ETV Bharat / state

ଥଇଥାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ - strike

ସହରରେ ବିକାଶ ନାଁରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ଫଳରେ ବାସହରା ହୋଇ ଥିବା ବସ୍ତି ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ଯାହାକୁ ନେଇ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

ଥଇଥାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ

author img

By

Published : Aug 13, 2021, 8:07 AM IST

ବଲାଙ୍ଗୀର: ସହରରେ ବିକାଶ ନାଁରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଜାରି ରହିଛି । ଫଳରେ ବାସହରା ହୋଇ ଥିବା ବସ୍ତିବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ଥଇଥାନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ବସ୍ତି ବାସିନ୍ଦା । ତେବେ ଛ’ ମାସ ତଳେ ଜିଲ୍ଲା ପ୍ରଶାସନ ବଲାଙ୍ଗୀର ସହର ମଧ୍ୟରେ ଥିବା କରଙ୍ଗା କଟା ବସ୍ତିକୁ ଉଚ୍ଛେଦ କରିଥିଲା । ଏବଂ ଏଠି ଦୀର୍ଘ ବର୍ଷରୁ ରହି ଆସୁଥିବା 112ଟି ପରିବାର ବାସହରା ହୋଇଯାଇଥିଲେ ।

ଥଇଥାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ

ତେବେ ସେମାନଙ୍କୁ ପ୍ରଶାସନ ଖୁବଶୀଘ୍ର ଥଇଥାନ କରିବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ ଥଇଥାନ କରାଯାଇ ନାହିଁ । ଯାହା ଫଳରେ ଉଚ୍ଛେଦ ହୋଇଥିବା ଏହି ବସ୍ତିବାସିନ୍ଦା ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏବଂ ତାଙ୍କୁ ସରକାରୀ ଜାଗା ମିଶନ କିମ୍ବା ଅନ୍ୟ ବସ୍ତି ଉନ୍ନତି କରଣ ଯୋଜନାରେ ସାମିଲ କରି ଖୁବଶୀଘ୍ର ଥଇଥାନ ଦାବି କରିଥିଲେ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.