ETV Bharat / state

ଫୋନ ହ୍ୟାକିଂ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କଲେ ନରସିଂହ

author img

By

Published : Jul 22, 2021, 8:42 PM IST

ଦେଶର ବିଶିଷ୍ଟ ନେତାଙ୍କ ଫୋନ ହ୍ୟାକିଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ....

ଫୋନ ହ୍ୟାକିଂ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କଲେ ନରସିଂହ
ଫୋନ ହ୍ୟାକିଂ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କଲେ ନରସିଂହ

ବଲାଙ୍ଗୀର: ଭାରତର ବିଶିଷ୍ଟ ନେତା ଓ ବ୍ୟକ୍ତିଙ୍କ ଫୋନ ହ୍ୟାକ ବା ଟେପିଙ୍ଗ କରାଯାଉଥିବାର ଏକ ବଡ ଅଭିଯୋଗ ହେଉଛି । ଯାହାକୁ ନେଇ ଓଡିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରେସମିଟରେ ଦାବି କରିଛନ୍ତି ।

ଭାରତର ବିଶିଷ୍ଟ ବ୍ୟକ୍ତି ନେତା ତଥା ସାମ୍ବାଦିକଙ୍କ ଫୋନ ହ୍ୟାକ କରାଯାଇ ତଥ୍ୟ ଚୋରି ହୋଇଥିବାର ଗୁରୁତର ଅଭିଯୋଗ ହୋଇଛି । ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପାଇଥିବା ବେଳେ ସଂସଦରେ ମଧ୍ୟ ନେତାମାନେ ତୁମ୍ବୀ ତୁଫାନ କରି ଆସୁଛନ୍ତି । ତେବେ ଏହାକୁ ନେଇ ଆଜି(ଗୁରୁବାର) ଓଡି଼ଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ।

କେନ୍ଦ୍ର ସରକାର ଭୟରେ ତଥା ଲୋକଙ୍କ ଉପରେ ସନ୍ଦେହ କରି କିଛି ବିଦେଶୀ କମ୍ପାନୀ ସହ ମିଶି କାମ କରୁଥିବାର ଅଭିଯୋଗ ଆଣିଛନ୍ତି । ସମାନ ଭାବରେ ଏହାଦ୍ବାରା ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ବେଳେ ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି ସେ କହିଛନ୍ତି । ଏହାର ଯୁଗ୍ମ ସଂସଦୀୟ କମିଟି କିମ୍ବା ସୁପ୍ରିମକୋର୍ଟର ବିଚାରପତିଙ୍କ ଦ୍ଵାରା ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଯଦି ସାହସ ଅଛି ତେବେ ସେ ଏହାର ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.