ETV Bharat / state

ମିଳିନାହିଁ ଦରମା: ଆନ୍ଦୋଳନରେ ମେଡିକାଲ କଲେଜ କର୍ମଚାରୀ - ମେଡିକାଲ କର୍ମଚାରୀ

ମେଡିକାଲ କଲେଜ ହସ୍ପିଟାଲର ପରିଷ୍କାର ପରିଚ୍ଛନ୍ନ ଭଲି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଛନ୍ତି ଏହି କର୍ମଚାରୀ । କିନ୍ତୁ ଗତ ତିନି ମାସ ହେବ ସେମାନଙ୍କୁ ଦରମା ପ୍ରଦାନ କରାଯାଇ ନାହିଁ । ଏପରିକି ସେମାନଙ୍କ ବର୍ଦ୍ଧିତ ଦରମା ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇଥିବାରୁ ବାଧ୍ୟ ହୋଇ ଧାରଣା ଦେଇଛନ୍ତି କର୍ମଚାରୀମାନେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Mar 12, 2019, 10:53 PM IST

ବଲାଙ୍ଗୀର: 3 ମାସ ହେବ ମିଳିନାହିଁ ଦରମା । ଏପରିକି ବର୍ଦ୍ଧିତ ଦରମା ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇ ଦେଇଛି । ଏଭଳି ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି ବଲାଙ୍ଗୀର ସନ୍ଥ ଭୀମ ଭୋଇ ମେଡିକାଲ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏହି କର୍ମଚାରୀମାନେ ମଙ୍ଗଳବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ମିଳିଥିବା ସୂଚନା ମୁତାବକ, ମେଡିକାଲ କଲେଜ ହସ୍ପିଟାଲର ପରିଷ୍କାର ପରିଚ୍ଛନ୍ନ ଭଲି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଛନ୍ତି ଏହି କର୍ମଚାରୀ । କିନ୍ତୁ ଗତ ତିନି ମାସ ହେବ ସେମାନଙ୍କୁ ଦରମା ପ୍ରଦାନ କରାଯାଇ ନାହିଁ । ଏପରିକି ସେମାନଙ୍କ ବର୍ଦ୍ଧିତ ଦରମା ଉପରେ ମଧ୍ୟ ପ୍ରଶାସନ ରୋକ ଲଗାଇଥିବାରୁ ବାଧ୍ୟ ହୋଇ ଧାରଣା ଦେଇଥିବା କହିଛନ୍ତି କର୍ମଚାରୀମାନେ । ଏଥିରେ ହସ୍ପିଟାଲର ୪୦ ଜଣ କର୍ମଚାରୀ ସାମିଲ ଥିବା ଜଣାପଡିଛି ।

କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା ଦେବାରୁ ହସ୍ପିଟାଲର ପରିଚ୍ଛନ୍ନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ସେପଟେ ଦରମା ନ ମିଳିବା ଯାଏଁ ଏହି ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସ୍ଥିର କରିଛନ୍ତି ଏହି କର୍ମଚାରୀ ।

ତେବେ ସମସ୍ତେ ରୋଗୀ କଲ୍ୟାଣ ସମିତିରୁ ସେମାନଙ୍କୁ ଦରମା ଦିଆଯାଉଥିଲା । କେଉଁ ପରିସ୍ଥିତିରେ ଏହି ସମସ୍ୟା ଉପୁଜିଛି, ସେ ନେଇ ଉଚ୍ଚ କର୍ତ୍ତୃପକ୍ଷ ତଥା ସିଡିଏମଓ ସହିତ ଆଲୋଚନା କରାଯିବ ବୋଲି ମେଡିକାଲ କଲେଜ ହସପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ପ୍ରଖ୍ୟାତ ଫିଲ୍ମନିର୍ମାତା ଏସଏସ ରାଜାମୌଲୀଙ୍କ ଅପକମିଂ ଫିଲ୍ମ 'RRR', ଯାହାକ ଗତବର୍ଷ ନଭେମ୍ବର ମାସରୁ ମହୁରତ ହୋଇ ସୁଟିଂ ଆରମ୍ଭ ହୋଇଯାଇଥିଲେ ମଧ୍ୟ ନିର୍ମାତା ଏପର୍ଯ୍ୟନ୍ତ ଫିଲ୍ମ ପାଇଁ ପାଉନାହାଁନ୍ତି ଉପଯୁକ୍ତ ଅଭିନେତ୍ରୀ । କିଛିଦିନ ପୂର୍ବରୁ ଫିଲ୍ମରେ ଆଲିୟା ଏଣ୍ଟ୍ରି ମାରିବେ ବୋଲି ନିର୍ମାତା ଆଶା କରିଥିବାବେଳେ ଏବେ କିନ୍ତୁ ଆଲିୟା ବି ଓହରିଛନ୍ତି ଏହି ବିଗ ବଜେଟ ଫିଲ୍ମରୁ...

ତେଲୁଗୁ ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର ପ୍ରଥମଥର ପାଇଁ ପରଦାରେ ଏକାଠି ଆସିବାକୁ ଯାଉଥିବାବେଳେ ଏହି 300କୋଟି ବଜେଟର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀଙ୍କୁ ଦେଖିବାକୁ ସମସ୍ତେ ଉତ୍ସାହିତ । 

ତେବେ ଏହି ଫିଲ୍ମ ପାଇଁ ରାଜାମୌଲୀ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଆପ୍ରୋଚ କରିଥିବା କଥା ଶୁଣିବାକୁ ମିଳିଥିଲା । କିନ୍ତୁ ଆଲିୟା ଏବେ ବଲିଉଡର ଅନେକ ଫିଲ୍ମର ଚୁକ୍ତି କରିଥିବାରୁ ଏହି ବିଗ ବଜେଟକୁ କରିଛନ୍ତି ନାଁ । ଆଲିୟା ଏବେ କଲଙ୍କ, ବ୍ରହ୍ମାସ୍ତ୍ର, ତଖ୍ତ, ସଡକ-2ଆଦି ଫିଲ୍ମରେ ବ୍ୟସ୍ତ । ଏହାଛଡା ଆଲିୟା ଖୁବଶିଘ୍ର ପ୍ରଯୋଜନା ଦୁନିଆରେ ମଧ୍ୟ ପାଦ ରଖିବେ ।

ପ୍ରକାଶ ଥାଉକି, ଫିଲ୍ମ 'RRR'ରେ ଜୁନିୟର ଏନଟିଆର ଓ ରାମଚରଣ ଦୁଇ ଭାଇ ଭୂମିକାରେ ଆସୁଛନ୍ତି । ଉଭୟ ଫିଲ୍ମର କାହାଣୀ ନଶୁଣି ଏହି ଚୁକ୍ତି ସାଇନ କରିନେଇଥିଲେ କେବଳ ଉଭୟ ଏକାଠି ଫିଲ୍ମ କରିବାକୁ । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.