ବଲାଙ୍ଗୀର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ତେବେ ଆଜି ବଲାଙ୍ଗୀରର 14ଟି ବ୍ଳକ୍ରେ ସକାଳୁ ୮.୦୦ ଟାରୁ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୪.୦୦ ଟା ପର୍ଯ୍ୟନ୍ତ ଚାଲିଥିଲା ।
ସବୁଠି ଏଥର ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ହୋଇଛି । ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୁଇନ୍ତଲା ବ୍ଲକ ସରୋଜ ପ୍ରଧାନ, ମୁରିବାହାଳ ବ୍ଲକ ହରିବନ୍ଧୁ ମେହେର, ଗୁଡ ଭେଲା ବ୍ଲକ ବେବି ଦୋରା, ତୁରେକେଲା ପୂଜା ବେହେରା, ଲୋଇସିଂହା ଯତୀନ ପଟେଲ, ଆଗଲପୁର ଗୀତାଞ୍ଜଳି ଦାସ, ଦେଓଗାଁ ଦୟାନିଧି ଖମାରୀ, ବଙ୍ଗୋମୁଣ୍ଡା ବ୍ଲକ ରଞ୍ଜୁଲତା ବେହେରା, ଟିଟିଲାଗଡ ବ୍ଲକ ସଂଯୁକ୍ତା ନାୟକ, ସଇଁତଳା ବ୍ଲକ ମୋନିକା ସିଂହ ଭୋଇ, ପାଟଣାଗଡ଼ ନିଲକାନ୍ତ ବାଗ, ଖପ୍ରାଖୋଲ ବ୍ଲକ ପବିତ୍ର ପଟେଲ ଓ ବେଲ ପଡ଼ା ବ୍ଲକ ଟିଲିନା କୁମ୍ଭାର ପ୍ରମୁଖ ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଛନ୍ତି।
ଚଳିତ ଥର ବିଜେଡି ସମର୍ଥିତ ପ୍ରାର୍ଥୀ ମୋଟ 14ଟି ବ୍ଲକରୁ 10ଟିରେ ସଫଳ ହୋଇଛନ୍ତି । ସେହିପରି ମୁରିବହାଳ ବଙ୍ଗୋମୁଣ୍ଡା ଓ ସଇଁତଳା ବ୍ଲକ କଂଗ୍ରେସ ସମର୍ଥିତ ହାତକୁ ଯାଇଛି। କେବଳ ଗୁଡ ଭେଳା ବ୍ଲକକୁ ବିଜେପି ନିଜ ଅକ୍ତିଆରରେ ରଖିବାରେ ସଫଳ ହୋଇଛି । ତେବେ ଏଥର ବିଜେଡି ପୁଣି ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି । ଏହାର ଶ୍ରେୟ ନିର୍ବାଚିତ ପ୍ରତିନିଧିମାନେ ଜନ ସାଧାରଣକୁ ଦେଇଥିବା ବେଳେ ଆଗକୁ ଲୋକଙ୍କ ପାଇଁ କାମ କରିବା ସହ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ