ETV Bharat / state

ମିଳିତ ଶ୍ରମିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ମିଳିତ ଶ୍ରମିକ ସଂଘ

ଆଠ ଦଫା ଦାବି ନେଇ ମିଳିତ ଶ୍ରମିକ ସଂଘ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 23, 2019, 10:34 PM IST

ବଲାଙ୍ଗୀର: ଆଠ ଦଫା ଦାବି ନେଇ ମିଳିତ ଶ୍ରମିକ ସଂଘ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ଶ୍ରମିକଙ୍କ ପାଇଁ ଆସୁଥିବା ଅର୍ଥ ହଡପ ହେଉଥିବା ଅଭିଯୋଗ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଯେଉଁଥିରେ ବଲାଙ୍ଗିରର ଆଇଇଟିୟୁସି, ବିଏମଏସ, ଏଚଏମଏସ, ସିଆଇଟିୟୁ ଭଳି ସବୁ ଶ୍ରମିକ ସଙ୍ଗଠନ ସାମିଲ ହୋଇ ମିଳିତ ଭାବେ ଧାରଣା ମଧ୍ୟ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାକୁ ଦାଦନ ମୁକ୍ତ କରିବା ପାଇଁ 134 କୋଟି ଟଙ୍କାର ପାଇଲଟ ପ୍ରୋଜେକ୍ଟରେ ଘୋର ଅନିୟମିତତା ହୋଇଥିବା ଅଭିଯୋଗ ଆଣିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

ସମାନ ଭାବରେ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସରକାରୀ ଲାଭ ମଧ୍ୟ ଜିଲ୍ଲାର ଶ୍ରମିକମାନେ ପାଉ ନଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ମିଳିତ ଶ୍ରମିକ ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ଆଜି ମିଳିତ ଶ୍ରମିକ ସଂଘ ତରପହୃ ବିଭିନ୍ନ ଆଠ ଦଫା ଦାବି ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା। ଏବଂ ଶ୍ରମିକ ମାନଙ୍କ ପାଇଁ ଆସୁଥିବା ଅର୍ଥ ଏଠି ହଡପ ହେଉଥିବାର ଏମାନଙ୍କ ର ମୁଖ୍ୟ ଅଭିଯୋଗ ଥିବା ବେପଵ ତାର ଭିଜିଲାନ୍ସ ତଦନ୍ତ ଦାବି କାର୍ରିଛନ୍ତି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ତର କରିବେ ବୋଲି ଏମାନେ ଦାବି କରିଛନ୍ତି ।

Body:ବଲାଙ୍ଗୀରରେ ଆଜି ମିଳିତ ଶ୍ରମିକ ସଂଘ ତରପହୃ ବିଭିନ୍ନ ଆଠ ଦଫା ଦାବି ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା। ଯେଉଁଥିରେ ବଲାଙ୍ଗିରର ଆଇ ଇଂ ଟି ୟୁ ସି, ବି ଏମ ଏସ, ଏଚ ଏମ ଏସ, ସିଆଇ ଟି ୟୁ ଭଳି ସବୁ ଶ୍ରମିକ ସଂଗଠନ ସାମିଲ ହୋଇଥିଲେ । ଏବଂ ଶତାଧିକ ଶ୍ରମିକ ତଥା କାର୍ଯ୍ୟ କର୍ତ୍ତା ମିଳିତ ଭାବରେ ଏଠି ଧାରଣା ମଧ୍ୟ ଦେଇଥିଲେ। ତେବେ ବଲାଂଗୀର ଜିଲ୍ଲା କୁ ଦାଦନ ମୁକ୍ତ କରିବା ପାଇଁ 134 କୋଟି ଟଙ୍କାର ପାଇଲଟ ପ୍ରୋଜେକଟ ରେ ଘୋର ଅନିୟ ମିତ ତା ହୋଇଥିବାର ଏମାନେ ଅଭିଯୋଗ ଆଣିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ସମାନ ଭାବରେ ଶ୍ରମିକ ମାନଙ୍କ ପାଇଁ ଉଦ୍ଦୀସ୍ଥ ଥିବା ସରକାରୀ ଲାଭ ମଧ୍ୟ ଜିଲ୍ଲାର ଶ୍ରମିକ ମାନେ ପାଉଣା ଥିବାର ଏମାନେ ଅଭିଯୋଗ ଆଣିଛନ୍ତି । ଏବଂ ଏହାର ମଧ୍ୟ ତଦନ୍ତ ଦାବି କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ତର କରିବେ ବୋଲି ଏମାନେ ଦାବି କରିଛନ୍ତି ।
ବାଇଟ ଅରୁଣ ମିଶ୍ର ଶ୍ରମିକ ନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.