ETV Bharat / state

ମମିତାଙ୍କ ଘରେ ବିଜେପିର ଉଚ୍ଚସ୍ତରୀୟ ଟିମ୍ - ମମିତାଙ୍କ ପରିବାକୁ ଭେଟିଲା ବିଜେପି ଟିମ୍

ବଲାଙ୍ଗୀରରେ ବିଜେପିର ୧୫ ଜଣିଆ ଉଚ୍ଚସ୍ତରୀୟ ଟିମ୍ । ସେଠାରେ ମମିତା ମେହେରଙ୍କ ପରିବାରକୁ ଭେଟି ବିସ୍ତୃତ ଆଲୋଚନା କଲା ଟିମ୍ । ଅଧିକ ପଢନ୍ତୁ...

ମମିତା ମେହେରଙ୍କ ଘରେ ବିଜେପିର ଉଚ୍ଚସ୍ତରୀୟ ଟିମ୍

author img

By

Published : Oct 26, 2021, 12:03 PM IST

Updated : Oct 26, 2021, 1:59 PM IST

ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲାରେ ଅଶାନ୍ତ ରାଜ୍ୟ । ମମିତାଙ୍କୁ ନ୍ୟାୟ ଦାବିରେ ରାଜନୈତିକ ଦଳଠୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ବିଶେଷକରି ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଅଡି ବସିଥିବା ବିଜେପିର ୧୫ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଆଜି ବଲାଙ୍ଗୀର ଗସ୍ତ କରିଛନ୍ତି । ଜିଲ୍ଲାର ଝରନି ଗାଁରେ ରହୁଥିବା ପୀଡିତାଙ୍କ ପରିବାରଙ୍କୁ ଭେଟିଛି ଟିମ୍ ।

ମମିତାଙ୍କ ଘରେ ବିଜେପିର ଉଚ୍ଚସ୍ତରୀୟ ଟିମ୍

ଆଜି ବିଜେପିର ଏହି ଉଚ୍ଚସ୍ତରୀୟ ଟିମ୍ ବଲାଙ୍ଗୀର କଣ୍ଟାବାଞ୍ଜି ଆସି ଏଠାରୁ ମମିତାଙ୍କ ଗାଁ ତୁରେକେଲା ଝରନିକୁ ଯାଇଛନ୍ତି । ସେଠାରେ ତାଙ୍କ ପରିବାର ଲୋକଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି । ଆଲୋଚନା ପରେ ଟିମ୍ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସରକାର ନିଜେ ଗୋବିନ୍ଦ ସାହୁଙ୍କୁ ସୃଷ୍ଟି କରିଥିବା ବେଳେ ଗୃହମନ୍ତ୍ରୀଙ୍କୁ ଖସାଇ ଦେବାର ପୋଲିସ୍ ଭରପୁର ଉଦ୍ୟମ କରୁଛନ୍ତି । ଯେଉଁଥିପାଇଁ ପ୍ରମାଣକୁ ମଧ୍ୟ ନଷ୍ଟ କରାଯାଇଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପି ଟିମ୍ । ଯେ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଦାୟିତ୍ବରେ ଥିବା ସେ ପର୍ଯ୍ୟନ୍ତି ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ । ତେଣୁ ପୀଡ଼ିତାକୁ ନ୍ୟାୟ ଦେଇ ଗୃହମନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି ।

ମମିତା ମେହେରଙ୍କ ଘରେ ବିଜେପିର ଉଚ୍ଚସ୍ତରୀୟ ଟିମ୍

ଏଥିସହ ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ଆନ୍ଦୋଳନକୁ ଆହୁରି ଜୋରଦାର କରିବା ସହ ଲୋକଙ୍କ ଘରକୁ ଯିବ ବୋଲି କହିଛି ଟିମ୍ । ସେପଟେ ମୃତ ମମିତାଙ୍କ ପରିବାର ଝିଅକୁ ନ୍ୟାୟ ମାଗି ଏଥିରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ।

ବିଜେପିର ଏହି ଟିମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ଡିଜି ପ୍ରକାଶ ମିଶ୍ର, ମୋହନ ମାଝୀ, ପିତାମ୍ବର ଆଚାର୍ଯ୍ୟ ,ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ, ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଳୀଙ୍ଗ, କାଳିନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ ଓ ସୁଜିତ ଦାସ ପ୍ରମୁଖ ସାମିଲ ହୋଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 26, 2021, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.