ETV Bharat / state

Balangir Election Update: ନାମାଙ୍କନ ଭରିଲେ ପ୍ରାର୍ଥୀ

author img

By

Published : Jan 21, 2022, 10:40 AM IST

ବଲାଙ୍ଗୀର ଗ୍ରାମ ପଞ୍ଚାୟତ ନିର୍ବାଚନ ଉଷ୍ମତା ମଧ୍ୟରେ ଆଜି କଂଗ୍ରେସ ଓ ବିଜେଡି ଦଳର ପାର୍ଥୀମାନେ ଜିଲ୍ଲାପରିଷଦ ପଦବୀ ପାଇଁ ଭରିଲେ ନାମାଙ୍କନ । ସମସ୍ତ ଦଳ ଏଥର ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

Balangir Election Update: ବିଜୟକୁ ଦୃଢୋକ୍ତି ପ୍ରକାଶ କଲେ ସବୁ ଦଳ

ବଲାଙ୍ଗୀର: ବଲାଙ୍ଗୀରରେ ତୃସ୍ଥରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସହରଠୁ ଗ୍ରାମାଞ୍ଚଳ ସବୁଠି ରାଜନୀତିକ ଉଷ୍ମତା ଲାଗି ରହିଛି । ତେବେ ଏହାରି ମଧ୍ୟରେ ପ୍ରଥମ କରି ବିଜେଡି ଓ କଂଗ୍ରେସ ଦଳର ପାର୍ଥୀମାନେ ଜିଲ୍ଲା ପରିଷଦ ଜୋନ ପାଇଁ ନିଜର ନାମାଙ୍କନ ଦାଖଲ କରିଛନ୍ତି ଏବଂ ସମସ୍ତେ ସଫଳ ହେବେ ବୋଲି କହିଛନ୍ତି । ତେବେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସମସ୍ୟାକୁ ଗୁଋତ୍ୱ ଦେଇ ତାଙ୍କର ସମସ୍ୟା ସମାଧାନ, ବେକାରୀ ସମସ୍ୟା, ନାରୀ ନିର୍ଯାତନା ଭଳି ବିଭିନ୍ନ ବିଷୟ ନେଇ କଂଗ୍ରେସ ପାର୍ଥୀ ଲୋକଙ୍କ ପାଖକୁ ଯିବେ ଓ ଏଥିରେ ସେମାନେ ସଫଳ ହୋଇ ବିଜୟ ଲାଭ ମଧ୍ୟ କରିବେ ବୋଲି କଂଗ୍ରେସ ପ୍ରାର୍ଥୀ ମାନେ କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାମ ଓ ଲୋକପ୍ରିୟତା ହିଁ ବିଜେଡି ପାର୍ଥୀଙ୍କୁ ସହାୟକ ହେବ ଓ ସେମାନେ ଜିତିବେ ବୋଲି କହିଛନ୍ତି ବିଜେଡି ପାର୍ଥୀମାନେ । ତେବେ ଏଥର କୋଭିଡ କଟକଣା ମଧ୍ୟରେ ନିରାଡ଼ମ୍ବର ଭାବରେ ପାର୍ଥୀମାନେ ନିଜ ଦଳୀୟ ପତାକାରେ ଜିଲ୍ଲା ପରିଷଦ ଜୋନ ସବୁ ପାଇଁ ପାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ । ଯେଉଁଥିରେ ବିଜେଡି ଯୁବ ନେତା ଅର୍କେସ ନାରାୟଣ ସିଂହଦେଓ ନିଜେ ପାର୍ଥୀଙ୍କ ସହ ଉପସ୍ଥିତ ରହିଥିଲେ ।

ଚଳିତ ଥର ବିଜେଡିର ଲୋକପ୍ରିୟତା ପାଇଁ ଲମ୍ବା ଆଶାୟୀଙ୍କ ତାଲିକା ଥିବା ବେଳେ ଲୋକପ୍ରିୟ ଓ ବିଜୟୀ ସମ୍ଭାବନା ଥିବା ପାର୍ଥୀଙ୍କୁ ଏଥର ଟିକଟ ଦିଆଯାଇଥିବାର ସେ କହିଛନ୍ତି । ସେହିପରି କେନ୍ଦ୍ରର କୃଷି ମାରଣ ନୀତି ତଥା ଆମ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଏଥର ବିଜେଡ଼ିକୁ ସଫଳ କରିବା ସହ ଏମାନେ ଏଥର ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ପଦବୀ ହାସଲ କରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ କଂଗ୍ରେସର ଯୁବ ନେତା ତଥା ଏଆଇସିସି ସଦସ୍ୟ ସୋମେନ୍ଦ୍ର ମିଶ୍ର ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିରେ ଲୋକ ଅତିଷ୍ଠ ଥିବା ବେଳେ ଏଥର ଲୋକେ କଂଗ୍ରେସକୁ ହିଁ ବାଛିବେ ବୋଲି ସେ କହିଛନ୍ତି ।

ତେବେ ଆଜି ଜିଲ୍ଲାରେ ମୋଟ ୱାର୍ଡ ମେମ୍ବର 3949, ସରପଞ୍ଚ 1124, ପଞ୍ଚାୟତ ସମିତି 792 ଓ ଜିଲ୍ଲା ପରିଷଦ ସଦସ୍ୟ 68 ଜଣ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିଜେଡିର ପ୍ରାର୍ଥୀମାନେ ପ୍ରଥମ କରି ଆଜି ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ବିଜେପି ଏବେବି ପଛରେ ଥିବା ବେଳେ ତାଙ୍କର ରଣନୀତି ଏଯାଏଁ ଲୋକଙ୍କୁ ବୁଝା ପଡିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.