ବଲାଙ୍ଗୀର: ଚଳିତ ବର୍ଷ କୋରୋନା ପାଇଁ ବାତିଲ ହେଲା ବଲାଙ୍ଗୀରର ସର୍ବ ଭାରତୀୟ ମଠଖାଇ ନାଟ୍ୟ ମହୋତ୍ସବ । ତେବେ ବଲାଙ୍ଗୀରରେ ବସିଥିବା ମଠଖାଇ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ 13 ତମ ଏହି ମହୋତ୍ସବ ଏଥର ବନ୍ଦ ରହିବ।
ଏହି ନାଟ୍ୟ ମହୋତ୍ସବରେ ପାଞ୍ଚ ଦିନ ଧରି ରାଜ୍ୟ ଓ ରାଜ୍ୟ ବାହାରୁ ଉତ୍କୃଷ୍ଟମାନର ନାଟକ ପ୍ରଦର୍ଶିତ ହୋଇଥାଏ। ଏବଂ ଏଠାକାର ନାଟକ ପ୍ରେମୀ ତଥା କଳାକାର ଏହାର ଭରପୁର ଆନନ୍ଦ ନେଇଥାନ୍ତି । ହେଲେ ଏଥର କୋରୋନା କଟକଣା ଯୋଗୁଁ ଏହି ପରିସ୍ଥିତି ହୋଇଥିବା ବେଳେ ନାଟକ କଳାକାର ଓ ପ୍ରେମୀ ଏଥିରେ ହତୋତ୍ସାହିତ ହୋଇଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ