ETV Bharat / state

ଏଥର ବଲାଙ୍ଗୀରବାସୀଙ୍କ ମନ କିଣିବେ କୋଟିପତି ନେତା ? - Samarendra

କୋଟିପତି ନେତା, ଗରିବ ଜନତା । ନେତାଙ୍କ ଆକାଉଣ୍ଟ ଫୁଲ୍, ଜନତା ଆକାଉଣ୍ଟ ଫମ୍ପା । ନିର୍ବାଚନ ପାଇଁ ନେତାଙ୍କ ସତ୍ୟପାଠ ଦାଖଲ ପରେ ଆସିଛି ରୋଚକ ତଥ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Apr 9, 2019, 3:53 PM IST

ବଲାଙ୍ଗୀର: ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ସତ୍ୟପାଠ ଦାଖଲ କରିଛନ୍ତି ପ୍ରାର୍ଥୀ । ଆଉ ଏହି ସତ୍ୟପାଠରୁ ଆସିଛି ବେଶ ରୋଚକ ଖବର । ବଲାଙ୍ଗୀର ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ କୋଟିପତି । ରାଜ ଉଆସରେ ଜନ ପ୍ରତିନିଧି । ଦୟନୀୟ ସ୍ଥିତିରେ ଜନତା ଜନାର୍ଦ୍ଦନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ସମ୍ପତ୍ତି ମୂଲ୍ୟ 13 କୋଟି । ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ । 30 କୋଟି ସମ୍ପତ୍ତିର ଅଧିକାରୀ । ଆଉ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ସମ୍ପତ୍ତିର ମୂଲ୍ୟ ଦୁଇ କୋଟି । ସେହିପରି ଜିଲ୍ଲାର ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ, ଅର୍କେଶ ସିଂହଦେଓ ମଧ୍ୟ କୋଟିପତି ନେତା ।

ଅନ୍ୟପଟେ ଏଠିକାର ଲୋକଙ୍କ ସ୍ଥିତି ସଙ୍ଗିନ । କେବିକେ ଜିଲ୍ଲାରେ ବସା ବନ୍ଧିଛି ଦାଦନ ସମସ୍ୟା । ଫେଲ ମାରିଛି ସରକାରୀ ଯୋଜନା । ମଣିଷ କିଣାବିକାର କେନ୍ଦ୍ର ପାଲଟିଛି ବଲାଙ୍ଗୀର । ଏପଟେ କିନ୍ତୁ ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

AD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.