ETV Bharat / state

କୋରୋନା ସନ୍ଦେହରେ ଯୁବକଙ୍କ ଆତ୍ମହତ୍ୟା

ବଲାଂଗୀରର ବେହେରା ପାଲିରେ ଜଣେ ଯୁବକ କୋରୋନା ସନ୍ଦେହରେ ଆତ୍ମହତ୍ୟା କରିଛନ୍ତି ।

author img

By

Published : Aug 3, 2020, 8:30 PM IST

କୋରୋନା ସନ୍ଦେହରେ ଯୁବକଙ୍କ ଆତ୍ମହତ୍ୟା
କୋରୋନା ସନ୍ଦେହରେ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗୀର: ସାରା ରାଜ୍ୟରେ ଏବେ କୋରୋନାର କୋହ ଦେଖିବାକୁ ମିଳିଛି । ଏଥିପାଇଁ ଅନେକ ଲୋକ ଭୟଭୀତ ହୋଇ ଜୀବନ କାଟୁଛନ୍ତି । ତେବେ ଇତି ମଧ୍ୟରେ ବଲାଂଗୀରର ବେହେରା ପାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାକାର ଜଣେ ଯୁବକ କୋରୋନା ସନ୍ଦେହରେ ଆତ୍ମହତ୍ୟା କରିଛନ୍ତି ।

କୋରୋନା ସନ୍ଦେହରେ ଯୁବକଙ୍କ ଆତ୍ମହତ୍ୟା

ସୂଚନା ମୁତାବକ, ବଲାଂଗୀର ବେହେରା ପାଲିର ରଞ୍ଜିତ ଭୋଇ ଗତ କିଛି ଦିନ ହେବ କୋରୋନା ହୋଇଥିବା ସନ୍ଦେହ କରି ଅବସାଦରେ ଥିଲେ। ତେବ ସୋମବାର ମାଧ୍ୟାପାଲି ନିକଟ ଗୋକୁଳ ଧାମ ଘର ପଛ ପଟେ ଟ୍ରେନ ଆଗକୁ ଡେଇଁ ସେ ଆତ୍ମହତ୍ୟା କରିଥିବାର ପରିବାର ଲୋକେ କହିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖାଳି ଯାଇଛି । ସେପଟେ ବଲାଂଗୀର ଜିଆରପି ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.