ବଲାଙ୍ଗୀର: ଧାନ କିଣା ଅବ୍ୟବସ୍ଥାକୁ ନେଇ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କିଷାନ କଂଗ୍ରେସ । ବଲାଙ୍ଗୀର ଜିଲ୍ଲାରେ ରବି ଋତୁ ଧାନ କିଣା ଚାଲିଥିବା ବେଳେ ସବୁଠୁ ଧାନ କିଣାରେ ଘୋର ଅବ୍ୟବସ୍ଥାର ଅଭିଯୋଗ ଆସୁଛି । ଏବଂ ଏହାକୁ ନେଇ ଏବେ ରାଜନୀତି ଜୋର୍ ଧରିଥିବା ବେଳେ ବଲାଙ୍ଗୀର କିଷାନ କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା ।
ତେବେ ଅନେକ ଧାନ ମଣ୍ଡି ବା ପେକ୍ସକୁ ଧାନ କିଣା ଟାର୍ଗେଟ ଦିଆଯାଇ ନଥିବା ବେଳେ ଚାଷୀ ତାର ଧାନ ବିକ୍ରି କରି ପାରୁ ନ ଥିବାର ଏମାନେ ଅଭିଯୋଗ କରିଛନ୍ତି । ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ ଧାନ କିଣା ନ ହେଲେ ଏମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରିଦିଆଯିବ ବୋଲି କହିଛନ୍ତି ସୂଚନା ଦେଇଛନ୍ତି ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର ।
ବଲାଙ୍ଗୀରରୁ ଶେକ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ