ETV Bharat / state

ବିଜେଡିରେ ମିଶିଲେ କଂଗ୍ରେସର ଟାଣୁଆ ନେତାଙ୍କ ଓ କେନ୍ଦୁପତ୍ର ସଂଘ ସଦସ୍ୟ

author img

By

Published : Jan 23, 2023, 12:41 PM IST

କଂଗ୍ରେସର ଟାଣୁଆ ନେତାଙ୍କ ସହ ଜିଲ୍ଲା କେନ୍ଦୁପତ୍ର ସଂଘ ସଦସ୍ୟ ବିଜେଡି ଦଳରେ ଯୋଗ ଦେଇଛନ୍ତି । ଏଥିସହ ସିବାନନ୍ଦ ପରିଚ୍ଛା ନିଜ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

congress leader shivananda parichha
congress leader shivananda parichha
ବିଜେଡିରେ ମିଶିଲେ କଂଗ୍ରେସର ଟାଣୁଆ ନେତା

ବଲାଙ୍ଗୀର: ବଲାଙ୍ଗୀରରେ ଜୋର ଧରିଛି ରାଜନୈତିକ ଗତିବିଧି । ଜିଲ୍ଲାରେ କଂଗ୍ରେସ ଦୁର୍ଗ ଧୀରେଧୀରେ ଭୁଶୁଡିବାରେ ଲାଗିଥିବା ବେଳେ ଆଜି ପୁଣି କଂଗ୍ରେସର ଟାଣୁଆ ନେତାଙ୍କ ସହ ଜିଲ୍ଲା କେନ୍ଦୁପତ୍ର ସଂଘ ସଦସ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ପାଟଣାଗଡର ସ୍ବର୍ଗୀୟ ବରିଷ୍ଠ କଂଗ୍ରେସ ନେତା କିଶୋର ପରିଚ୍ଛାଙ୍କ ପୁଅ ସିବାନନ୍ଦ ପରିଚ୍ଛା ମଧ୍ୟ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।

ତେବେ ସିବାନନ୍ଦ ପରିଚ୍ଛା ପଟଣାଗଡ କଂଗ୍ରେସର ଜଣେ ଟାଣୁଆ ଯୁବ ନେତା ଥିଲେ । ଏହାସହ ସେ ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର ତୋଳାଳୀ ସଂଘର ମଧ୍ୟ ସାଧାରଣ ସମ୍ପାଦକ ଅଛନ୍ତି । ହେଲେ ସେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ କାମରେ ଆକୃଷ୍ଟ ହୋଇ ଏବେ ବିଜେଡିରେ ସାମିଲ ହୋଇଛନ୍ତି । ଯାହା ପାଇଁ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ସାଂସଦ ତଥା ବର୍ତ୍ତମାନ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ଏମାନେ ଆଜି ଏଠାରେ ଆନୁଷ୍ଠାନିକ ଭାବରେ ବିଜେଡି ଦଳରେ ସାମିଲ ହୋଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁପତ୍ର ତୋଳାଳୀଙ୍କୁ ଦେଇଥିବା ସହଯୋଗ ଓ ସୁଯୋଗରେ ଏମାନେ ଖୁସି ହୋଇ ଏହି ଦଳରେ ସାମିଲ ହୋଇଥିବାର କହିଛନ୍ତି ସିବାନନ୍ଦ ପରିଚ୍ଛା । ସେହିପରି ମୁଖ୍ୟମନ୍ତ୍ରୀ ନିକଟରେ କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ ଶୁଣିବା ସହ ତାଙ୍କ ପାଇଁ 43 କୋଟି ଟଙ୍କା ଅନୁଦାନ ଦେଇଥିଲେ । ଯେଉଁଥିରେ ତୋଳାଳୀ ମାଆମାନଙ୍କୁ ଏକ ହଜାର ଟଙ୍କା ଓ ସିଜନାଲ ତୋଳାଳୀଙ୍କୁ 15ଶହ ଟଙ୍କା ଦିଆ ଯାଇଥିଲା ।

ସେହିପରି ସେମାନଙ୍କ ପିଲାଙ୍କ ପାଠ ପଢା ପାଇଁ ବୃତ୍ତି ପ୍ରଦାନକୁ ମଧ୍ୟ ସ୍ୱାଗତ କରିଛନ୍ତି । ଯେଉଁଥିରେ ମାଟ୍ରିକ ପଢ଼ା ପିଲାଙ୍କ ପାଇଁ ବୃତ୍ତି 7 ହଜାର 5 ଶହ ଟଙ୍କା, ଯୁକ୍ତ ଦୁଇ ପଢ଼ା ପିଲାଙ୍କ ପାଇଁ ବୃତ୍ତି 15 ହଜାର ଟଙ୍କା ଓ ଯୁକ୍ତ 3 ପିଲାଙ୍କ ପାଇଁ 25 ହଜାର ଟଙ୍କା ସରକାର ମଞ୍ଜୁର କରିଛନ୍ତି । ତେଣୁ ବଲାଙ୍ଗୀର କେନ୍ଦୁପତ୍ର ତୋଳାଳୀ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ବିଜେଡିର ସାମିଲ ହୋଇଥିବା କଥା କହିଛନ୍ତି ସିବାନନ୍ଦ ପରିଚ୍ଛା । ଯେଉଁଥିରେ ପଟଣାଗଡ ସମେତ ତିନୋଟି ବ୍ଲକର 46ହଜାର କେନ୍ଦୁପତ୍ର ତୋଳାଳୀ ଏବେ ବିଜେଡି ପାଇଁ କାମ କରିବେ ବୋଲି ସେ କହିଛନ୍ତି ।

ସେପଟେ ପୂର୍ବତନ ବଲାଙ୍ଗୀର ସାଂସଦ ତଥା ହାଉସିଂବୋର୍ଡ ଅଧକ୍ଷ୍ୟ ତଥା ବିଜେଡି ନେତା କଲିକେଶ ନାରାୟଣ ସିଂହଦେଓ ବିଜେଡି ଦଳକୁ ହୃଦୟରୁ ସ୍ୱାଗତ କରିଥିବା କଥା କହିଛନ୍ତି । ସମାନ ଭାବରେ କେନ୍ଦୁପତ୍ରକୁ ଜୀବିକା କରିଥିବା ବଲାଙ୍ଗୀରର ଟିଟିଲାଗଡ଼, ପାଟଣାଗଡ, କଣ୍ଟାବାଞ୍ଜି ଓ ଦେଓଗାଁ ଅଞ୍ଚଳରେ ବିଜେଡି ଆହୁରି ସଂଗଠିତ ହେବ ବୋଲି ସେ କହିଛନ୍ତି । ଏଥିସହ କେନ୍ଦୁପତ୍ର ତୋଲାଳିଙ୍କ ସ୍ୱାର୍ଥ ପ୍ରତି ବିଜେଡି ସବୁବେଳେ କାମ କରିବ ବୋଲି ସେ କହିଛନ୍ତି ।

ତେବେ ଏହି ମହା ମିଶ୍ରଣ ଯୋଗୁଁ ପୂର୍ବରୁ ବଲାଙ୍ଗୀର ପାଟଣାଗଡ ଅଞ୍ଚଳରେ ଦୁର୍ବଳ ଥିବା କଂଗ୍ରେସ ଏବେ ଆହୁରି ଦୁର୍ବଳ ହୋଇଥିବାର କୁହା ଯାଇଛି । ସେହିପରି ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର ତୋଳାଳୀ ସଂଘ ପଟଣାଗଡର କଂଗ୍ରେସ ନେତା ସ୍ବର୍ଗୀୟ କିଶୋର ପରିଚ୍ଛା ଓ ପଦ୍ମପୁର ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା । ଯାହା ପରବର୍ତ୍ତୀ ସମୟରେ କିଶୋର ପରିଚ୍ଛାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସିବାନନ୍ଦ ତାର ସର୍ବେସର୍ବା ଥିଲେ । ତେବେ ସେ ଓ ଜିଲ୍ଲା କେନ୍ଦୁପତ୍ର ସଂଘ ସଦସ୍ୟ ବର୍ତ୍ତମାନ ବଲାଙ୍ଗୀର ବିଜେଡିରେ ସାମିଲ ହୋଇଛନ୍ତି । ଯାହାଦ୍ୱାରା ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର ସଂଘରେ ଫାଟ ହୋଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପି ଦଳ ନେତା ଓ କର୍ମୀଙ୍କୁ ହରାଇଥିବାର ସ୍ପଷ୍ଟ ହୋଇଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.