ETV Bharat / state

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳାରେ ସରିଲା ସମବାୟ ନିର୍ବାଚନ

ବଲାଙ୍ଗୀର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ପାଇଁ ମତଦାନ । ଏନେଇ ସ୍ଥାନୀୟ ବାଳିକା ଟାଉନ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା ମତଦାନ। ଅଧିକ ପଢନ୍ତୁ

author img

By

Published : Oct 30, 2022, 7:57 PM IST

Updated : Oct 30, 2022, 8:03 PM IST

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳାରେ ଚାଲିଛି ସମବାୟ ନିର୍ବାଚନ

ବଲାଙ୍ଗୀର : ବଲାଙ୍ଗୀର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ପାଇଁ ମତଦାନ । ଏନେଇ ସ୍ଥାନୀୟ ବାଳିକା ଟାଉନ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା ମତଦାନ। ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟାରେ ସରିଥିଲା ଭୋଟ ଗ୍ରହଣ ପ୍ରକ୍ରିୟା।

ଏହାମଧ୍ୟ ପଢ଼ନ୍ତୁ. ଖୋର୍ଦ୍ଧାରେ ଶାନ୍ତିଶୃଙ୍ଖଳା ରେ ଚାଲିଛି ସମବାୟ ନିର୍ବାଚନ

ଏହାପରେ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ। ପାଖାପାଖି ୪ହଜାର ୯୧ ଜଣ ଭୋଟରକୁ ନେଇ କରାଯାଇଥିଲା ଭୋଟଦାନ। ଏବେ ସୁଦ୍ଧା ୩୨ ପ୍ରତିଶତ ପୋଲିଂ ସରିଛି । ୧୫ଟି ଜୋନ ପାଇଁ ୪୬ ଜଣ ପ୍ରାର୍ଥୀ ଲଢୁଛନ୍ତି । ଏନେଇ ୮ଟି ବୁଥ୍‌ର ବ୍ୟବସ୍ଥା କରାଯାଇଥିଲା । ସେହିପରି ବୁଥ କେନ୍ଦ୍ରରେ ଅସ୍ଥାୟୀ ସିସିଟିଭି ସର୍ଭେଲାନ୍ସ ଖଞ୍ଜା ଯାଇଥିଲା। ଏହାସହ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଥିଲା ।

ଏ ସମ୍ପର୍କରେ ବଲାଙ୍ଗୀର ଡିଏସଆର ଦମୟନ୍ତୀ ସିଂହ କହିଛନ୍ତି, "ବଲାଙ୍ଗୀର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନରେ ଥିବା ୧୫ ଗୋଟି ଜୋନ ପାଇଁ ଆରମ୍ଭ ହୋଇଥିଲା ବ୍ୟାଙ୍କ ପ୍ରତିନିଧି ନିର୍ବାଚନ। ଏଥିପାଇଁ ୧୫ ଗୋଟି ଜୋନ ନିମନ୍ତେ ୪୬ ଜଣ ପ୍ରାର୍ଥୀ ଲଢିଥିଲେ । ଏନେଇ ୮ଟି ବୁଥର ବ୍ୟବସ୍ଥା କରାଯାଇଥିଲା। ମୋଟ ୪ହଜାର ୯୧ ଜଣ ଭୋଟରକୁ ନେଇ ହୋଇଥିଲା ଭୋଟଦାନ। ଅପରାହ୍ନ ୪ଟା ସୁଦ୍ଧା ୩୨ ପ୍ରତିଶତ ପୋଲିଂ ସରିଥିଲା। ଅନ୍ୟପକ୍ଷରେ ଭୋଟର ଯେପରି ବିନା କୌଣସି ବାଧାରେ ଆସି ଭୋଟ ଦେଇ ପାରିବେ ସେ ନେଇ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା। ଦୂରଦୁରାନ୍ତରୁ ମଧ୍ୟ ଭୋଟ ଦେବାକୁ ଆସିଥିଲେ ଭୋଟର।"

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 30, 2022, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.