ETV Bharat / state

ବେଆଇନ ଖଣି ଖନନ ଅଭିଯୋଗ, କମ୍ପାନୀକୁ 7.5 କୋଟିର ଜୋରିମାନା - illegal mining in balangir

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଅଞ୍ଚଳରୁ ବେଆଇନ ଖଣି ଖନନ ଓ ଚୋରି ଅଭିଯୋଗରେ ସମ୍ପୃକ୍ତ କମ୍ପାନୀ ଉପରେ ପ୍ରଶାସନ 7.5 କୋଟିର ଜୋରିମାନା ଲଗାଇଛି । ଅଧିକ ପଢନ୍ତୁ...

ବେଆଇନ ଖଣି ଖନନ ଅଭିଯୋଗ, କମ୍ପାନୀକୁ 7.5 କୋଟିର ଜୋରିମାନା

author img

By

Published : Oct 2, 2020, 10:17 AM IST

ବଲାଙ୍ଗୀର: ଜିଲ୍ଲାର ଟିଟିଲାଗଡ ଅଞ୍ଚଳରୁ ବେଆଇନ ଖଣି ଖନନ ଓ ଚୋରି ଅଭିଯୋଗରେ ସମ୍ପୃକ୍ତ କମ୍ପାନୀ ଉପରେ ପ୍ରଶାସନ ଜୋରିମାନା ଲଗାଇଛି । କମ୍ପାନୀକୁ ସାଢେ ସାତ କୋଟି ଟଙ୍କାର ଜୋରିମାନା ଦେବା ପାଇଁ ପ୍ରଶାସନ କହିଥିବା ଜଣାପଡିଛି ।

ବେଆଇନ ଖଣି ଖନନ ଅଭିଯୋଗ, କମ୍ପାନୀକୁ 7.5 କୋଟିର ଜୋରିମାନା

ଏଆରଏସଏସ କମ୍ପାନୀ ଟିଟିଲାଗଡ ଅନ୍ତର୍ଗତ ନିର୍ମୁଲା ଗ୍ରାମ ନିକଟରେ ବେଆଇନ୍ ଭାବରେ ଖଣି ଖନନ କରିବା ସହ ଖଣିଜ ପଦାର୍ଥ ଚୋରି କରୁଥିବା ଅଭିଯୋଗ ହେଉଥିଲା । କମ୍ପାନୀକୁ ଯେଉଁ ଖଣି ଖନନ ପାଇଁ ଦିଆଯାଇଥିଲା ତାହା ନଖୋଳି ଅନ୍ୟ ଏକ ସ୍ଥାନରେ ଖୋଳୁଥିବାର ଅଭିଯୋଗ ଥିଲା । ଫଳରେ ଖଣି ଖନନ ଯୋଗୁଁ ସ୍ଥାନୀୟ ଗ୍ରାମବାସୀ ହଇରାଣ ହେବା ସହ ବ୍ୟାପକ ବିସ୍ଫୋରଣ ପାଇଁ ଘର ସବୁ ଭାଙ୍ଗି ଯାଉଥିଲା । ଏହାସହ ଚାଷ ଜମି ସମ୍ପୂର୍ଣ ନଷ୍ଟ ହୋଇଯାଇଛି।

ଯାହାକୁ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କିଛି ସୁଫଳ ମିଳୁନଥିଲା । ତେବେ ଟିଟିଲାଗଡରେ ନୂତନ ଭାବେ ନିଯୁକ୍ତି ପାଇଥିବା ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସର୍ଜମିନ ତଦନ୍ତ କରିଥିଲେ। କମ୍ପାନୀଟି ବେଆଇନ୍ ଭାବରେ ଦୀର୍ଘ ବାର ବର୍ଷ ହେବ ଖଣି ଲୁଟ କରୁଥିବାର ଜାଣିବାକୁ ପାଇ ସମ୍ପୃକ୍ତ କମ୍ପାନୀ ଉପରେ ସେ ସାତ କୋଟି ପଚାଶ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି।

ସାତ ଦିନ ମଧ୍ୟରେ ଟଙ୍କା ପୈଠ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ନଚେତ୍‌ ଆଇନ୍ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.