ETV Bharat / state

ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ: ପାରମ୍ପରିକ ବାଦ୍ୟ ଓ ନୃତ୍ୟରେ ଦୁଲୁକିଲା ମଞ୍ଚ - ବଲାଙ୍ଗୀର ସାଂସଦ

ବଲାଙ୍ଗୀରରେ 20ତମ ଲୋକ ଉତ୍ସବ ଉଦଘାଟିତ ହୋଇଯାଇଛି । ରାଜ୍ୟ ଓ ରାଜ୍ୟ ବାହାର ଲୋକକଳା, ନୃତ୍ୟ ଓ ଗୀତରେ  ଝୁମୁଛି ବଲାଙ୍ଗୀର ।

bolangir-loka-utstaba-inagurated-by-mp-sangita-singhdeo
ଫଟୋ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର
author img

By

Published : Jan 4, 2020, 7:46 AM IST

ବଲାଙ୍ଗୀର: 20ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାର ଲୋକକଳା, ନୃତ୍ୟ ଓ ଗୀତରେ ଝୁମୁଛି ବଲାଙ୍ଗୀର । ସ୍ଥାନୀୟ କୋଶଳ କଳାମଣ୍ଡପରେ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ ଯୋଗ ଦେଇଥିବାବେଳେ ତାଙ୍କ ସହ ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା, ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ

ଏହି ଲୋକ ଉତ୍ସବର ଉଦଘାଟନ କରିବା ସହ ଲୋକ ଉତ୍ସବ ସ୍ମରଣିକାର ମଧ୍ୟ ଉନ୍ମୋଚନ କରିଥିଲେ ଅତିଥି । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯେଉଁଥିରେ ବଲାଙ୍ଗୀର ଜିଲ୍ଲାର ଘୁଡକା ବାଦ୍ୟ ଓ ନାଚ, ଆସାମର ବିହୁ ନୃତ୍ୟ, ଗଞ୍ଜାମର ପଶୁ ନୃତ୍ୟ ତଥା ଶଙ୍ଖ ଧ୍ବନି ନୃତ୍ୟ ଇତ୍ୟାଦି ପରିବେଷିତ ହୋଇଥିଲା । ଏହି ସବୁ ଲୋକକଳା ଲୋକଙ୍କ ହୃଦୟକୁ ବେଶ ଛୁଇଁ ଥିଲା । ତେବେ ଜିଲ୍ଲାର ଲୋକକଳା ବେଶ ଆଗୁଆ ଥିବାବେଳେ ଏହାକୁ ଏହି ମଞ୍ଚ ଲୋକଲୋଚନ ଆଣିପାରିଛି ବୋଲି ମତ ପ୍ରକାଶ ପାଇଥିଲା । ସେହିପରି କଳାକାରମାନେ ମଧ୍ୟ ଏହି ମଞ୍ଚ ପାଇ ବେଶ ଉତ୍ସାହିତ ହୋଇ ନିଜ ନୃତ୍ୟ ଗୀତ ପରିବେଷଣ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବିଂଶ ତମ ବଲାଂଗୀର ଲୋକ ଉତ୍ସବ ଆଜି ଉଦ୍ଘାଟିତ ହୋଇ ଯାଇଛି । ରାଜ୍ୟ ଓ ରାଜ୍ୟ ବାହାର ଲୋକ କଲା, ନୃତ୍ୟ ଓ ଗୀତ ରେ ଏବେ ଝୁମୁଛି ବଲାଂଗୀର ।

Body:ବିଂଶ ତମ ବଲାଂଗୀର ଲୋକ ଉତ୍ସବ ଉଦଘଟିତ ହୋଇ ଯାଇଛି। ବଲାଂଗୀର କୋଶଳ କଲା ମଣ୍ଡଳ ଠାରେ ଏହାର ଆୟୋଜନ ହଉଥିବ ବେଲେ ଆଜି ସନ୍ଧ୍ୟାରେ ଏହାର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏବଂ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ବଲାଂଗୀର ସାଂସଦ ସଂଗୀତା ସିଂ ଦେଓ ଯୋଗ ଦେଇଥିବା ବେଳେ ତାଙ୍କ ସହ ଲୋଇସିଙ୍ଗା ବିଧାୟକ ମୁକେଶ ମହାଳିଙ୍ଗ, ବଲାଂଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା, ବଲାଂଗୀର ଜିଲ୍ଲାପାଳ ଓ ବଲାଂଗୀର ଏସ୍ପି ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ଏହି ଲୋକ ଉତ୍ସବର ଉଦଘାଟନ କରିବା ସହ ଲୋକ ଉତ୍ସବ ସ୍ମରଣୀକା ର ମଧ୍ୟ ଉନ୍ମୋଚନ କରିଥିଲେ । ଏବଂ ଏହା ପରେ ସାଂକୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଯେଉଁଥିରେ ବଲାଂଗୀର ଜିଲ୍ଲାର ଘୁଡକା ବାଦ୍ୟ ଓ ନାଚ , ଆସାମ ର ବିହୁ ନୃତ୍ୟ, ଗଞ୍ଜାମ ର ପଶୁ ନୃତ୍ୟ ତଥା ଶଙ୍ଖ ଧୁନି ନୃତ୍ୟ ଇତ୍ୟାଦି ପରିବେଷିତ ହୋଇଥିଲା । ଏବଂ ଏହି ସବୁ ଲୋକକଲା ଲୋକଙ୍କ ହୃଦୟକୁ ବେଶ ଛୁଇଁ ଥିଲା। ତେବେ ବଲାଂଗୀର ଜିଲ୍ଲାର ଲୋକ କଲା ବେଶ ଆଗୁଆ ଥିବା ବେଲେ ଏହାକୁ ଏହି ମଞ୍ଚ ଲୋକ ଲୋଚନ କରି ପାରିଛି ବୋଲି ମତ ପ୍ରକାଶ ପାଇଥିଲା । ସେହିପରି କଳାକାର ମାନେ ମଧ୍ୟ ଏହି ମଞ୍ଚ ପାଇ ବେଶ ଉତ୍ସାହିତ ହୋଇ ନିଜ ନୃତ୍ୟ ଗୀତ ପରିବେଷଣ କରିଥିଲେ ।
ବାଇଟ ସଙ୍ଗୀତା ସିଂହ ଦେଓ ସାଂସଦ ବଲାଂଗୀର
ବାଇଟ ଶ୍ୱେତ ମହାପାତ୍ର କଳାକାର ଗଂଜାମ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.