ETV Bharat / state

ବିଜେଡି ଗଡରେ ବିଜେପିର ଜିତାପଟ

ବଲାଙ୍ଗୀର ଲୋକସଭା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଲୋଇସିଂହାରେ ବିଧାନସଭା ଆସନରେ ବିଜେପିର ମୁକେଶ ମହାଲିଙ୍ଗ ବିଜୟୀ ହୋଇଛନ୍ତି ।

author img

By

Published : May 25, 2019, 9:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ବଲାଙ୍ଗୀର: ବଲାଙ୍ଗୀର ଲୋକସଭା ସଂସଦୀୟ କ୍ଷେତ୍ରକୁ ବିଜେଡିର ଗଡ କୁହାଯାଉଥିବା ବେଳେ ଚଳିତ ନିର୍ବାଚନରେ ଲୋଇସିଂହାରେ ଗେରୁଆ ବାନା ଉଡିଛି ।ଏହି ବିଧାନସଭା ଆସନରେ ବିଜେପିର ମୁକେଶ ମହାଲିଙ୍ଗ ୬୮ ହଜାର ଶହ ୪୬ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ପ୍ରଦୀପ କୁମାର ବେହେରା ୫୫ ହଜାର ୮ ଶହ ୨୫ ଭୋଟ ପାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ତେବେ ମୋଟ ୧୨ ହଜାର ୮ ଶହ ୨୧ ଭୋଟ ଅଧିକ ପାଇ ବିଜେପି ମୁକେଶ ମହାଲିଙ୍ଗ ବିଜୟୀ ହୋଇଛନ୍ତି । ବିଜୟର ମୁକୁଟ ପିନ୍ଧିବା ପରେ ମୁକେଶ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି । ବିଶେଷ କରି ମୁକେଶ ପେଶାରେ ଜଣେ ବୈଜ୍ଞାନିକ ହୋଇଥିବା ବେଳେ ଚାକିରି ଛାଡି ରାଜନୀତିରେ ମନ ବଳାଇଛନ୍ତି । ଆଉ ପ୍ରଥମ ଥରରେ ହିଁ ସେ ଲୋଇସିଂହା ବିଜେପି ଟିକଟରୁ ଲଢି ଜିତାପଟ ମାରିଛନ୍ତି ।

ତେବେ ବଲାଙ୍ଗୀର ଲୋକସଭା ମଣ୍ଡଳୀରେ ତାଙ୍କ ବିଜୟ ଭୋଟର ହାର ସମସ୍ତଙ୍କ ଠାରୁ ଅଧିକ ରହିଛି । ତେବେ ଏହି ଜିତ ପାଇଁ ସେ ଲୋଇସିଂହାବାସୀଙ୍କୁ ଧନ୍ୟବାଦ ଜଣାଇ ଥିବା ବେଳେ ଏଠିକାର ମୁଳ ସମସ୍ୟା ଜଳସେଚନ, ବେରୋଜଗାରୀ, ଭତ୍ତା ଇତ୍ୟାଦି ଉପରେ ସେ ଗୁରୁତ୍ବ ଦେବେ ଓ ଏଥିପାଇଁ ସେ କାମ କରିବେ ବୋଲି କହିଛନ୍ତି ।

ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ସ୍ଲଗ -  ବିଜେଡି ଗଡରେ ବିଜେପିର ଜିତା ପଟ, ଲୋଇସିଂହା ବିଧାନ ସଭା ମଣ୍ଡଲିରେ ବିଜେପିର ମୁକେଶ ମହାଲିଙ୍ଗ ମାରିଲେ ବାଜି 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୨୫-୦୫-୧୯
ଫରମାଟ -ଏଭିଓ ବାଇଟ
ଏଙ୍କର-
ବଲାଗିଂର ଲୋକ ସଭା ମଣ୍ଡଲିର ବିଜେଡିର ଗଡ କୁହା ଯାଉଥିବା ଲୋଇସିଂହା ବିଧାନ ସଭା ମଣ୍ଡଲିରେ ଏଥର ବିଜେପି ବାଜି ମାରି ନେଇଛି । ଏହି ମଣ୍ଡଲିରେ ବିଜେପିର ମୁକେଶ ମହାଲିଙ୍ଗ ୬୮ହଜାର ୬ଶହ ୪୬ ଭୋଟ ପାଇ ଥିବା ବେଲେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ପ୍ରଦିପ କୁମାର ବେହେରା ୫୫ହଜାର ୮ଶହ ୨୫ ଭୋଟ ପାଇଛନ୍ତି । ତେବେ ମୋଟ ୧୨ ହଜାର ୮ଶହ ୨୧ ଭୋଟ ଅଧିକ ପାଇ ବିଜେପି ମୁକେଶ ମହାଲିଙ୍ଗ ବିଜୟୀ ହୋଇଛନ୍ତି । ଏବଂ ବିଜୟର ମକୁଟ ପିନ୍ଦିବା ପରେ ମୁକେଶ ମହାଲିଙ୍ଗ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି । ବିଶେଷ କରି ସେ ପେଶାରେ ଜଣେ ବେଜ୍ଞାନିକ ହୋଇଥିବା ବେଲେ ଚାକିରି ଛାଡି ରାଜନିତୀରେ ମନ ବଲାଇଥିଲେ । ଏବଂ ଏଥିରେ ସେ ଲୋଇସିଂହା ବିଜେପି ଟିକଟରୁ ଲଢି ସଫଲ ମଧ୍ୟ ହୋଇଛନ୍ତି । ତେବେ ବଲାଗିଂର ଲୋକସଭା ମଣ୍ଢଲୀରେ ତାଙ୍କ ବିଜୟ ଭୋଟର ହାର ସମସ୍ତଙ୍କ ଠାରୁ ଅଧିକ ରହିଛି । ତେବେ ଏହି ଜିତ ପାଇଁ ସେ ଲୋଇସିଂହା ବାସୀଙ୍କୁ ଧନ୍ୟବାଦ ଜଣାଇ ଥିବା ବେଲେ ଏଠିକାର ମୁଳ ସମସ୍ୟା ଜଳ ଶେଚନ, ବେରୋଜଗାରୀ, ଭତ୍ତା ଇତ୍ୟାଦି ଉପରେ ସେ ଗୁରୁତ୍ତ୍ୱ ଦେବେ ଓ ଏଥିପାଇଁ ସେ କାମ କରିବେ ବୋଲି କହିଛନ୍ତି ।
ବାଇଟ- ମୁକେଶ ମହାଲିଙ୍ଗ - ବିଜୟୀ ପାର୍ଥୀ ବିଜେପି ଲୋଇସିଂହା 
visual by mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.