ବଲାଙ୍ଗୀର: ଆସନ୍ତା 30 ଅକ୍ଟୋବରରେ ହେବ ସମବାୟ ନିର୍ବାଚନ । ଅନେକ ବାଦ ବିବାଦ ପରେ ହେବେ ସମବାୟ ନିର୍ବାଚନ । ଅବିଭକ୍ତ ବଲାଙ୍ଗୀର ସୋନପୁର ଜିଲ୍ଲାର 15ଟି ଜୋନ ପାଇଁ 45 ପ୍ରାର୍ଥି ରହିଛନ୍ତି । ପ୍ୟାକ୍ସ ନିର୍ଦ୍ଦେଶକ ପରେ ଏବେ ବ୍ୟାଙ୍କ ନିର୍ଦ୍ଦେଶକ ପଦ ପାଇଁ ନାମାଙ୍କନ ଶେଷ ହେବା ସହ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇ ସାରିଛି । ତେବେ ଏହି ପଦବୀ ପାଇଁ ଅବିଭକ୍ତ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବ ।
ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିବା ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ତଥା ଏଡିଏମ ଲମ୍ବୋଦର ଧରୁଆ । ଏଥର ବ୍ୟାଙ୍କର ୧୫ ନିର୍ଦ୍ଦେଶକ ପଦ ପାଇଁ ମୋଟ ୧୧୪ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ୮୭ ପ୍ରାର୍ଥୀ ରହିଥିଲେ । ପରେ ୪୨ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାପରେ ୪୫ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଏବେ ୧୫ ଜୋନ ନିର୍ଦ୍ଦେଶକ ପଦବୀ ପାଇଁ ମଇଦାନରେ ଏବେ ୪୫ ପ୍ରାର୍ଥୀ ରହିଥିବା କହିଛନ୍ତି ନିର୍ବାଚନ ଅଧିକାରୀ ।
ଏହା ମଧ୍ୟ ପଢନ୍ତୁ: ହରିଶଙ୍କର ଠାରୁ ନୃସିଂହନାଥ ପିଠକୁ ରୋପ ୱେ ନିର୍ମାଣ ଦାବି
ସେପଟେ ଆସନ୍ତା ୩୦ ରେ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ବ୍ୟାଲଟ, ଭୋଟ ବାକ୍ସ ସହ ପୋଲିସ ଅଧିକାରୀଙ୍କୁ ତାଲିମ ମଧ୍ୟ ଦିଆସରିଛି । ଟାଉନ ବଏଜ ହାଇସ୍କୁଲରେ ନିର୍ବାଚନ ଅନୁଷ୍ଠିତ ହେବ । ୩୦ ତାରିଖରେ ନିର୍ବାଚନ ହେବ ସହ ସେହିଦିନ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।
ଏହା ମଧ୍ୟ ପଢନ୍ତୁ: ମହଙ୍ଗା ପଡିଲା ସ୍କୁଲ ପରିସରରେ ମଦ୍ୟପାନ, ଦୁଇ ପ୍ରଧାନଶିକ୍ଷକ ନିଲମ୍ବିତ
ତେବେ ବ୍ୟାଙ୍କ ସଭାପତି ହେବା ପାଇଁ ଜୋନ ନିର୍ଦ୍ଦେଶକମାନେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ ସମସ୍ତ ଜୋନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଦିଆଯାଇଥିବା କୁହାଯାଉଛି । କିନ୍ତୁ କେତେକ ଜୋନରେ ଦଳର ଅନେକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଏପରିକି ପୂର୍ବତନ ସଭାପତି ଲକ୍ଷଣ ମେହେର, ସୁଶିଲ ଚାନ୍ଦଙ୍କ ସହ ଅନେକ ପ୍ରଭାବଶାଳୀ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର