ETV Bharat / state

କୋଭିଡ କଟକଣାରେ ହେଲା ଭାଇ ଜିଉନ୍ତା ପୂଜା - ଭାଇ ଜିଉନ୍ତା ପୂଜା

କୋଭିଡ଼ କଟକଣା ମଧ୍ୟରେ ଜାରି ରହିଛି ବଲାଙ୍ଗୀର ସହରରେ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଆଉ ଏହି ପାର୍ବଣ ଋତୁରେ ଚଳଚଞ୍ଚଳ ହୋଇଉଠିଛି ସହର। ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ମା‘ଙ୍କ ପାଖରେ ଭଉଣୀମାନେ କଲେ ଭାଇ ଜିଉନ୍ତା ପୂଜା

author img

By

Published : Oct 13, 2021, 7:53 AM IST

ବଲାଙ୍ଗୀର: କୋଭିଡ଼ କଟକଣା ମଧ୍ୟରେ ଜାରି ରହିଛି ବଲାଙ୍ଗୀର ସହରରେ ମା ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଆଉ ଏହି ପାର୍ବଣ ଋତୁରେ ଚଳଚଞ୍ଚଳ ହୋଇଉଠିଛି ସହର । ଗତକାଲି ସକାଳୁ ସୂର୍ଯ୍ୟଙ୍କ ପୂଜା ପରେ କଳସ ପୂଜା ଓ ପରେ ଏଠି ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ହୋଇଯାଇଛି । ସେହିପରି ଶାସ୍ତ୍ର ଅନୁସାରେ ରାତ୍ରର ଦ୍ଵିତୀୟ ପ୍ରହର ତିଥିରେ ମା’ଙ୍କ ଠାରେ ଭାଇ ଜିଉନ୍ତା ପୂଜା ମଧ୍ୟ କରାଯାଇଛି । ଯେଉଁଥିରେ ସବୁ ମଣ୍ଡପରେ ଭଉଣୀମାନେ ମା’ଙ୍କ ଠାରେ ପୂଜା ଅର୍ଚ୍ଚନା କରିଛନ୍ତି।

କୋଭିଡ କଟକଣା ମଧ୍ୟରେ ମା‘ଙ୍କ ପାଖରେ ଭଉଣୀମାନେ କଲେ ଭାଇ ଜିଉନ୍ତା ପୂଜା

ତେବେ ମହାସପ୍ତମୀ ଶେଷ ମୁହୂର୍ତ୍ତ ଓ ଅଷ୍ଟମୀ ଲାଗିବା ସମୟରେ ମା’ ଦୁର୍ଗାଙ୍କଠାରେ ଏହି ଭାଇ ଯିଉନ୍ତା ପୂଜା କରାଯାଇଥାଏ । ଯାହା କେବଳ ପଶ୍ଚିମ ଓଡ଼ିଶାରେ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ସବୁ ମଣ୍ଡପରେ ଭଉଣୀମାନେ ନିଷ୍ଠାର ସହ ମା’ଙ୍କ ପୂଜା କରିଛନ୍ତି। ଯେଉଁଥିରେ ଭଉଣୀମାନେ ନିଜର ଭାଇ ମାନଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ମା’ ଦୁର୍ଗାଙ୍କଠାରେ ଧୂପ, ନଡ଼ିଆ, ଆଖୁ ଇତ୍ୟାଦିରେ ପୂଜା କରିଥାନ୍ତି। ଏବଂ ପୂଜା ସନ୍ଧ୍ୟାରୁ ଏମାନେ ନିର୍ଜଳା ଉପବାସ ରଖିବା ସହ ସକାଳୁ ଭାଇଙ୍କୁ ସୁରକ୍ଷାର ସୂତା ବାନ୍ଧିଲା ପରେ ଅନ୍ନ ଗ୍ରହଣ କରିଥାନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.