ବଲାଙ୍ଗୀର: ବଲାଙ୍ଗୀର କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଅଭିଯୋଗରେ ବୁଧବାର କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା ।
ତେବେ ଏହା ବିରୁଦ୍ଧରେ ବଲାଙ୍ଗୀର କଂଗ୍ରେସ ସେବା ଦଳ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏବଂ ଦୋଷୀମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ତାଙ୍କ ସମ୍ପତ୍ତି ବ୍ୟାଜାପ୍ତ କରି ଟଙ୍କାଭରଣ କରାଯାଉ ବୋଲି ଏମାନେ ଦାବି କରିଛନ୍ତି । ଏଥିସହିତ ଦାବି ପୂରଣ ନହେବା ଯାଏଁ ଏହିଭଳି ଆନ୍ଦୋଳନ କରିବେ ବୋଲି କଂଗ୍ରେସ ସେବା ପକ୍ଷରୁ କୁହାଯାଇଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍ , ଇଟିଭି ଭାରତ