ETV Bharat / state

ବଲାଙ୍ଗୀରରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣି ଉଚ୍ଚ ସ୍ଥରୀୟ ତଦନ୍ତ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ କଂଗ୍ରେସର ବିକ୍ଷୋଭ
ବଲାଙ୍ଗୀରରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ କଂଗ୍ରେସର ବିକ୍ଷୋଭ
author img

By

Published : Jul 5, 2022, 10:16 PM IST

Updated : Jul 5, 2022, 10:33 PM IST

ବଲାଙ୍ଗୀର: ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କଲା କଂଗ୍ରେସ । ଏନେଇ ଆଜି(ମଙ୍ଗଳବାର) ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିଛି କଂଗ୍ରେସ ।

ବଲାଙ୍ଗୀରରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ କଂଗ୍ରେସର ବିକ୍ଷୋଭ

ତେବେ 2018 ରୁ ଚାରି ବର୍ଷ ମଧ୍ୟରେ ଏଲଇଡି ଲାଇଟ, ପାଣିଟାଙ୍କି ଏବଂ ଡଷ୍ଟବିନ କିଣାରେ ବ୍ୟାପକ ଦୁର୍ନିତୀ ହୋଇଛି । ଏବଂ ଏହାର ତଥ୍ୟ ପ୍ରମାଣ ଧରି ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା, ସହରକୁ ଆଲୋକିକରଣ କରିବା ପାଇଁ ପୌର ପରିଷଦ ପକ୍ଷରୁ 550 ଟି ଏଲଇଡି ଲାଇଟ୍ 64 ଲକ୍ଷ 31 ହଜାର ଟଙ୍କାରେ କିଣା ଯାଇଥିଲା । କିଣା ଯାଇଥିବା ପ୍ରତିଟି ଲାଇଟର ମୂଲ୍ୟ ପ୍ରକୃତ ମୂଲ୍ୟ ଠାର ବହୁ ଅଧିକ । ସେହିପରି ଚାରି ବର୍ଷ ମଧ୍ୟରେ 965ଟି ଡଷ୍ଟବିନ 62 ଲକ୍ଷ 42 ହଜାର ଟଙ୍କାରେ କିଣା ଯାଇଥିଲା । ଯାହାର ପ୍ରକୃତ ମୂଲ୍ୟ କମ୍ ଥିବାବେଳେ ଏଥିରେ ମଧ୍ୟ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ । ଏହାର ତଦନ୍ତ ଦାବୀ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ଦଳ । ଏନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଧରି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଏହି ଅବସରରେ ଦଳ ପକ୍ଷରୁ ସମସ୍ତ ତଥ୍ୟ ପ୍ରମାଣ ସହିତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 5, 2022, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.