ETV Bharat / state

ବୀମାରୁ ବଞ୍ଚିତ ଅସଲ ଚାଷୀ, ନକଲି ଚାଷୀ ନେଉଛି ଫାଇଦା

author img

By

Published : Aug 13, 2021, 10:24 AM IST

ବଲାଙ୍ଗୀରରେ ପ୍ରକୃତ ଚାଷୀ ବିମାରୁ ବଞ୍ଚିତ ହୋଇଥିବା ବେଳେ ନକଲି ଚାଷୀ ବୀମା ଭୁକ୍ତ ହେଉଥିବାର ସଙ୍ଗୀନ ଅଭିଯୋଗ । ଅଧିକ ପଢନ୍ତୁ...

ବିମାରୁ ବଞ୍ଚିତ ଅସଲି ଚାଷୀ, ନକଲି ଚାଷୀ ନେଉଛି ଫାଇଦା

ବଲାଙ୍ଗୀର: ଜିଲ୍ଲାରେ ପ୍ରକୃତ ଚାଷୀ ବିମାରୁ ବଞ୍ଚିତ ହୋଇଥିବା ବେଳେ ନକଲି ଚାଷୀ ବୀମା ଭୁକ୍ତ ହେଉଥିବାର ସଙ୍ଗୀନ ଅଭିଯୋଗ ଆସିଛି । ସାରା ଜିଲ୍ଲାରୁ ସମାନ ଅଭିଯୋଗ ଆସିଥିବା ବେଳେ ପ୍ରକୃତ ଚାଷୀ ବୀମା ନକରି ପାରି ହଇରାଣ ହେଉଛି । ବଲାଙ୍ଗୀର ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଫସଲ ବୀମାରେ ଘୋର ଦୁର୍ନୀତି ଓ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି ।

ଏଥିପାଇଁ ପ୍ରକୃତ ଚାଷୀ ବୀମା ଭୁକ୍ତ ହୋଇପାରୁ ନାହିଁ । ଏପରି ସ୍ଥଳରେ ନକଲି ଚାଷୀ ବୀମା କରିଥିବାର ଅଭିଯୋଗ ହୋଇଛି । ଅର୍ଥାତ୍ ଜମି ପଟ୍ଟାଧାରି ପ୍ରକୃତ ଚାଷୀ ଯେତେବେଳେ ବୀମା କରିବାକୁ ଯାଉଛି ତା ଜମିରେ ଅନ୍ୟ କେହି ଆଗରୁ ବୀମା କରି ସାରିଥିବାର ଚାଷୀ ଜାଣିବାକୁ ପାଉଛି । ଏଭଳି ଅଭିଯୋଗ ବଲାଙ୍ଗୀର ଜିଲ୍ଲାର ସବୁ ବ୍ଲକ ଆସିଛି । ଅନ୍ୟପଟେ ସରକାର ବୀମା ପାଇଁ ଦେଇଥିବା ସମୟ ସୀମା ସାରି ଥିବାବେଳେ ଚାଷୀ ଏବେ କଣ କରିବ ତାକୁ ନେଇ ଚିନ୍ତାରେ ।

ତେବେ ଜିଲ୍ଲାର ଫସଲ ବୀମା କରିବା ଦାୟିତ୍ଵ ଭାରତୀୟ ଏଗ୍ରୀକଲଚର୍ ଇନ୍ସୁରେସ କମ୍ପାନୀ ନେଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଜିଲ୍ଲାର ପାଞ୍ଚ ଲକ୍ଷ ପଚାଶ ହଜାର ଚାଷୀ ବୀମା କରିଥିବାର କମ୍ପାନୀ କହିଛି । ସେହିପରି ନକଲି ଚାଷୀ ପ୍ରକୃତ ଚାଷୀ ନାଁରେ ବୀମା କରିବା ଅଭିଯୋଗକୁ ମାନିଛି । ଅଭିଯୋଗ ଅନୁସାରେ ପଦକ୍ଷେପ ମଧ୍ୟ ନିଆ ଯାଉଥିବାର ବିଭାଗ କହିଛି । ସେହିପରି ଚାଷୀଙ୍କୁ ତାଙ୍କ ଜମିରେ କିଏ ବୀମା କରିଛି ତାହାର ସୂଚନା ଦେବାପରେ ଚାଷୀ ବିଭିନ୍ନ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡ଼ିଛି । ନିକଟରେ କଣ୍ଟାବାଞ୍ଜି ଓ ଖପ୍ରାଖୋଲ ତଥା ବେଲପଡା ପୋଲିସ୍ କିଛି ନକଲି ଚାଷୀଙ୍କୁ ଗିରଫ ମଧ୍ୟ କରିଛି ।

ତେବେ ପ୍ରକୃତ ଚାଷୀର ଜମିରେ ନକଲି ଚାଷୀ ବୀମା କରିସାରି ଥିବାବେଳେ ପ୍ରକୃତ ଚାଷୀ ଏବେ କଣ କରିବ ତାକୁ ନେଇ ଚିନ୍ତା ବଢ଼ିଛି । କେବେ ହିତାଧିକାରୀ ନିଜ ଜମି ପଞ୍ଜିକରଣ ପାଉଛି ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.