ETV Bharat / state

2024 ନିର୍ବାଚନରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେଉ: ନରସିଂହ ମିଶ୍ର - ମହିଳା ସଂରକ୍ଷଣ ବିଲ ଲାଗୁ ନେଇ ନରସିଂହ ମିଶ୍ରଙ୍କ ବୟାନ

ମହିଳା ସଂରକ୍ଷଣ ବିଲ୍‌କୁ ଶୀଘ୍ର ଲାଗୁ କରଯାଉ । 2024 ନିର୍ବାଚନରେ ଏହାକୁ ଲାଗୁ କରାଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଅଧିକ ପଢନ୍ତୁ

mla narasingh mishra on Womens Reservation Bill
Womens Reservation Bill
author img

By ETV Bharat Odisha Team

Published : Sep 22, 2023, 9:53 AM IST

Womens Reservation Bill

ବଲାଙ୍ଗୀର: ନୂଆ ସଂସଦ ଭବନରେ ନୂଆ ବିଲ ପାସ୍‌ ହୋଇଛି । ନାରୀ ଶକ୍ତିର ସମୃଦ୍ଧି ପାଇଁ ବଡ ପଦକ୍ଷେପ ନେଇ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ ମିଳିଛି । ଲୋକସଭାରେ 454-2 ଭୋଟରେ ବିଧେୟକ ଗୃହିତ ହୋଇଥିଲା । ଗୁରୁବାର ରାଜ୍ୟସଭାରେ ସର୍ବସମ୍ମତ୍ତିକ୍ରମେ ବିଲଟିକୁ ଅନୁମୋଦନ ମିଳିଛି । ବିଲ ସପକ୍ଷରେ 215 ଭୋଟ ମିଳିବା ପରେ ବିଲ ପାସ ହୋଇଛି । ଏହି ବିଲକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଦାବି କରିଛି । 2024 ନିର୍ବାଚନରେ ବିଲକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ମହିଳା ସଂରକ୍ଷଣ ବିଲକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ନିର୍ବାଚନକୁ ଆଖି ଆଗରେ ରଖି ବିଲକୁ ପାସ କରାଯାଇଛି । ନିର୍ବାଚନ ଦୃଷ୍ଟିରୁ ଏହା କେବଳ ଏକ ଘୋଷଣାରେ ସୀମିତ ନ ରହୁ । ଏହାକୁ ତତକ୍ଷଣାତ୍ ଲାଗୁ କରିବାକୁ କଂଗ୍ରେସ ଦାବି କରୁଛି । କେନ୍ଦ୍ର ସରକାର ବହୁମତର ମହିଳା ସଂରକ୍ଷଣ ବିଲ ସଂସଦରେ ପାସ କରିଛନ୍ତି । ଯାହାଦ୍ବାରା ମହିଳା ମାନେ ଆଗକୁ ସଂରକ୍ଷଣ ପାଇବେ । ଦେଶର ବିକାଶ ଧାରାରେ ସେମାନେ ମଧ୍ୟ ସିଧାସଳଖ ସାମିଲ ହେବେ । ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ରର ବିଜେପି ସରକାର ଏହି ବିଲ ପାସ କରିଛନ୍ତି । ତେବେ ଏହି ବିଲକୁ ତତକ୍ଷଣାତ୍ ଲାଗୁ କରାଯାଉ ।"

ଏହା ବି ପଢନ୍ତୁ...Women's Reservation Bill: ସଂସଦର ଉଭୟ ଗୃହରେ ପାରିତ, ରାଜ୍ୟସଭାରେ ମିଳିଲା ପୂର୍ଣ୍ଣ ଭୋଟ

ସେ ଆହୁରି କହିଛନ୍ତି, "କେନ୍ଦ୍ରସାର କେବଳ ନିର୍ବାଚନକୁ ଆଖି ଆଗରେ ରଖି ବିଲକୁ ପାସ କରିଛନ୍ତି ହେଲେ ତାହା ଏବେ କାର୍ଯ୍ୟକାରୀ ହେବ ନାହିଁ । ମୁଁ ଓ ମୋ ପାର୍ଟି ଦାବି କରୁଛୁ ଏହା ତତକ୍ଷଣତା କାର୍ଯ୍ୟକାରୀ କରାଯାଉ । 2024 ନିର୍ବାଚନରେ ଏହା ଲାଗୁ ହେଉ । ସେ କହୁଛନ୍ତି ଏହା ହୋଇ ପାରିବ ନାହିଁ । ସେନସନ ହୋଇନାହିଁ ତାଙ୍କୁ କିଏ ମନା କଲା ସେନସନ କରିବାକୁ । ସବୁ କିଛି ହୋଇ ପାରିବ କେବଳ ଇଚ୍ଛାଶକ୍ତି ଦରକାର । ମହିଳାଙ୍କ ଭୋଟ ପାଇବାକୁ କେବଳ ବିଲ ସଂରକ୍ଷଣ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ।"

ଏହା ବି ପଢନ୍ତୁ...ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ କିପରି ଅଂଶ ଗ୍ରହଣ କରିବୁ: ନରସିଂହ ମିଶ୍ର

ମହିଳା ସଂରକ୍ଷଣ ପାଇଁ ଦଶନ୍ଧି ଧରି ପ୍ରୟାସ ହୋଇ ଆସୁଛି । ବାଜପେୟୀ ସରକାରରେ ଅନେକ ଥର ବିଲ ଆସିଥିଲା ମାତ୍ର ପାସ ହୋଇପାରିନଥିଲା । ବିଲରେ ରହିଥିବା ପ୍ରସ୍ତାବ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ 33% ସଂରକ୍ଷଣ ମିଳିବ । ଅର୍ଥାତ ଲୋକସଭାରେ 543 ଆସନରୁ 181ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । 2026 ପରେ ଏହି ଆଇନ ଲାଗୁ ହେବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.