ETV Bharat / state

ଦୁଇ ଦିନ ପାଇଁ ବଲାଙ୍ଗୀର ବନ୍ଦ - Bolangir Action Committee

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ବାଇପାସ୍ ନିର୍ମାଣ ଓ ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ଦାବିରେ ବଲାଙ୍ଗୀର କ୍ରିୟାଅନୁଷ୍ଠାନ କମିଟିର ନେତୃତ୍ବରେ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ...

48 ଘଣ୍ଟିଆ ବଲାଙ୍ଗୀର ବନ୍ଦ
48 ଘଣ୍ଟିଆ ବଲାଙ୍ଗୀର ବନ୍ଦ
author img

By

Published : Jan 15, 2020, 4:59 PM IST

ବଲାଙ୍ଗୀର: ମୁଖ୍ୟ ତିନୋଟି ଦାବି ନେଇ ବୁଧବାର ପୁଣି ବଲାଙ୍ଗୀରରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ବାଇପାସ୍ ନିର୍ମାଣ ଓ ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ଦାବିରେ ବଲାଙ୍ଗୀର କ୍ରିୟାଅନୁଷ୍ଠାନ କମିଟିର ନେତୃତ୍ବରେ ଏହି ବନ୍ଦ ଡାକରା ଦିଆଯାଇଛି ।

ଏଥିରେ ବଲାଙ୍ଗୀର ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ତଥା ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରଖାଯାଇଛି। ସେପଟେ ଏହି ଦୁଇ ଦିନିଆ ବନ୍ଦ ବୁଧବାର ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବାବେଳେ ପୋଲିସ ପକ୍ଷରୁ କଡାସୁରକ୍ଷା ଗ୍ରହଣ କରାଯାଇଛି।

ତେବେ ଏହି ଆନ୍ଦୋଳନର ନେତୃତ୍ବ ବଲାଙ୍ଗୀର କ୍ରିୟାଅନୁଷ୍ଠାନ କମିଟି ନେଇଥିବାବେଳେ ତାକୁ ଜିଲ୍ଲାର ସବୁ ଛୋଟ ବଡ ସଙ୍ଗଠନ ସମର୍ଥନ ଦେଇ ସିଧାସଳଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସମାନ ଭାବରେ ବିଭିନ୍ନ ସଙ୍ଗଠନ ପକ୍ଷ୍ୟରୁ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଛି।

ତେବେ ବୁଧବାର ମକର ସଂକ୍ରାନ୍ତି ପାଇଁ କିଛି କାର୍ଯ୍ୟାଳୟ ବନ୍ଦ ଥିବାବେଳେ ଖୋଲା ଥିବା ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ, ବୀମା କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି। ସେପଟେ ଦୋକାନ ବଜାର, ସ୍କୁଲ, କଲେଜ ଓ ଗାଡି ଚଳାଚଳ ସ୍ବାଭାବିକ ରହିଛି।

ତେବେ ମୁଖ୍ୟ ଏହି ତିନୋଟି ଦାବି ଶୀଘ୍ର ପୂରଣ କର ବୋଲି ଆନ୍ଦୋଳନକାରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବି ରଖିଛନ୍ତି। ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି। ସେପଟେ ଏହି ଦୁଇ ଦିନିଆ ବନ୍ଦ ବୁଧବାର ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବାବେଳେ ପୋଲିସ ପକ୍ଷରୁ କଡାସୁରକ୍ଷା ଗ୍ରହଣ କରାଯାଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ମୁଖ୍ୟ ତିନୋଟି ଦାବି ନେଇ ଆଜି ପୁଣି ବଲାଂଗୀର ରେ 48 ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି। ବଲାଂଗୀର ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ, ବାୟ ପାସ ନିର୍ମାଣ ଓ ଲୋୟର ସୁକ୍ତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ଦାବିରେ ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି ର ନେତୃତ୍ୱରେ ଏହି ବନ୍ଦ କରା ଯାଇଛି । ଯେଉଁଥିରେ ବଲାଂଗୀର ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ ତଥା ବେଙ୍କ ଓ ବୀମା କାର୍ଯ୍ୟାଳୟ ଏଥିରେ ବନ୍ଦ ରଖା ଯାଇଛି। ସେପଟେ ଏହି ଦୁଇ ଦିନିଆ ବନ୍ଦ ଆଜି ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରା ଯାଇଛି।

Body:ବଲାଂଗୀରରେ ସବୁ ସରକାରୀ କଲା ଆଜିଠୁ ପୁଣି ଦୁଇ ଦିନ ପାଇଁ ସମ୍ପୂର୍ଣ ଅଚଳ ହୋଇଛି। ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକ୍ତେଲ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ଓ ସହର ରେ ବାୟ ପାସ ନିର୍ମାଣ ଦାବିରେ ଆଜିଠୁ ଦୁଇ ଦିନିଆ ବଲାଂଗୀର ବନ୍ଦ କରା ଯାଇଛି। ତେବେ ଏହି ଆନ୍ଦୋଳନର ନେତୃତ୍ୱ ବଲାଂଗୀର କ୍ରିୟା ଅନୁଷ୍ଠାନ କମିଟି ନେଇଥିବା ବେଳେ ତାକୁ ଜିଲ୍ଲାର ସବୁ ଛୋଟ ବଡ଼ ସଂଗଠନ ସମର୍ଥନ ଦେଇ ସିଧା ସଳଖ ଆନ୍ଦୋଳନରେ ସାମିଲ ହୋଇଛନ୍ତ । ସମାନ ଭାବରେ ବିଭିନ୍ନ ସଂଗଠନ ପକ୍ଷ୍ୟ ରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦିଆ ଯାଇଛି। ତେବେ ଆଜି ମକର ସଂଜରନ୍ତି ପାଇଁ କିଛି କାର୍ଯ୍ୟଳୟ ବାଣ୍ଡ ଥିବା ବେଲେ ଖୋଲା ଥିବା ଜିଲ୍ଲାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟ, ବୀମା କାର୍ଯ୍ୟାଳୟକୁ ଏଥିରେ ବନ୍ଦ କରାଯାଇଛି । ସେପଟେ ଦୋକାନ ବଜାର , ସ୍କୁଲ କଲେଜ ଓ ଗାଡି ଚଲା ଚଲ ଏଠି ସ୍ୱାଭାବିକ ରହିଛି । ତେବେ ମୁଖ୍ୟ ଏହି ତିନୋଟି ଦାବି ଶୀଘ୍ର ପୁରଣ କର ବୋଲି ଆନ୍ଦୋଳନ କାରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବି ରଖିଛନ୍ତି । ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଏମାନେ କହିଛନ୍ତି। ସେପଟେ ଏହି ଦୁଇ ଦିନିଆ ବନ୍ଦ ଆଜି ପ୍ରଥମ ଦିନରେ ଶାନ୍ତି ଶୃଙ୍ଖଳାରେ ସଫଳ ହୋଇଥିବା ବେଳେ ପୋଲିସ ପକ୍ଷରୁ କଡା ସୁରକ୍ଷା ଗ୍ରହଣ କରା ଯାଇଛି।
ବାଇଟ ଗୋପଲଜି ପାଣିଗ୍ରାହୀ ସଭାପତି କ୍ରିୟାନୁଷ୍ଠାନ କମିଟି ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.