ETV Bharat / state

ବଲାଙ୍ଗୀରରେ ବିଜେଡି-କଂଗ୍ରେସ କର୍ମୀ ମୁହାଁମୁହିଁ, ଥାନାରେ ପହଞ୍ଚିଲେ ଉଭୟ ଦଳର କର୍ମୀ

ବଲାଙ୍ଗୀରରେ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । ଉଭୟ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Feb 18, 2023, 7:54 AM IST

ବଲାଙ୍ଗୀରରେ ବିଜେଡି-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ

ବଲାଙ୍ଗୀର: ଉଦଘାଟନୀ କାର୍ଯ୍ୟକ୍ରମରେ ମୁହାଁମୁହିଁ ହେଲେ ବିଜେଡି ଓ କଂଗ୍ରେସ । ବଲାଙ୍ଗୀରର କୋଶଳ କଳାମଣ୍ଡପ ଠାରେ ଶୁକ୍ରବାର ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ବିଜେଡିର ଜଣେ କାଉନସିଲରଙ୍କୁ କଂଗ୍ରେସ କର୍ମୀ ଓ ସ୍ଥାନୀୟ ବିଧାୟକ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏନେଇ ବିଜେଡି ଟାଉନ ଥାନାରେ ପହଞ୍ଚି ଅଭିଯୋଗ କରିଛି । ସେପଟେ କଂଗ୍ରେସ ମଧ୍ୟ ଥାନାରେ ପାଲଟା ଅଭିଯୋଗ ଆଣିଛି । ବିଜେଡିର ଗୁଣ୍ଡାମାନେ କଂଗ୍ରେସର ଜଣେ ମହିଳାକର୍ମୀଙ୍କୁ ମାଡ ମାରିବା ସହ ତାଙ୍କ ଠାରୁ ଟଙ୍କା ଛଡାଇ ନେଇଥିବା ସେମାନେ ଅଭଯୋଗ କରିଛନ୍ତି । ପୋଲିସ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛନ୍ତି ।

ପୁରା ଘଟଣାକ୍ରମ ଅନୁଯାୟୀ, ଶୁକ୍ରବାର ବଲାଙ୍ଗୀର କୋଶଳ କଳାମଣ୍ଡପ ଠାରେ ସଂସ୍କୃତି ଭବନର ଉଦଘାଟନୀ କାର୍ଯ୍ୟକ୍ରମ ଥିଲା । ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଉଦଘାଟନ କରିଥିଲେ । ଏଥିରେ ସ୍ଥାନୀୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବଲାଙ୍ଗୀର ପୌର ପରିଷଦର ସମସ୍ତ କାଉନସିଲର ଓ ପୌରଧ୍ୟକ୍ଷା ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ବିଜେଡି ଓ କଂଗ୍ରେସ କର୍ମୀମାନେ ନିଜ ନେତାଙ୍କ ଜୟ ଜୟକାର କରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ସମୟରେ ବିଧାୟକ ନରସିଂହ ମିଶ୍ର, ପୌରାଧ୍ୟକ୍ଷା ଲିକା ସାହୁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ଥିଲେ ।

ସେଠାରେ ମନ୍ତ୍ରୀଙ୍କ ସମ୍ମୁଖରେ ବଲାଙ୍ଗୀର ବିକାଶକୁ ନେଇ ଆଲୋଚନା ହୋଇଥିଲା । ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ବିକାଶରେ ପୌର ପରିଷଦ ବାଧା ଦେଉଥିବାର ଅଭିଯୋଗ କରିଥିଲେ । ପୌର ପରିଷଦର ଉପସ୍ଥିତ ସମସ୍ତ କାଉନସିଲର ଏହାକୁ ପ୍ରତିବାଦ କରିଥିଲେ । ଏହାକୁ ନେଇ ଉଭୟଙ୍କ ସମର୍ଥକ ମଧ୍ୟରେ କଥା କଟାକଟି ହେବା ପରେ ସ୍ଥିତି ଅଣାୟତ୍ତ ହୋଇପଡିଥିଲା । କଂଗ୍ରେସ କର୍ମୀ ଆଠ ନମ୍ବର ୱାର୍ଡର କାଉନସିଲର ନନ୍ଦିନି ପୋଢ଼ଙ୍କୁ ମରଣାନ୍ତକ ଆକ୍ରମଣ, ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କାଉନସିଲରମାନେ ଟାଉନ ଥାନାରେ ପହଞ୍ଚି କଂଗ୍ରେସ ବିଧାୟକ ଓ କର୍ମୀମାନଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ।

ଏହାପରେ ସନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ କରାଯାଇଥିଲା । କଂଗ୍ରେସର ମହିଳା କର୍ମୀ ସାଇନା ବେଗମକୁ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରି ତାଙ୍କ ଟଙ୍କା ଚୋରି କରିବା ସହ ଘରେ ପଶି ହତ୍ୟା ଧମକ ଦେଇଥିବାର ଲିଖିତ ଅଭିଯୋଗ କରିଛନ୍ତି ଏବଂ ବିଜେଡିର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଦୁଇ ପ୍ରମୁଖ ଦଳ ମଧ୍ୟରେ ଏହି ବିବାଦ ଆଗକୁ କେଉଁ ରୂପ ନେଉଛି ତାହା ସମୟ ହିଁ କହିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.