ETV Bharat / state

Train Accident In Odisha: ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନରସିଂହ - ଅନୁକମ୍ପା ରାଶି ଦୁଇଗୁଣା କରାଯାଉ

ରେଳ ଦୁର୍ଘଟଣା ନେଇ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନରସିଂହ । କହିଲେ ମୃତକଙ୍କ ପାଇଁ ଘୋଷଣା ହୋଇଥିବା ଅନୁକମ୍ପା ରାଶି ଦୁଇଗୁଣା କରାଯାଉ । ଅଧିକ ପଢନ୍ତୁ

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି
ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି
author img

By

Published : Jun 4, 2023, 8:52 AM IST

Updated : Jun 4, 2023, 9:12 AM IST

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନରସିଂହ

ବଲାଙ୍ଗୀର: ବାଲେଶ୍ବର ବାହାନଗାରେ ଛାତିଥରା ରେଳ ଦୁର୍ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ଭୟଙ୍କର ଦୁର୍ଘଟଣାରେ ୨୮୮ ଲୋକଙ୍କ ପ୍ରାଣହାନି ଘଟିବା ପରେ ବିରୋଧି ଦଳ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି । ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ତାଙ୍କର ଭୁଲ୍ ପାଇଁ ଏଭଳି ଦୁର୍ଘଟଣା ଘଟିଛି । ତେଣୁ ସେ ଇସ୍ତଫା ଦେବା ଉଚିତ୍ ବୋଲି କହିଛନ୍ତି ।

ଆଧୁନିକ ଜ୍ଞାନ କୌଶଳ ସତ୍ତ୍ବେ ଏଭଳି ଦୁର୍ଘଟଣା କେମିତି ହେଲା ସେନେଇ ପ୍ରଶ୍ନ କରିଛନ୍ତି ନରସିଂହ । ଦୁର୍ଘଟଣା ପଛରେ ଟେକ୍ନୋଲୋଜି ବିଫଳ ନା ମନୁଷ୍ୟକୃତ ତାହାର ତଦନ୍ତ କରାଯିବା ଆବଶ୍ୟକ । ଆହୁରିମଧ୍ୟ ନରସିଂହ ମିଶ୍ର ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କହିଛନ୍ତି ଯେ, ଅତୀତରେ ଘଟିଥିବା ଅନେକ ରେଳ ଦୁର୍ଘଟଣା ପରେ ନୈତିକତା ଦୃଷ୍ଟିରୁ ତତ୍କାଳୀନ ରେଳମନ୍ତ୍ରୀମାନେ ଇସ୍ତଫା ଦେଇଥିଲେ । ତେଣୁ ବର୍ତ୍ତମାନର ରେଳମନ୍ତ୍ରୀ ମଧ୍ୟ ତୁରନ୍ତ ଇସ୍ତଫା ଦିଅନ୍ତୁ । ମୃତକଙ୍କ ପରିବାରବର୍ଗ ପାଇଁ ଘୋଷଣା ହୋଇଥିବା ଅନୁକମ୍ପା ମୂଳକ ରାଶିକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅର୍ଥରାଶି ଯଥେଷ୍ଟ ନୁହେଁ । ଏହାକୁ ଦୁଇ ଗୁଣା ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରାଯାଉ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Coromandel Express Accident: କାହିଁକି ଘଟିଲା ଦୁର୍ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଶୁକ୍ରବାର ରାତିରେ ବାହାନଗା ଠାରେ ୩ଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା କେବଳ ଓଡ଼ିଶା କି ଭାରତ, ନୁହେଁ ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି । ବିଶ୍ବନେତାମାନେ ଶୋକ ପ୍ରକାଶ କରିଛନ୍ତି । ତେବେ ଏହି ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଥିବା ବେଳେ ବିରୋଧୀମାନେ ମୃତ୍ୟୁସଂଖ୍ୟା ୫୦୦ ବୋଲି ଦାବି କରିଛନ୍ତି । ଏହାକୁ ନେଇ ଗତକାଲି ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । ବିରୋଧୀ ଦୁର୍ଘଟଣା ପାଇଁ ରେଳବାଇର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଏବଂ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 4, 2023, 9:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.