ଚାଉଳ ବୋହି ନେଉଥିବାର ଜଣାପଡ଼ିଛି । ତେବେ ସୂଚନା ଅଧିକାର ଆଇନ ବଳରେ ଏସବୁ ଦୁର୍ନୀତି ସମ୍ନାକୁ ଆସିଥିବା ବେଳେ ଗ୍ରାମବାସୀ ଏହାର ତଦନ୍ତ ଦାବି କରିଛନ୍ତି ।

ତେବେ ଏହି ବେନ୍ଦେର ଗ୍ରାମ ପଞ୍ଚାୟତରେ ମୋଟ 1270 ଜଣ ହିତାଧିକାରୀ ଥିବା ବେଳେ ସମସ୍ତଙ୍କୁ ଚାଉଳ ଅନ୍ୟାନ୍ୟ ସାମଗ୍ରୀ ଦିଆ ଯାଉଥିବାର ଏଠିକାର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି । ସବୁ ଦୁର୍ନୀତିକୁ ସେ ଅସ୍ବୀକାର କରିଛନ୍ତି ଓ ମୃତ ତଥା ଚାକିରିଆ ନାଁରେ ଯେଉଁମାନେ ଚାଉଳ ନେଉଛନ୍ତି ତାଙ୍କ ବାବଦରେ ସେ ଜାଣିନଥିବାର କହିଛନ୍ତି । ପିଡ଼ିଏସ ବଣ୍ଟନରେ ଏଠି ବ୍ୟାପକ ଦୁର୍ନୀତି ରହିଛି । ଯାହାର ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ବୋଲି ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 22, 2020, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.