ETV Bharat / state

ବନ୍ୟା କ୍ଷତିପୂରଣ ଦାବିରେ କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀରକୁ ବନ୍ୟା କ୍ଷତିପୂରଣ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ:

congress
author img

By

Published : Oct 22, 2019, 7:30 PM IST

ବଲାଙ୍ଗୀର: ଜିଲ୍ଲାରେ କଂଗ୍ରେସ ପକ୍ଷରୁ ରଣ ହୁଙ୍କାର ଦିଆଯାଇଛି । ବଲାଙ୍ଗୀରକୁ ବନ୍ୟା କ୍ଷତିପୂରଣ ଦାବିରେ ଆଜି କଂଗ୍ରେସ ପକ୍ଷରୁ ବିଶାଳ ସମାବେଶ କରାଯାଇଥିଲା। ଏହି ସମାବେଶର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ନରସିଂହ ମିଶ୍ର ନେତୃତ୍ବ ନେଇଥିଲେ । ଦାବି ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ସହ ବିଧାନସଭାକୁ ମଧ୍ୟ ଅଚଳ କରିବାର ଧମକ ଦେଇଛି କଂଗ୍ରେସ ।

ବଲାଙ୍ଗିରକୁ ନ୍ୟା କ୍ଷତିପୂରଣ ଦାବିରେ କଂଗ୍ରେସର ବିକ୍ଷୋଭ

ହଜାର ହଜାର କଂଗ୍ରେସ କର୍ମୀ ଓ ସାଧରାଣ ଜନତା ଏହି ସମାବେଶରେ ସାମିଲ ହୋଇଥିଲେ । ସଭିଏଁ ସହରରେ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଦୀର୍ଘ ସମୟ ଧରି ଘେରାଉ କରିଥିଲେ। ଏହି ବିରାଟ ସମାବେଶ ତଥା ଆନ୍ଦୋଳନର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନେତୃତ୍ବ ନେଇ ରାଜ୍ୟ ସରକାରଙ୍କ ପାଖରେ 21 ଦଫା ଦାବି ପତ୍ର ପ୍ରଦାନ କରିଥିଲେ।

ଯେଉଁଥିରେ ବନ୍ୟା କ୍ଷୟକ୍ଷତି ପାଇଁ ବଲାଙ୍ଗୀର ଜିଲ୍ଲାକୁ ଏକ ହଜାର କୋଟି ଶୀଘ୍ର ପ୍ରଦାନ କରିବାକୁ ଏମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। ସେହିପରି ଜିଲ୍ଲାପାଳଙ୍କ ସହ କଂଗ୍ରେସ ଆଲୋଚନା କରି ସ୍ଥାନୀୟ ବିଭିନ୍ନ ସମସ୍ୟା ଉପରେ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏହି ସମସ୍ୟା ମଧ୍ୟରେ ଜିଲ୍ଲାରେ ବଢି ଚାଲିଥିବା ଅପରାଧକୁ ନିୟନ୍ତ୍ରଣ, ରାଜେନ୍ଦ୍ର କଲେଜରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ, ବଲାଙ୍ଗୀରର ଲୋୟର ସୁକ୍ତେଲ ପ୍ରକଳ୍ପ କାମ ଶୀଘ୍ର ସରିବା, ବଲାଙ୍ଗୀରରେ ବାଇପାସ ନିର୍ମାଣ ଭଳି ଅନେକ ସମସ୍ୟା ସମ୍ପର୍କରେ ଜଣାଇଥିଲେ ।

ଏସବୁ ଦାବି ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ସହ ବିଧାନସଭାକୁ ମଧ୍ୟ ଅଚଳ କରିବାର ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ଆଜି ଗର୍ଜିଛି କଂଗ୍ରସ ଦଳ। ବଲାଙ୍ଗୀରକୁ ବନ୍ୟା କ୍ଷତି ପୁରାଣ ଦାବିରେ ଆଜି କଂଗ୍ରେସ ଦଳ ପକ୍ଷରୁ ବିଶାଳ ସମାବେଶ କରା ଯାଇଥିଲା। ଯେଉଁଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ନରସିଂହ ମିଶ୍ର ନେତୃତ୍ୱ ନେଇଥିଲେ। ଏବଂ ଦାବି ଶୀଘ୍ର ପୁରାଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ସହ ବିଧାନ ସଭା କୁ ମଧ୍ୟ ଅଚଳ କରିବାର ଏମାନେ ଧମକ ଦେଇଛନ୍ତି ।

Body:ବଲାଙ୍ଗୀରରେ ଆଜି ଗର୍ଜିଛି କଂଗ୍ରସ ଦଳ। ବଲାଙ୍ଗୀରକୁ ବନ୍ୟା କ୍ଷତି ପୁରଣ ଦାବିରେ ଆଜି କଂଗ୍ରେସ ଦଳ ପକ୍ଷରୁ ଏଠି ବିଶାଳ ସମାବେଶ କରା ଯାଇଥିଲା। ଯେଉଁଥିରେ ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ ଓ ସାଧରାଣ ଜନତା ସାମିଲ ହୋଇଥିଲେ । ତେବେ ଆଜି ପ୍ରଥମେ ଏମନେ ସହରରେ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳ ଙ୍କ କାରନ୍ୟାଳୟକୁ ଦୀର୍ଘ ସମୟ ଧରି ଘେରାଓ କରିଥିଲେ। ସେପଟେ ଏହି ବିରାଟ ସମାବେଶ ତଥା ଆନ୍ଦୋଳନର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଂଗୀର ବିଧାୟକ ନରସିଂହ ମିଶ୍ର ନେତୃତ୍ୱ ନେଇଥିଲେ। ଏବଂ ରାଜ୍ୟ ସରକାରଙ୍କ ପାଖରେ 21 ଦଫା ଦାବି ପତ୍ର ଏମନେ ପ୍ରଦାନ କରିଥିଲେ। ଯେଉଁଥିରେ ବନ୍ୟା କ୍ଷୟ କ୍ଷତି ପାଇଁ ବଲାଂଗୀର ଜିଲ୍ଲାକୁ ଏକ ହଜାର କୋଟି ଶୀଘ୍ର ପ୍ରଦାନ କରିବାକୁ ଏମନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। ସେହିପରି ଜିଲ୍ଲାପାଳଙ୍କ ସହ ଏମାନେ ଆଲୋଚନା କରି ସ୍ଥାନୀୟ ବିଭିନ୍ନ ସମସ୍ୟା ଉପରେ ପଦକ୍ଷେପ ନେବାକୁ ଦାବି କରିଥିଲେ । ଏହି ସମସ୍ୟା ମଧ୍ୟରେ ଜିଲ୍ଲାରେ ବଢି ଚାଲିଥିବ ଅପରାଧ କୁ ନିୟନ୍ତ୍ରଣ,ରାଜେନ୍ଦ୍ର କଲେଜ ରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ, ବଳନୀର ଲୋୟର ସୁକ୍ତେଲ କାମ ଶୀଘ୍ର ସରିବା, ବଲାଙ୍ଗୀରରେ ବ୍ୟାପାସ ନିର୍ମାଣ ଭଳି ଅନେକ ସମସ୍ୟା ଏମାନେ ଉତ୍ତଥାପିତ କରିଥିଲେ । ଏବଂ ଏ ସବୁ ଦାବି ଶୀଘ୍ର ପୁରାଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ସହ ବିଧାନ ସଭା କୁ ମଧ୍ୟ ଅଚଳ କରିବାର ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ସେପଟେ ଜିଲ୍ଲାପାଳ ଏଯାଏଁ ରାଜ୍ୟ ସରକାର 40 କୋଟି ଟଙ୍କା ବନ୍ୟା ରିଲିଫ ଆକାରରେ ପ୍ରଦାନ କରିଥିବାର କହିଥିବା ବେଳେ ଖୁବ ଶୀଘ୍ର ବନ୍ୟା ପ୍ରଭାବିତ ଲୋକଙ୍କ ବେଙ୍କ ଏକାଉଣ୍ଟ ରେ ଏହି ଟଙ୍କା ପଡିବ ବୋଲି ସ3 କହିଛନ୍ତି । ସମାନ ଭାବରେ ଜିଲ୍ଲା ଆକଳନ କରି ଦେଇଥିବା କ୍ଷ୍ୟତି ପୁରନ ରେ ବିଭିଣ୍ଣ ଆକାରରେ ରିଲିଫ ପାଇଁ ଟଙ୍କା ଆସିଛି ଓ ତାହା ମଧ୍ୟ ଲୋକଙ୍କୁ ଦିଆ ଯିବ ବୋଲି ସେ କହିଛନ୍ତି ।
ବାଇଟ ସନ୍ତୋଷ ସିଂ ସାଲୁଜା ବିଧାୟକ କଣ୍ଟାବାଞ୍ଜି
ବାଇଟ ଅରିଂଦମ ଡାକୁଆ ଜିଲ୍ଲାପାଳ ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.