ETV Bharat / state

ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ, SDPO କାର୍ଯ୍ୟାଳୟ ଘେରିଲା ବିଜେପି

author img

By

Published : Feb 6, 2023, 9:53 PM IST

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାର ଅଭିଯୋଗ ହୋଇଛି । ଏନେଇ ବିଜେପି ପକ୍ଷରୁ ଏସଡିପିଓଙ୍କ କାର୍ଯ୍ୟଳୟ ଘେରାଉ କରାଯାଇଛି । ଅଧିକ ପଢନ୍ତୁ

BJP Protest in Balangir
BJP Protest in Balangir

ବଲାଙ୍ଗୀର: ପାଟଣାଗଡ଼ ଅଞ୍ଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାର ଅଭିଯୋଗ ଆଣିଛି ବିଜେପି । ଏଥିଲାଗି ଆଜି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ତତ୍ତ୍ବାବଧାନରେ ପାଟଣାଗଡ଼ ବିଜେପି ସ୍ଥାନୀୟ ଏସଡିପିଓଙ୍କ କାର୍ଯ୍ୟଳୟ ଘେରାଉ କରିଛନ୍ତି । ଏଥିରେ ବିଜେପିର ହଜାର ହଜାର କର୍ମୀ ନେତା ଏଥିରେ ସାମିଲ ହେବା ସହ ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ପାଟଣାଗଡ଼ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ତାଙ୍କ ସହ ଆଲୋଚନା କରିବା ସତ୍ତ୍ବେ ବିଜେପି କର୍ମୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରି ନାହାନ୍ତି । ପାଟଣାଗଡ଼ରେ ବିଗତ କିଛି ମାସ ହେବ ଆଇନ ଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇଛି। ଯେଉଁଥିରେ ସହର ମଧ୍ୟରେ ଦିବା ଲୋକରେ ଲୁଟ ଡକାୟତି ଘଟିଛି । ନିକଟରେ ଚାରି ଚାରିଟି ବଡ଼ ଡକାୟତି ଘଟଣା ଘଟିଛି । ସେହିପରି କରୁଆର ଜଣେ ଶିଶୁକୁ ଅପହରଣ ଘଟଣା ଆଜି ଯାଏଁ ପୋଲିସ ତାର ଟେର ପାଇ ନାହିଁ। ସମାନ ଭାବରେ ପାଟଣାଗଡ଼ରେ ନିକଟରେ ଜଣେ ଜେଇଙ୍କୁ ହତ୍ୟା ଘଟଣା ଆଜି ଯାଏଁ ପୋଲିସ ଚୁପ ବସିଛି ।

ଏହା ବି ପଢନ୍ତୁ- କେନ୍ଦ୍ର ସରକାରଙ୍କ ଛତ୍ରଛାୟାରେ ଆଦାନୀ ଗ୍ରୁପ: କଂଗ୍ରେସ

ତେବେ ସହର ମଧ୍ୟରେ ଅପରାଧ ଖୁଲମଖୁଲା ବଢ଼ିଛି । ହେଲେ ପୋଲିସ ଏଥିରେ ଚୁପ ବସିଥିବାର କହିଛନ୍ତି ବଲାଙ୍ଗୀର ବିଜେପି ବରିଷ୍ଠ କର୍ମୀ ମାଧବ ସାଏ । ସେହିପରି ଏଠିକାର ଏସଡିପିଓ କାହା ଚାପରେ ଆସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମାଧବ ସାଏ । ସେପଟେ ବିଜେପିର ଏହି ଆନ୍ଦୋଳନ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଧାରଣା ମଧ୍ୟ ଜାରି ରହିଥିଲା । ତେବେ ଉପରୋକ୍ତ ପୋଲିସ ଅଧିକାରୀ ତାଙ୍କ ସହ ଆଲୋଚନା କରିବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ସେପଟେ ଏଠିକାର ପୋଲିସ କୌଣସି ଚାପରେ ନ ଆସି ପ୍ରତ୍ୟେକ ମାମଲାର ନିରପେକ୍ଷ ତଦନ୍ତ କରିବାର ଦାବି ହୋଇଛି। ପାଟଣାଗଡ଼ରେ ବଢି ଚାଲିଥିବା ଅପରାଧ ଉପରେ ମଧ୍ୟ ପୋଲିସର କଡା କର୍ଯ୍ୟନୃଷ୍ଠାନ ଦାବି ହୋଇଛି। ସୂଚନା ଅନୁସାରେ ଏଠାରେ ଗତକାଲି ସହର ମଧ୍ୟରୁ ୨ ବନ୍ଧୁଙ୍କଠାରୁ ଦୁର୍ବୃତ୍ତମାନେ ସାଢେ ୬ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସମାନ ଭାବରେ କିଛି ମାସ ତଳେ ସହର ଜନଗହଳି ସ୍ଥାନରେ ଥିବା ଏକ ସୁନା ଅଳଙ୍କାର ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଡକାୟତି ହୋଇଥିଲା । ଏଭଳି ଅନେକ ଘଟଣା ଘଟିଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବାର ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.