ETV Bharat / state

ଦୁଇ ଦିନିଆ ବଲାଙ୍ଗୀର ବନ୍ଦ

3ଟି ଦାବି ନେଇ 2 ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଫଳରେ ବୁଧବାର ଗାଡି ଚଳାଚଳ ସ୍ବାଭାବିକ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ।

ଦୁଇ ଦିନିଆ ବଲାଙ୍ଗୀର ବନ୍ଦ
author img

By

Published : Nov 20, 2019, 1:10 PM IST

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଓ ବାଇପାସ ନିର୍ମାଣ ଦାବିରେ 2 ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଫଳରେ ସକାଳୁ ସକାଳୁ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ପିକେଟିଂ କରିଥିବା ଦେଖିବାକୁ ମିଳିଥିଲା ।

ଦୁଇ ଦିନିଆ ବଲାଙ୍ଗୀର ବନ୍ଦ

ବନ୍ଦ ଡାକରା ପ୍ରଭାବରେ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରହିଛି । ସେପଟେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡି ଚଳାଚଳ ଏଠାରେ ସ୍ବାଭାବିକ ରହିଛି । ତେବେ ମୁଖ୍ୟ ଏହି ତିନୋଟି ଦାବି ଶୀଘ୍ର ପୂରଣ କରିବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି କମିଟି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ଆନ୍ଦୋଳନରେ ସିଧାସଳଖ ଓକିଲ ସଂଘ ସାମିଲ ହୋଇନଥିବା ବେଳେ ସମର୍ଥନ ଜଣାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ମୁଖ୍ୟ ତିନୋଟି ଦାବି ନେଇ ଆଜି ବଲାଂଗୀର ରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି। ବଲାଂଗୀର ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ବାୟ ପାସ ନିର୍ମାଣ ଓ ଲୋୟର ସୁକ୍ତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ଦାବିରେ ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି ର ନେତୃତ୍ୱରେ ଏହି ବନ୍ଦ କରା ଯାଇଛି । ଯେଉଁଥିରେ ବଲାଂଗୀର ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ତଥା ବେଙ୍କ ଓ ବୀମା କାର୍ଯ୍ୟାଳୟ ଏଥିରେ ବନ୍ଦ ରଖା ଯାଇଛି। ସେପଟେ ଏହି ଦୁଇ ଦିନିଆ ବାଣ୍ଡ ଆଜି ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରା ଯାଇଛି।

Body:ବଲାଂଗୀରରେ ସବୁ ସରକାରୀ କଲା ଆଜିଠୁ ଦୁଇ ଦିନ ପାଇଁ ସମ୍ପୂର୍ଣ ଅଚଳ ହୋଇଛି। ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକ୍ତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ଓ ସହର ରେ ବାୟ ପାସ ନିର୍ମାଣ ଦାବିରେ ଆଜିଠୁ ଦୁଇ ଦିନିଆ ବଲାଂଗୀର ବନ୍ଦ କରା ଯାଇଛି। ତେବେ ଏହି ଆନ୍ଦୋଳନର ନେତୃତ୍ୱ ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି ନେଇଥିବା ବେଳେ ତାକୁ ଜିଲ୍ଲାର ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଦେଇ ସିଧା ସଳଖ ଆନ୍ଦୋଳନରେ ସାମିଲ ହୋଇଛନ୍ତ । ସମାନ ଭାବରେ ବିଭିନ୍ନ ସଂଗଠନ ପକ୍ଷ୍ୟ ରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆ ଯାଇଛି। ତେବେ ଆଜିର ଏହି ବନ୍ଦରେ ବଲାଂଗୀର ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ, ବୀମା କାର୍ଯ୍ୟାଳୟକୁ ଏଥିରେ ବନ୍ଦ କରାଯାଇଛି । ସେପଟେ ଦୋକାନ ବଜାର , ସ୍କୁଲ କଲେଜ ଓ ଗାଡି ଚଲା ଚଲ ଏଠି ସ୍ୱାଭାବିକ ରହିଛି । ତେବେ ମୁଖ୍ୟ ଏହି ତିନୋଟି ଦାବି ଶୀଘ୍ର ପୁରାଣ କର ବୋଲି ଆନ୍ଦୋଳନ କାରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବି ରଖିଛନ୍ତି । ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଏମାନେ କହିଛନ୍ତି। ସେପଟେ ବଲାଂଗୀର ଜିଲ୍ଲା ଓକିଲ ସଂଘ ଭାରତୀୟ ବାର କାଉନ୍ସିଲ ର ନିର୍ଦେଶ ଆସିବା ପରେ ଏହି ଆନ୍ଦୋଳନରେ ପ୍ରତ୍ୟେକ୍ଷ ଭାବରେ ସାମିଲ ନହୋଇ ଆନ୍ଦୋଳନକୁ ସମର୍ଥନ ଜଣାଇ ଥିବାର କହିଛି। ସେପଟେ ଏହି ଦୁଇ ଦିନିଆ ବନ୍ଦ ଆଜି ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରା ଯାଇଛି।
ବାଇଟ ଗୋପଲଜି ପାଣିଗ୍ରାହୀ ସଭାପତି କ୍ରିୟାନୁଷ୍ଠାନ କମିଟି ବଲାଂଗୀର
ବାଇଟ ପ୍ରମୋଦ ତ୍ରିପାଠି ସଭାପତି ଜିଲ୍ଲା ଓକିଲ ସଂଘ ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.