ବଲାଙ୍ଗୀର: କୋରୋନାକୁ ନେଇ ଭୂଲ ତଥ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଘଟଣାରେ ବୁଧବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି ।
ଯୁବକ ଜଣକ ହେଲେ ପ୍ରତାପ ସାଗର ପଦାର । ସେ ଫେସବୁକରେ କୋରୋନା ସମ୍ପର୍କିତ ଭୁଲ ତଥ୍ୟ ଛାଡି ଭାଇରାଲ କରିଥିଲେ । ଯାହା ଉପରେ ବଲାଙ୍ଗୀର ଟାଉନ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି ପୋଲିସ । ଏହାସହ ଏଭଳି କାର୍ଯ୍ୟରୁ ସମସ୍ତେ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ