ETV Bharat / state

ଭିଜିଲାନ୍ସ ଜାଲରେ କୋଟିପତି ସମବାୟ ବ୍ୟାଙ୍କ ସମ୍ପାଦକ - vigilance raid in bolangir

ଭିଜିଲାନ୍ସ ଜାଲରେ କୋଟିପତି ସମବାୟ ବ୍ୟାଙ୍କ ସମ୍ପାଦକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ସମବାୟ ବ୍ୟାଙ୍କର ସାଧାରଣ ସମ୍ପାଦକ ଅଶୋକ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 12, 2019, 12:38 PM IST

ବଲାଙ୍ଗୀର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସରେ ଜାଲରେ ଛନ୍ଦି ହୋଇଛନ୍ତି ବଲାଙ୍ଗୀର ସମବାୟ ବ୍ୟାଙ୍କର ସାଧାରଣ ସମ୍ପାଦକ ଅଶୋକ କୁମାର ମହାପାତ୍ର । ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସମେତ 4ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି । ଗୁରୁବାର ଭୋର ସମୟରୁ ଭିଜିଲାନ୍ସର ଏକ ଟିମ୍ ଚଢାଉ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଏକକାଳୀନ ସମବାୟ ବ୍ୟାଙ୍କ ସ୍ଥିତ ତାଙ୍କ ଅଫିସ, ବଲାଙ୍ଗୀର ମାଲପଡା ସ୍ଥିତ ପୈତୃକ ବାସଭବନ, ଦାସମତୀ ନଗର ସ୍ଥିତ ବାସଭବନ ଓ ଭବାନୀ ପାଟଣା ସ୍ଥିତ ତାଙ୍କ ଝିଅ ଘରେ ଏହି ଚଢ଼ାଉ ଜାରି ରହିଛି ।

ଏହି ଚଢାଉରେ ବହୁ ଗୁରୁତ୍ବପୂର୍ଣ୍ଣ ଜମିର କାଗଜପତ୍ର, ଏକାଧିକ ବ୍ୟାଙ୍କ ଜମା ଖାତା, ବଣ୍ଡ ଓ ଏକଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଆୟବହିର୍ଭୂତ ସମ୍ପତ୍ତିର ପରିମାଣ ଜଣାପଡି ନଥିବା ବେଳେ ଆକଳନ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବରଗଡ଼ ଜିଲ୍ଲାରେ ହୋଇଥିବା ଧାନ କିଣା ଦୁର୍ନୀତି ମାମଲାରେ ଜିଲ୍ଲା ପ୍ରଶାସନ ତଦନ୍ତ ନାମରେ କେବଳ ଦିନ ଗଡ଼ାଇଚାଲିଥିବା ବେଳେ ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଙ୍କ ବିରୋଧରେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କେବଳ ଗୋଟିଏ ୠତୁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଖୋଦ ARCS ନିଜେ ସ୍ୱୀକାର କରିଥିବା ବେଳେ ଦୀର୍ଘ ବର୍ଷ ହେଲା ଚାଷୀ ପରିଚୟ ପତ୍ର ନିର୍ମାଣରେ ଏପରି ଦୁର୍ନୀତି ହୋଇଆସୁଥିବା ଜଣାପଡ଼ିଛି ।

Body:ତୋରା ସୋସାଇଟି ରେ ଚାଷୀଙ୍କ ଜମି ପଞ୍ଜିକରଣକୁ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ବେଳେ ଆଜି ଯାଏ ଥାନାରେ କୌଣସି ଅଭିଯୋଗ ହୋଇନାହିଁ କି ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଗ୍ରାମ୍ୟ ରାସ୍ତା , ପୋଖରୀ, ଜାତୀୟ ରାଜପଥ , ଦକ୍ଷିଣପୂର୍ବ ରେଳପଥ, ରକ୍ଷିତ ଜମି, ଗୋଚର ଜମି , ଘର ଡ଼ିହ, ଏବଂ ଏପରିକି ନଦୀ ନାଲ ଭିତରେ ମଧ୍ୟ ଚାଷ କରାଯାଇଥିବା ଦର୍ଶାଇ ନକଲି ଚାଷୀ ପରିଚୟ ପତ୍ର ତିଆରି କରାଯାଇ ୫ ହଜାରରୁ ଅଧିକ କୁଇଣ୍ଟାଲ ଧାନ ବେଆଇନ ଭାବେ ବିକ୍ରି କରାଯାଇଛି । ତେବେ ଖୋଦ ବିଭାଗୀୟ ଅଧିକାରୀ ମଧ୍ୟ ୫୦ ରୁ ୬୦ ଲକ୍ଷ ଟଙ୍କାର ଘୋଟାଲା ହୋଇଥିବା କହୁଥିଲେ ମଧ୍ୟ ତଦନ୍ତ ନାମରେ କାହିଁକି ଦିନଗଡାଉଛନ୍ତି । ଏହି ଦୁର୍ନୀତିରେ ସଂପୃକ୍ତ ଡାଟା ଏଣ୍ଟ୍ରି ଅପରେଟର ବୀରେନ୍ଦ୍ର ଏହି ଦୁର୍ନୀତି କରିଥିବା ନିଜେ ସ୍ୱୀକାର କରିଲା ପରେ ମଧ୍ୟ କାହିଁକି ଜିଲ୍ଲା ପ୍ରଶାସନ ଚୁପ ରହିଛି ତାହା ସନ୍ଦେହ ଜନକ।

Conclusion:ତେବେ ଶୀଘ୍ର ଏହି ଘଟଣାର ଦୋଷୀ ମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଉ ବୋଲି ଚାଷୀ ମହଲରେ ଦାବି ଉଠୁଛି । ତେବେ ଦୀର୍ଘ ବର୍ଷ ହେଲା ଏପରି ଦୁର୍ନୀତି ହେଉଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିପରି ଜାଣି ପାରିଲା ନାହିଁ ଏବଂ ଯେତେବେଳେ ଘଟଣାଟି ଜଣାପଡିଲା ଏବେ କାହିଁକି ଚୁପ ମାରିଛି ପ୍ରଶାସନ, ଯାହାକୁ ନେଇ ପୁରା ସିଷ୍ଟମ ସନ୍ଦେହ ଘେରରେ ରହିଛି ।

ବାଇଟ ୧- ହୃଷିକେଶ ସାହୁ ( ଚାଷୀ )
ବାଇଟ ୨- ଗୁରୁଗୋବିନ୍ଦ ପଧାନ ( ତୋରା ସୋସାଇଟି ସେକ୍ରେଟାରୀ )
ବାଇଟ ୩- ଶରତ ଚନ୍ଦ୍ର ପାଣିଗ୍ରାହୀ ( ARCS )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.