ETV Bharat / state

ତେଜିଲା 'ଭଡ଼ାଟିଆ' ବୟାନ ବିବାଦ, ନରସିଂହ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

Lower Sukatela Project Politics: ଲୋୟର ଶୁକତେଲ ଉଦ୍ଘାଟନୀ ସଭାରେ ବିଧାୟକ ନରସିଂହ ମିଶ୍ରଙ୍କ ଭଡ଼ାଟିଆ ବୟାନକୁ ନେଇ ତେଜିଲା ବିବାଦ । ଏହାକୁ ବିରୋଧ କରିବା ସହ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମହିଳା ସଂଗଠନ । ଅଧିକ ପଢନ୍ତୁ

ତେଜିଲା 'ଭଡାଟିଆ' ରାଜନୀତି
ତେଜିଲା 'ଭଡାଟିଆ' ରାଜନୀତି
author img

By ETV Bharat Odisha Team

Published : Jan 8, 2024, 8:53 AM IST

ତେଜିଲା 'ଭଡାଟିଆ' ରାଜନୀତି

ବଲାଙ୍ଗୀର: ଜିଲ୍ଲାରେ ଲୋୟର ଶୁକତେଲ ପ୍ରକଳ୍ପ ଉଦ୍ଘାଟନୀ ସଭାରେ ନରସିଂହ ମିଶ୍ରଙ୍କ ଭଡ଼ାଟିଆ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ବିଧାୟକଙ୍କ ଏଭଳି ବୟାନକୁ ବିରୋଧ କରି ବିଜେଡି ମହିଳା ଶାଖା ଓ ଅନ୍ୟାନ୍ୟ ସଂଗଠନର ମହିଳାମାନେ ମିଳିତ ହୋଇ ପୋଲିସ, ଜିଲ୍ଲା ପ୍ରଶାସନ ଓ ମହିଳା କମିଶନ ପାଖରେ ଫେରାଦ ହୋଇଛନ୍ତି । ସଭାମଞ୍ଚରେ ମହିଳାଙ୍କୁ ଭଡ଼ାଟିଆ ସମ୍ବୋଧନ କରି ମହିଳାମାନଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଆଣିବା ସହ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିଳାମାନେ । ଏନେଇ ବଲାଙ୍ଗୀର ଏସପିଙ୍କଠାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଗତ ଜାନୁଆରୀ 3 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଏହି ଅବସରରେ ହୋଇଥିବା ଉଦ୍ଘାଟନୀ ସଭାରେ ହଜାର ହଜାର ଲୋକେ ସାମିଲ ହୋଇଥିଲେ । ଏହି ବିରାଟ ସଭାରେ ବଲାଙ୍ଗୀର ବିଧାୟକ ନିଜ ଅଭିଭାଷଣରେ ରାଜ୍ୟ ସରକାର ତଥା ସ୍ଥାନୀୟ ବିଜେଡି ନେତୃତ୍ୱ ଉପରେ ବର୍ଷିଥିଲେ । ସେହିପରି ନିଜ ଅଭିଭାଷଣରେ ଲୋକଙ୍କୁ ଭଡାରେ ଅଣାଯାଇ ଏହି କାର୍ଯ୍ୟକ୍ରମ ହୋଇଥିବାର କହିଥିଲେ । ଏପରିକି ଭଡ଼ାଟିଆ ଲୋକଙ୍କୁ ଜମା କରି କୌଣସି କାମ ହେବ ନାହିଁ ବୋଲି ସେ କହିଥିଲେ । ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି ।

ବିଜେଡି ମହିଳା ସଂଗଠନ ତଥା ଅନ୍ୟାନ୍ୟ ମହିଳା ସଂଗଠନମାନେ ଏଭଳି ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଶୁକତେଲ ଉଦଘାଟନୀ ସଭାରେ ମହିଳାମାନେ ଉପସ୍ଥିତ ଥିଲେ । ବିଧାୟକ ଏଭଳି କହି ସିଧାସଳଖ ମହିଳାଙ୍କୁ ଅପମାନ ଦେଇଥିବାର ଅଭିଯୋଗ ଆଣିଛନ୍ତି ମହିଳା ନେତ୍ରୀ । ଏହା ବିରୋଧରେ ବଲାଙ୍ଗୀର ଏସପିଙ୍କ ଠାରେ ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି ଜିଲ୍ଲାପାଳ ଓ ମହିଳା କମିଶନ ଠାରେ ମଧ୍ୟ ଏମାନେ ଅଭିଯୋଗ କରାଯିବ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଶୁକତେଲ ପ୍ରକଳ୍ପ ନେଇ ତେଜିଲା ଶ୍ରେୟ ରାଜନୀତି, କଂଗ୍ରେସ-ବିଜେଡି ମୁହାଁ ମୁହିଁ

ବଲାଙ୍ଗୀର ବିଜେଡି ନେତ୍ରୀ ତଥା ପୋୖରାଧ୍ୟକ୍ଷା ଲିକା ସାହୁ କହିଛନ୍ତି, "ବଲାଙ୍ଗୀର ତଥା ରାଜ୍ୟରେ ମହିଳାଙ୍କୁ ସମ୍ମାନ ଦିଆଯାଇ ଆସୁଛି । ଏପରିକି ବଲାଙ୍ଗୀର ମାଟିରେ ମାତୃ ଶକ୍ତିକୁ ପୂଜା କରାଯାଉଛି । ମହିଳାମାନେ ବିଧାନସଭା, ସଂସଦ ଯାଇ ପାରୁଥିବା ବେଲେ ଏକ ଉଦ୍ଘାଟନୀ ସଭାକୁ ଯିବା କଣ ଭୁଲ ? ଏବଂ ସେଠାକୁ ଯିବାରୁ ତାଙ୍କୁ ଭଡାଟିଆ କୁହା ଯିବା ନିନ୍ଦନୀୟ ଓ ମହିଳାଙ୍କୁ ଅସମ୍ମାନ ।" ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ କହିଛନ୍ତି," ବଲାଙ୍ଗୀର ବିଧାୟକ ମହିଳା ମାନଙ୍କୁ ଭଡାଟିଆ ବୋଲି କହିଛନ୍ତି । ଯାହାର ଅର୍ଥ ଅତି ଖରାପ ଥିବା ବେଳେ ସବୁ ମହିଳାଙ୍କ ପ୍ରତି ଏହା ଅସମ୍ମାନ।" ତେବେ ଏହାକୁ ନେଇ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ତାଙ୍କର ଏହି ଭଡାଟିଆ ବୟାନକୁ ନେଇ ଏବେ ଏଠି ତମ୍ବୀତୋଫାନ ଆରମ୍ଭ ହୋଇ ଯାଇଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.