ETV Bharat / state

ସରିଲା ବେଲପଡା ଉପନିର୍ବାଚନ, ଆସନ୍ତାକାଲି ଫଳାଫଳ

author img

By

Published : Dec 22, 2020, 7:37 PM IST

ବଲାଙ୍ଗୀର ଜିଲ୍ଲା ବେଲପଡା ଉପନିର୍ବାଚନ ଶେଷ ହୋଇଛି । 70 ପ୍ରତିଶତ ମତଦାନ ନେଇ ସୂଚନା । ଅଧିକ ପଢନ୍ତୁ...

ସରିଲା ବେଲପଡା ଉପନିର୍ବାଚନ, ଆସନ୍ତାକାଲି ରେଜଲ୍ଟ

ବଲାଙ୍ଗୀର: ଶେଷହେଲା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଉପନିର୍ବାଚନ । ବ୍ୟାଲଟ ବକ୍ସ ଭିତରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍। ତେବେ ଏଠାରେ ବିଜେପି ଗଡ ରକ୍ଷା କରୁଛି ନା ଗଡ ବିଜେଡି ହାତକୁ ଯାଉଛି ତାହା ଗଣତି ପରେ ସ୍ପଷ୍ଟ ହୋଇଯିବ । ଆସନ୍ତାକାଲି(ବୁଧବାର) ରେଜଲ୍ଟ ପ୍ରକାଶ ପାଇବ ।

ସୂଚନା ଅନୁଯାୟୀ 26 ନମ୍ବର ଜିଲ୍ଲାପରିଷଦ ସଦସ୍ୟଙ୍କ ଅକାଳ ବିୟୋଗ ପରେ ଆଜି(ମଙ୍ଗଳବାର) ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ 70 ପ୍ରତିଶତ ମତଦାନ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ସହ ଭୋଟ ପ୍ରକ୍ରିୟା ସରିଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ୮ ପଞ୍ଚାୟତର ୨୯ ହଜାର ୭୦୭ ଭୋଟରଙ୍କ ମଧ୍ୟରୁ ୧୫ ହଜାର ୪୩୭ ପୁରୁଷ ଥିବାବେଳେ ୧୪ ହଜାର ୨୬୦ ମହିଳା ଭୋଟର ରହିଛନ୍ତି । ମତଦାନ ପାଇଁ ମୋଟ ୧୦୧ଟି ବୁଥ୍ କରାଯାଇଥିଲା । ସେଥି ମଧ୍ୟରୁ ଧୁମଭଟା ଓ ଯୁବା ପଞ୍ଚାୟତର ଦୁଇଟି ଲେଖାଏଁ ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଥିଲା ।

ତେବେ ଏହି ଉପନିର୍ବାଚନରେ ବିଜେପିର କୁନୁ ମୁଣ୍ଡା, ବିଜେଡିର ବିଶ୍ୱାମିତ୍ର ବିଶି, କଂଗ୍ରେସର ଗଣ୍ଡାରାମ ବିଶ୍ୱାଳ ଓ କୋଶଲର ଗୁଣନିଧି ନିର୍ବାଚନ ଲଢିଛନ୍ତି । ଏମାନଙ୍କ ଭାଗ୍ୟ ଏବେ ବାଲାଟ୍ ପେପରରେ ସିଲ୍ ହୋଇଯାଇଛି । ଆସନ୍ତାକାଲି(ବୁଧବାର) ଫଳାଫଳ ପ୍ରକାଶ ପାଇବା ପରେ କିଏ ଗଡ ଅକ୍ତିଆର କରୁଛି ତାହା ସ୍ପଷ୍ଟ ହୋଇଯିବ । ଅନ୍ୟପଟେ ଶାନ୍ତିଶୃଙ୍ଖଳା ସହ ମତଦାନ ପରିଚାଳନା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.