ETV Bharat / state

ବଲାଙ୍ଗୀର ପୌରପାଳିକା ଚାଉଳ ଦୁର୍ନୀତି, କଂଗ୍ରେସର ତଦନ୍ତ ଦାବି

author img

By

Published : May 5, 2023, 1:34 PM IST

ବଲାଙ୍ଗୀର ପୌରପାଳିକା ଚାଉଳ ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ ଦାବି କରିଛି ଜିଲ୍ଲା ନଗର କଂଗ୍ରେସ । ଅଧିକ ପଢନ୍ତୁ

balangir municipality pds rice corruption
ବଲାଙ୍ଗୀର ପୌରପାଳିକା ଚାଉଳ ଦୁର୍ନୀତି

ବଲାଙ୍ଗୀର ପୌରପାଳିକା ଚାଉଳ ଦୁର୍ନୀତି

ବଲାଙ୍ଗୀର: ଜିଲ୍ଲା ପୌରପାଳିକା ଦୁର୍ନୀତି ନେଇ ସରଗରମ ପାଣିପାଗ । ବଲାଙ୍ଗୀର ପୌରପାଳିକାରେ ବ୍ୟାପକ ଚାଉଳ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । ଘଟଣାର ତଦନ୍ତ ଦାବି କରି ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେବା ସହ ଆଗକୁ ଆନ୍ଦୋଳନ ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ । କିଛି ଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ବଲାଙ୍ଗୀର ପୌରପାଳିକା ଦୁର୍ନୀତିର ଗନ୍ତାଘର ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ।

ବିଶେଷ କରି ପୌରାଞ୍ଚଳରେ ପିଡ଼ିଏସ ଚାଉଳ ବଣ୍ଟନରେ ଘୋର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ପୂର୍ବରୁ ବଲାଙ୍ଗୀର ବିଧାୟକ ନିରସିଂହ ମିଶ୍ର ଅଭିଯୋଗ ଆଣିଥିଲେ । ପରେ ଜିଲ୍ଲା କଂଗ୍ରେସ ଦଳ ଏହାକୁ ନେଇ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହାର ତଦନ୍ତ ଦାବି କରିଛି । ପୌରାଞ୍ଚଳରେ ବ୍ୟାପକ ପିଡ଼ିଏସ ଦୁର୍ନୀତି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରି ଥିଲେ ବିଧାୟକ ନରସିଂହ ମିଶ୍ର । ତେବେ ଦୁଇ ବିଜେଡି କାଉନସିଲର ନିଜେ ଏହାର ଖୁଲାସା କରିଥିବା ବେଳେ ସେମାନେ ଏହାକୁ ନେଇ ତାଙ୍କ ଶାସିତ ପୌରପାଳିକାକୁ ଘେରାଉ ଥିବା ମଧ୍ୟ କହିଥିଲେ । ସେପଟେ ପୌରପାଳିକା ସହରର ପିଡ଼ିଏସ ବଣ୍ଟନ ପାଇଁ ମହିଳା ଏସଏଚଜି ମାନଙ୍କୁ ନିଯୁକ୍ତି କରିଛନ୍ତି । ହେଲେ ଗରିବ ଚାଉଳ ପାଉ ନଥିବା ବେଳେ ଏସଏଚଜି ଦୁର୍ନୀତି କରି ବେଆଇନ ଟଙ୍କା ରୋଜଗାର କରୁଥିବାର ଅଭିଯୋଗ ଆଣିଥିଲେ ।

ଏହା ବି ପଢନ୍ତୁ...ଦୁର୍ନୀତିର ଗନ୍ତାଘର ବଲାଙ୍ଗୀର ପୌରପାଳିକା: ନିରସିଂହ ମିଶ୍ର

ଏହାକୁ ନେଇ ଜିଲ୍ଲା କଂଗ୍ରେସ ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଚାଉଳ ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି । ସେହିପରି ଏମାନେ ଜିଲ୍ଲା ପ୍ରଶାସନ ସହିତ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ କରିଥିଲେ । ଘଟଣାରେ ତଦନ୍ତ ଦାବି କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଦି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରାଯାଏ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲା ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ନେଇ ପ୍ରତିକ୍ରିୟା ଦେଇ ସହର ମଧ୍ୟରେ ବ୍ୟାପକ ଚାଉଳ ଦୁର୍ନୀତିର ଅଭିଯୋଗ ହୋଇଥିବା କହିଛନ୍ତି । ଜିଲ୍ଲା ପ୍ରଶାସନକୁ ଏହାର ତଦନ୍ତ ପାଇଁ ଦାବି କରାଯାଇଥିବା କହିଛନ୍ତି । ଆଗାମୀ ଦିନରେ ମାମଲାର ସଠିକ ତଦନ୍ତ ନ ହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି କହିଛନ୍ତି ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.