ETV Bharat / state

ବଲାଙ୍ଗୀରକୁ ଜଗିଛି ତୃତୀୟ ନୟନ, କଟିଲାଣି ୧୦୦ରୁ ଅଧିକ ଚାଲାଣ - ବଲାଙ୍ଗୀର ସହରରେ ସ୍ବତନ୍ତ୍ର ସିସିଟିଭି କ୍ୟାମେରା

ବଲାଙ୍ଗୀର ସହରରେ ସ୍ବତନ୍ତ୍ର ସିସିଟିଭି କ୍ୟାମେରା ଲଗାଯାଇଛି । ଗତ କିଛିଦିନ ମଧ୍ୟରେ ୧୦୦ରୁ ଅଧିକ ଚାଲାଣ କଟାଯାଇଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

CCTV INSTALLED IN BALANGIR
CCTV INSTALLED IN BALANGIR
author img

By

Published : Mar 3, 2023, 11:20 AM IST

CCTV INSTALLED IN BALANGIR

ବଲାଙ୍ଗୀର: ସହରକୁ ଜଗିଛି ତୃତୀୟ ନୟନ । ଅପରାଧୀ ସାବାଡ ହେବା ସହ ନିୟମ ଉଲ୍ଲଘଂନ କରିବେ କଟୁଛି ଚାଲାଣ । ୨୪ ଘଣ୍ଟିଆ ସିସିଟିଭି ନଜରରେ ସହର ରହିଥିବାରୁ ଅପରାଧୀ ସାବାଡ ହେବା ନେଇ ଅନୁମାନ କରାଯାଉଛି । ଏହି ସିସିଟିଭି କ୍ୟାମେରା ସହର ମଧ୍ୟରେ ଅପରାଧ ଓ ଅପରାଧୀଙ୍କ ଉପରେ ଲଗାମ ଲାଗିବ । ଏହାଛଡା ଟ୍ରାଫିକ ନିୟମ ଉଲ୍ଲଘଂନ କରିଲେ କଟିବ ଇ ଚାଲାଣ ।

କିଛି ଦିନ ମଧ୍ୟରେ 100ରୁ ଊର୍ଦ୍ଧ୍ବ ଲୋକଙ୍କ ଇ-ଚାଲାଣ କଟିଛି । ତେବେ ପ୍ରଥମ ପର୍ଯ୍ୟାୟରେ ବାଇକରେ ତିନି ଜଣ ବସିବା, ବାଇକ ଚଳାଇବା ସମୟରେ ମୋବାଇଲରେ କଥା ହେବା କିମ୍ବା ଦ୍ରୁତ ଗତିରେ ବାଇକ ଚଳାଇବାକୁ ଗୁରୁତ୍ଵ ଦିଆଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଏହି ବ୍ୟବସ୍ଥାକୁ ବଲାଙ୍ଗରବାସୀ ସ୍ୱାଗତ କରିଛନ୍ତି । ଏହାଦ୍ୱାରା ସହରରେ ନିହାତି ଭାବରେ ଅପରାଧ କମିବ ବୋଲି ସହରର ବୁଦ୍ଧିଜୀବୀ କହିଛନ୍ତି ।

ତେବେ ବୁଦ୍ଧିଜୀବୀ କହିଛନ୍ତି, "ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ଉପରେ ଇ-ଚାଲାଣ କରିବା କିମ୍ବା ଫାଇନ କାଟିବା ପୂର୍ବରୁ ପୋଲିସ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ଥିଲା । ତେବେ ଲୋକଙ୍କ ଉପରେ କେବଳ ଫାଇନ କାଟିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ, ତେଣୁ ଲୋକଙ୍କୁ ଟ୍ରାଫିକ ନିୟମ ଉପରେ ଅବଗତ କରିବା ଓ ସଚେତନ କରିବା ନିହାତି ଆବଶ୍ୟକ । କେବଳ ସହର ମଧ୍ୟରେ ଦୁର୍ଘଟଣା ଘଟୁନାହିଁ ସହର ବାହାରେ ଅପେକ୍ଷାକୃତ ଅଧିକ ଦୁର୍ଘଟଣା ଘଟୁଛି । ତେଣୁ ଏହା ଉପରେ ମଧ୍ୟ ପୋଲିସ କଡା ପଦକ୍ଷେପ ନେବା ଆବଶ୍ୟକ ରହିଛି । "

ସେହିପରି ବଲାଙ୍ଗୀର ଏସଡ଼ିପିଓ ତୁଫାନ ବାଗ ଏସପି ଓ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ସ୍ୱତନ୍ତ୍ର ଅପଗ୍ରେଡଡ଼ ସିସି ଟିଭି କେମେରା ଲାଗିଛି । ଏସିପିଙ୍କ ନିର୍ଦ୍ଦେଶକ୍ରମେ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି । ଏହାଦ୍ୱାରା ଅପରାଧ ଓ ଅପରାଧୀଙ୍କ ଉପରେ ଲଗାମ ଲାଗିବ ବୋଲି ସେ କହିଛନ୍ତି । ସେହିପରି ଏହି କ୍ୟାମେରା ବ୍ୟବସ୍ଥାକୁ ଟ୍ରାଫିକ ବ୍ୟବସ୍ଥା ସୁଦୃଢ କରିବାରେ ଏବେ ବ୍ୟବହାର ଆରମ୍ଭ ହୋଇଛି । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ପୀଡ଼ ବାଇକର, ତିନି ଜଣ ବାଇକରେ ବସିବା ଓ ବାଇକ ଚଲାଇବା ସମୟରେ ମୋବାଇଲରେ କଥା ହେବାକୁ ଗୁରୁତ୍ୱ ଦିଆଯାଇଛି । ଏଥିରେ ପାଖାପାଖି 100 ଲୋକଙ୍କ ଇ-ଚାଲାଣ କଟାଯାଇଥିବା ବେଳେ ଆଗକୁ ଟ୍ରାଫିକ ନିୟମକୁ ଆହୁରି କଡାକଡି କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ବିକାଶ ପରିଷଦର ଅନୁଦାନରେ ସହର ମଧ୍ୟରେ ମୋଟ 129 ଟି ସ୍ୱତନ୍ତ୍ର ଅପଗ୍ରେଡଡ଼ କ୍ୟାମେରା ଲଗାଯାଇଛି । ଏହାର ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଯାହା 24 ପ୍ରହର କାମ କରିବ । ସେହିପରି ଏହା ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଧରିବା ସହ ଅପରାଧୀଙ୍କୁ ମଧ୍ୟ ଚିହ୍ନଟ କରି ପାରିବାର ବ୍ୟବସ୍ଥା ରହିଛି । ତେବେ ଏହି ବ୍ୟବସ୍ଥା ନିହାତି ଭାବରେ ପୋଲିସ୍ ପାଇଁ ସହାୟକ ହେବ ଓ ସାଧାରଣ ଲୋକ ମଧ୍ୟ ଏହାଦ୍ୱାରା ଉପକୃତ ହେବେ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.