ବଲାଙ୍ଗୀର: କଲେଜ ଛାତ୍ରଙ୍କୁ ଜଙ୍ଗଲରେ ମାଡ଼ ଘଟଣା 6 ନାବାଳକ ଅଟକ । ସମସ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ। ତେବେ କିଛି ଦିନ ତଳେ ଜଣେ କଲେଜ ଛାତ୍ରଙ୍କୁ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଓ କିଛି ଅଣ ଛାତ୍ର ମିଶି ଛାତ୍ର ଜଣକୁ ଜଙ୍ଗଲରେ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଘଟଣାକୁ ନେଇ ବଲାଙ୍ଗୀର ଟାଉନ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏବଂ ଏଥିରେ ସଂପୃକ୍ତ ଥିବା 6 ଜଣ ନାବାଳକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ପୂର୍ବ ଶତ୍ରୁତା ଯୋଗୁଁ ଏହି ଘଟଣା ଘଟିଥିବାର ପୋଲିସ୍ ସୂଚନା ଦେଇଛି।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ