ETV Bharat / state

ଜାତିଆଣ ଆକ୍ଷେପ କରି ଚୁଟି କାଟିବାକୁ ମନାକଲେ ସେଲୁନ ମାଲିକ, ଥାନାରେ ଅଭିଯୋଗ

ଜାତିଆଣ ଆକ୍ଷେପ କରି ଯୁବକଙ୍କ ଚୁଟି କାଟିବାକୁ ମନାକଲେ ସେଲୁନ ମାଲିକ । ଥାନାରେ ଅଭିଯୋଗ କଲେ ଯୁବକ । ଅଧିକ ପଢନ୍ତୁ

ଅଛୁଆଁ ଜାତି ହୋଇଥିବାରୁ ଚୁଟି କାଟିବାକୁ ମନା କଲା ବାରିକ
ଅଛୁଆଁ ଜାତି ହୋଇଥିବାରୁ ଚୁଟି କାଟିବାକୁ ମନା କଲା ବାରିକt
author img

By

Published : Dec 8, 2022, 7:00 PM IST

ବଲାଙ୍ଗୀର: ଆଜିବି ସମାଜରୁ ଦୂର ହୋଇନି ଅଛୁଆଁ ପ୍ରଥା । ଜାତିଆଣ ଆକ୍ଷେପ କରି ଯୁବକଙ୍କ ଚୁଟି କାଟିବାକୁ ସେଲୁନ ମାଲିକ ମନା କରିବା ନେଇ ଅଭିଯୋଗ ହୋଇଛି । ଏଭଳି ଆଭିଯୋଗ ଆସିଛି ବଲାଙ୍ଗୀର ଆଗଲପୁର ବ୍ଲକ ଅନ୍ତର୍ଗତ ଇଁସା ଗ୍ରାମରୁ । ଏନେଇ ଥାନାରେ ଅଭିଯୋଗ କଲେ ଯୁବକ ।

ଅଛୁଆଁ ଜାତି ହୋଇଥିବାରୁ ଚୁଟି କାଟିବାକୁ ମନା କଲା ବାରିକ

ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଯୁବକ ଇଁସା ଗ୍ରାମର ସେଲୁନକୁ ଚୁଟି କାଟିବାକୁ ଯାଇଥିଲେ । ହେଲେ ସେଠାରେ ସେଲୁନ ମାଲିକ ତାଙ୍କୁ ଚୁଟି କାଟିବାକୁ ମନା କରିଥିଲେ। ଏଥିସହ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଦୋକାନରୁ ତଡି ଦେଇଥିଲେ । ଏନେଇ ଯୁବକ କାହ୍ନା ସୁନା ଅଭିଯୋଗ କରିଛନ୍ତି । ପ୍ରଥମେ ଆଗଲପୁର ଫାଣ୍ଡି ଓ ପରେ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବକ ଜଣକ । ଏନେଇ ପ୍ରମାଣ ସ୍ବରୂପ ଭିଡିଓ କ୍ଲିପ ଦାଖଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ତବଲା ବାଦକ ଉମେଶ କରଙ୍କ ବିୟୋଗ, ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

ଭାରତୀୟ ସମ୍ବିଧାନରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଥିବା ବେଳେ ଏମାନଙ୍କୁ କାହିଁକି ଏଭଳି ବ୍ୟବହାର କରାଯାଉଛି ତାକୁ ନେଇ ପ୍ରଶ୍ନ କରିଛନ୍ତି କାହ୍ନା ସୁନା । ସେପଟେ ପୋଲିସ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ସଂପୃକ୍ତ ସେଲୁନ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.