ETV Bharat / state

ଗୋଶାଳା ସହ ପୌରପରିଷଦର MOU, ସୁଧୁରିବ ସହରର ଟ୍ରାଫିକ ବ୍ୟବସ୍ଥା - ବଲାଙ୍ଗୀରରେ ସୁଧୁରିବ ଟ୍ରାଫିକ ସମସ୍ୟା

ବଲାଙ୍ଗୀର ସହରରେ ବୁଲା ରୁଗାଇ ଓ ଷଣ୍ଢଙ୍କ ଉତ୍ପାତ ବଢିବାରେ ଲାଗିଛି । ଯାହାକୁ ନେଇ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏମାନଙ୍କ ଥଇଥାନ ନେଇ ପଦକ୍ଷେପ ନେଇଛି ପୌର ବଲାଙ୍ଗୀର ପରିଷଦ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ସୁଧୁରିବ ଟ୍ରାଫିକ ସମସ୍ୟା, ଆଉ ବାଟ ଓଗାଳିବେନି ବୁଲା ଗୋରୁଷଣ୍ଢ

author img

By

Published : May 15, 2022, 1:48 PM IST

ବଲାଙ୍ଗୀର: ସହରରୁ ହଟିବ ଟ୍ରାଫିକ ସମସ୍ୟା । ଏନେଇ ଏକ ପଦକ୍ଷେପ ଆରମ୍ଭ କରିବାକୁ ଯାଉଛି ବଲାଙ୍ଗୀର ପୌର ପରିଷଦ । ବୁଲା ଗୋରୁ ଗାଈଙ୍କ ଥଇଥାନ କରାଯିବା ପାଇଁ ବଲାଙ୍ଗୀରର ପୃଥ୍ୱୀରାଜ ଗୋଶାଳା ସହିତ MOU ସ୍ୱାକ୍ଷରିତ ହୋଇଛି । ସୂଚନା ଅନୁସାରେ, ବଲାଙ୍ଗୀର କ୍ରମଶଃ ବଢ଼ି ବଢ଼ି ଚାଲିଥିବା ବେଳେ ବିକାଶ ସାଙ୍ଗକୁ ଅବ୍ୟବସ୍ଥା ସବୁବେଳେ ସମସ୍ୟା ସୃଷ୍ଟି କରି ଆସିଛି । ଏହା ମଧ୍ୟରେ ସହରରେ ବୁଲା ଗୋରୁ ଗାଈଙ୍କ ପାଇଁ ଅନେକ ସମସ୍ୟା ଦଶନ୍ଧି ଧରି ଲାଗି ଆସିଛି ।

ବଲାଙ୍ଗୀରରେ ସୁଧୁରିବ ଟ୍ରାଫିକ ସମସ୍ୟା, ଆଉ ବାଟ ଓଗାଳିବେନି ବୁଲା ଗୋରୁଷଣ୍ଢ

ସହରର ସବୁ ରାସ୍ତା ଗଳିରେ ବୁଲା ଗୋରୁ ଗାଈଙ୍କ ପାଇଁ ଟ୍ରାଫିକ ସମସ୍ୟା ଲାଗିରହିଛି । ସେହିପରି ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଉଭୟଙ୍କ ମୃତ୍ୟୁ ହେଉଛି । ଏଭଳି ସ୍ଥଳେ ବଲାଙ୍ଗୀର ପୌର ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ଏଥିପାଇଁ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ବୁଲା ଗୋରୁ ଗାଈଙ୍କ ଥଇଥାନ କରାଯିବା ପାଇଁ ବଲାଙ୍ଗୀରର ପୃଥ୍ୱୀରାଜ ଗୋଶାଳା ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଛି । ହେଲେ ଏହି ବ୍ୟବସ୍ଥା ଦୀର୍ଘ ମୀୟାଦି ହୋଇ ନ ଥିବାରୁ ଅନେକ ପ୍ରଶ୍ନ ଏହାକୁ ନେଇ ଉଠିଛି ।

ତେବେ ସହର ମଧ୍ୟରେ ଚାରି ହଜାର ବୁଲା ଗୋରୁ ଗାଈ ରହିଛନ୍ତି । ଏବଂ କୌଣସି କାଞ୍ଜି ଘର ନ ଥିବାରୁ ସମସ୍ତଙ୍କୁ ସେଠି ରଖିବା ସମ୍ଭବ ହେବ ନାହିଁ ବୋଲି କୁହାଯାଇଛି । ସମାନ ଭାବରେ କେବଳ ଗାଈ ଓ ବାଛୁରୀଙ୍କୁ ବର୍ତ୍ତମାନ ଗୋଶାଳାରେ ରଖିବାର ବ୍ୟବସ୍ଥା ରହିଛି । ଯାହାଦ୍ବାରା ସବୁଠି ବେଶୀ ବିପଦ ବୁଲା ଷଣ୍ଢଙ୍କୁ ରଖିବା ପାଇଁ ଏଯାଏଁ ବ୍ୟବସ୍ଥା ହୋଇନାହିଁ ।ସେହିପରି ଆଗକୁ ପୌର ପରିଷଦ ବୁଲା ଗୋରୁ ଗାଈଙ୍କୁ ବିକ୍ରି କରିବାର ମଧ୍ୟ ମନସ୍ଥ କରିଛି । ସେହିପରି ଏହି କିଣା ବିକାରେ ପୌର ପରିଷଦ ବେଆଇନ ଗୋଚଳାନକୁ ପ୍ରତ୍ସାହନ ଦେବ ନାହିଁ ତ ବୋଲି ମଧ୍ୟ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ।

ସେପଟେ ପୌର ପରିଷଦ ନୂଆ ଭାବରେ କାର୍ଯ୍ୟକାରୀ କରୁଥିବା ଏହି ନିୟମରେ ରାସ୍ତାରେ ବୁଲୁଥିବା ଗୋରୁଙ୍କୁ ଜବତ କରାଯିବା ସହ ତାଙ୍କର ମାଲିକ ଙ୍କ ଠୁଁ ଦିନକୁ 25 ଟଙ୍କା ଫାଇନ ଆଦାୟ କରାଯିବ । ସେହିପରି ଆଗକୁ ଭିତ୍ତିଭୂମି ସଜଡ଼ା ଯାଇ ଷଣ୍ଢ ମାନଙ୍କୁ ମଧ୍ୟ ରଖିବାର ବ୍ୟବସ୍ଥା କରା ଯିବ ବୋଲି ପୌର ପରିଷଦ କହିଛି । ସହରରେ କୌଣସି ଗୋରୁ ଗାଈ ଆଉ ଆସୁବିଧା କରିବେ ନାହିଁ ବୋଲି ପୌର ପରିଷଦ କହିଛି । ଅନେକ ବର୍ଷ ପରେ ପ୍ରଥମ କରି ପୌର ପରିଷଦ ବୁଲା ଗୋରୁ ଗାଈଙ୍କୁ ଥଇଥାନ ପାଇଁ ପଦକ୍ଷେପ ନେଇଛି । ତେବେ ଆଗକୁ ଏହା କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.