ETV Bharat / state

ନିୟନ୍ତ୍ରିତ ବଜାର କମିଟିର କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Nov 17, 2021, 7:44 PM IST

ଧାନ କିଣା ପୂର୍ବରୁ ବଲାଙ୍ଗୀର ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ମାନେ ଆରମ୍ଭ କଲେ କାର୍ଯ୍ୟବନ୍ଦ ଆନ୍ଦୋଳନ । ବର୍ଦ୍ଧିତ ଡିଏ ପ୍ରଦାନ ନକଲେ ଧାନ କିଣାରେ ମଧ୍ୟ ଅସହଯୋଗ କରିବାର ଦେଲେ ଧମକ । ଅଧିକ ପଢନ୍ତୁ

ନିୟନ୍ତ୍ରିତ ବଜାର କମିଟିର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବଲାଙ୍ଗୀର: ଖରିଫ ଋତୁ ଧାନ କିଣା ପୂର୍ବରୁ ନିୟନ୍ତ୍ରିତ ବଜାର କମିଟି ଆରଏମସିର କର୍ମଚାରୀ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବର୍ଦ୍ଧିତ ଡିଏ ଶୀଘ୍ର ପ୍ରଦାନ କରା ନଗଲେ ଏମାନେ ଆଗକୁ ଧାନ କିଣାରେ ଅସହଯୋଗ କରିବେ ବୋଲି ଧମକ ଦେଇଛନ୍ତି । ତେବେ ବଲାଙ୍ଗୀର ଆରଏମସିରେ କାର୍ଯ୍ୟରତ ଥିବା 19 ଜଣ କର୍ମଚାରୀ ଆଜି(ବୁଧବାର) ଏଥିପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଆରଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେପଟେ ସରକାର ଏହି କର୍ମଚାରୀଙ୍କୁ ପ୍ରଥମେ 2019ରେ 5 ପ୍ରତିଶତ ଡିଏ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପରବର୍ତ୍ତୀ ସମୟରେ ଗତ ମାସରେ ସରକାର ପୁଣି ଏହାକୁ 11 ପ୍ରତିଶତ ବୃଦ୍ଧି କରିଥିଲେ ।

ହେଲେ ଏଠି କାର୍ଯ୍ୟରତ ଥିବା କର୍ମଚାରୀ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏଯାଏଁ ଏହି ବର୍ଦ୍ଧିତ ଡିଏ ପାଇ ନାହାନ୍ତି । ଯାହାକୁ ନେଇ ଆଜି ଏମାନେ ଆନ୍ଦୋଳନ କରୁଥିବା ବେଳେ ଦାବି ପୂରଣ ନହେଲେ ଏମାନେ ଆଗକୁ ଧାନ କିଣାରେ ମଧ୍ୟ ଅସହଯୋଗ କରିବେ ବୋଲି କହିଛନ୍ତି । ସେପଟେ ଏଠିକାର ଆରଏମସି ସମ୍ପାଦକ ଏହାର ସମାଧାନ ପାଇଁ ପଦକ୍ଷେପ ନେବା ସହ ଉପରୋକ୍ତ ଅଧିକାରୀଙ୍କୁ ଜଣାଇଥିବାର କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.