ETV Bharat / state

ଲାଞ୍ଚ ମାମଲାରେ ସଂପୃକ୍ତ ଡାକ୍ତରଙ୍କୁ ଚାକିରୀରୁ ବହିଷ୍କାର କଲେ ସରକାର

ଚାକିରୀରୁ ବହିଷ୍କୃତ ହୋଇଛନ୍ତି ପାଟଣାଗଡ ମେଡ଼ିକାଲର ପୂର୍ବତନ ଏସଡିଏମଓ ବାଚସ୍ପତି ଦାସ । ଲାଞ୍ଚ ମାମଲାରେ ସଂପୃକ୍ତ ପାଟଣାଗଡ ଏସଡିଏମଓଙ୍କୁ ଚାକିରୀରୁ ବିଦା କରିଛନ୍ତି ରାଜ୍ୟ ସରକାର। ଅଧିକ ପଢନ୍ତୁ...

corrupt alligation doctor suspended by govt
ଲାଞ୍ଚ ମାମଲାରେ ସଂପୃକ୍ତ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ସରକାର
author img

By

Published : Jun 9, 2021, 7:06 PM IST

ବଲାଙ୍ଗୀର: ଲାଞ୍ଚ ମାମଲାରେ ସଂପୃକ୍ତ ଡାକ୍ତରଙ୍କୁ ଚାକିରୀରୁ ବିଦା କଲେ ସରକାର । ଚାକିରୀରୁ ବହିଷ୍କୃତ ହୋଇଛନ୍ତି ପାଟଣାଗଡ ମେଡ଼ିକାଲର ପୂର୍ବତନ ଏସଡିଏମଓ ବାଚସ୍ପତି ଦାସ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଦେଶ ସଂଖ୍ୟା ୧୬୨୩୨ ତା.୦୩.୦୬.2021ରେ ରାଜ୍ୟ ସରକାର ତାଙ୍କୁ ବହିଷ୍କୃତ କରିଛନ୍ତି । ସରକାରଙ୍କ ଆଦେଶ ଅନୁସାରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି ।

ଲାଞ୍ଚ ମାମଲାରେ ସଂପୃକ୍ତ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ସରକାର

କିଛି ଦିନ ତଳେ ପାଟଣାଗଡ ଡାକ୍ତରଖାନାରେ ଡା. ଦାସ ଲାଞ୍ଚ ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ପରେ ଡା. ଦାସଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ବଦଳି କରାଯାଇଥିଲା। ଏହା ପରେ ସେହି ଘଟଣାରେ ତାଙ୍କ ସପକ୍ଷରେ ବୟାନ ଦେବା ପାଇଁ ଏବଂ କେଶର ମୋଡ ବଦଳାଇବା ପାଇଁ ମୁଖ୍ୟ ଅଭିଯୋଗକାରୀଙ୍କୁ ଟଙ୍କା ଦେଇ କିଣିବାକୁ ଅପଚେଷ୍ଟା କରାଯାଇଥିଲା । ଏହା ପରେ ଡାକ୍ତରଙ୍କ ସମର୍ଥକଙ୍କ ଦ୍ବାରା ଅଭିଯୋଗକାରୀକୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲା । କିନ୍ତୁ ଅଭିଯୋଗକାରୀ ଏହାକୁ ନ ଡରି ସମସ୍ତ ସତ୍ୟ କଥା ତଦନ୍ତକାରୀ କମିଟି ଆଗରେ ରଖିଥିଲେ । ଅଭିଯୁକ୍ତ ଡାକ୍ତର ଏବଂ ତାଙ୍କ ସମର୍ଥକଙ୍କ ନାଁରେ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ପାଟଣାଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ ଆଧାରରେ ପାଟଣାଗଡ ପୋଲିସ ଡା. ଦାସଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ପରେ ସେମାନଙ୍କୁ ୪୧ ସିଆରପିସିରେ ଥାନାରୁ ବେଲରେ ଛାଡିଥିଲେ । ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି । ଏହି ମାମଲା ପୂର୍ବରୁ ଡା. ଦାସଙ୍କ ନାମରେ ପୁରୀ ଜିଲ୍ଲା ଗୋପ ଡାକ୍ତରଖାନାରେ ଥିବା ବେଳେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ଏକ ମାମଲା ହାଇକୋର୍ଟରେ ବିଚାରାଧିନ ଥିଲା । ଏ ସବୁକୁ ଆଧାର କରି ରାଜ୍ୟ ସରକାରଙ୍କ ପରିବାର ଏବଂ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ତାଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.