ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, PEO ଗିରଫ - ଦୁର୍ନୀତି ଅଭିଯୋଗରେ ପଞ୍ଚାୟତ ଇଓ ଗିରଫ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ଆବାସ ଯୋଜନା ଅନିୟମିତତା ଅଭିଯୋଗ । ଥାନାରେ ମାମଲା ରଜୁ ହେବା ପରେ ଫେରାର ଥିବା ତତ୍କାଳୀନ ପଞ୍ଚାୟତ ଇଓ ଲଳିତ ମେହେରଙ୍କୁ ବେଙ୍ଗାଲୁରୁରୁ ଖପ୍ରାଖୋଲ ଥାନା ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
author img

By ETV Bharat Odisha Team

Published : Sep 19, 2023, 8:18 AM IST

ବଲାଙ୍ଗୀର: ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଏନେଇ ଥାନାରେ ବିଡିଓଙ୍କ ଅଭିଯୋଗ ପରେ ଅଭିଯୁକ୍ତ PEO ଲଳିତ ମେହେରଙ୍କୁ ଗିରଫ କରିଛି ଖପ୍ରାଖୋଲ ପୋଲିସ । ସେପଟେ ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ - ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ତଦନ୍ତ ଦାବି କଲେ ଗ୍ରାମବାସୀ

ସୂଚନା ଅନୁସାରେ, ତେଲେନପାଲି ପଞ୍ଚାୟତ କର୍ଲାମାଲ୍ ଗାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ କୌଶଲ୍ୟା ଚିରାଙ୍ଗୁଲ ନାମ୍ନୀ ଜଣେ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଞ୍ଜୁର ହୋଇଥିଲା । ଚଞ୍ଚକତା କରି ତାଙ୍କ କୋଡ୍‌ରେ ଗାଁର ଟିକେମଣି ବାଗଙ୍କୁ ଘର ଦିଆଯାଇଥିଲା। ଫଳରେ କୌଶଲ୍ୟା ଘର ପାଇବାରୁ ବଞ୍ଚିତ ହୋଇଥିଲେ। ଏନେଇ କୌଶଲ୍ୟା ଅଭିଯୋଗ କରିଥିଲେ। ସେହିପରି ଜୁନାନୀବାହାଲ ଗାଁରେ ମଧ୍ୟ ଭୋଇ ମୁଣ୍ଡା ନାମରେ କେହି ନ ଥିବା ବେଳେ ସେହି ନାମରେ ଅନ୍‌ଲାଇନ୍‌ରେ ଘର ଦର୍ଶାଉଥିବା ବେଳେ ସେହି କୋଡ୍‌ ବ୍ୟବହାର କରି ରୂପେ ଧରୁଆଙ୍କୁ ଘର ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅନିୟମିତତାରେ ତତ୍କାଳୀନ PEO ଲଳିତ ମେହେର, ତତ୍କାଳୀନ ଜିଆର୍‌ଏସ୍‌ ବିପିନ ବେହେରା, ଜିଓଟ୍ୟାଗର୍‌ ଗୋଲାପ ପୋଢ଼ ଦାୟୀ ବୋଲି ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ - ଦୁର୍ନୀତିରେ ଉବୁଟୁବୁ ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ! ଜଣେ କର୍ମଚାରୀ ବହିଷ୍କୃତ

ଏନେଇ ଜିଲ୍ଲା କର୍ତ୍ତୃପକ୍ଷ ଥାନାରେ ଏତଲା ଦେବାକୁ ଖପ୍ରାଖୋଲ ବିଡିଓ ବିଜୟ ହୋତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡିଓଙ୍କ ଏତଲାକୁ ଆଧାର କରି ଖପ୍ରାଖୋଲ ଥାନା କେସ୍‌ ନଂ ୧୫୯/୨୩ରେ ଗତ ୫ ତାରିଖ ଦିନ ଏକ ମାମଲା ରୁଜୁ ହୋଇଥିଲା । ପରେ ଦୁଇ ନକଲି ହିତାଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେହିଦିନ ଠାରୁ ତିନି ଅଭିଯୁକ୍ତ ଫେରାର୍‌ ଥିଲେ । ସେହିପରି ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରକୁ ବେଙ୍ଗାଲୁରୁରୁ ଗିରଫ କରି ଭାରତୀୟ ପେନାଲ କୋର୍ଡର ଧାରା 409/471/468/120ବି ରେ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଏସ ଆଇ ଗୋପୀନାଥ ମହାକୁଡ ସୂଚନା ଦେଇଛନ୍ତି। ସେହିପରି ଏବେବି ତତ୍କାଳୀନ ଜି ଆର୍ ଏସ ବିପିନ ବେହେରା ଓ ଜିଓଟେକ୍ ଗୋଲାପ ପୋଡ଼ ଫେରାର ଥିବା ବେଳେ ତାଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.