ETV Bharat / state

ରବି ଋତୁରେ ଧାନ କିଣା ପାଇଁ ବଲାଙ୍ଗୀର ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ବଲାଙ୍ଗୀର ଜିଲ୍ଲାରେ ଖରିଫ ଋତୁରେ ଧାନ କିଣା ପରେ ରବି ଋତୁରେ ଧାନ କିଣା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିପ ପଢନ୍ତୁ...

author img

By

Published : Apr 13, 2021, 12:53 PM IST

ଧାନ କିଣା ପାଇଁ ବଲାଙ୍ଗୀର ପ୍ରଶସନର ପ୍ରସ୍ତୁତି ଆରମ୍ଭ

ବଲାଙ୍ଗୀର: ଜିଲ୍ଲାରେ ଖରିଫ ଋତୁରେ ଧାନ କିଣା ପରେ ରବି ଋତୁରେ ଧାନ କିଣା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ପ୍ରକୃତ ଚାଷୀ ଚିହ୍ନଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ଧାନ କିଣା ପାଇଁ ବଲାଙ୍ଗୀର ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ବଲାଙ୍ଗୀର ଜିଲ୍ଲାରେ ଅନେକ ବାଦ ବିବାଦ ପରେ ଖରିଫ ଋତୁ ଧାନ କିଣା ସରିଛି । ଏବେ ରବି ଋତୁରେ ଅମଳ ହୋଇଥିବା ଧାନ କିଣା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ। ତେବେ ଏଥର ପ୍ରକୃତ ଚାଷୀ ଚିହ୍ନଟ ସହିତ ପ୍ରକୃତ ଧାନ ଚାଷ ହୋଇଥିବା ଆଧାରରେ ଧାନ କିଣା ପାଇଁ ଟାର୍ଗେଟ ରଖାଯାଇଛି । ଯାହାପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନେତୃତ୍ୱରେ ଆରଆଇଭିଏଲ ଡବ୍ଲୁ ଓ ଯୋଗାଣ ବିଭାଗର କର୍ମଚାରୀ ମାନେ ଗାଁ କୁ ଗାଁ ବୁଲି ପ୍ରକୃତ ଚାଷ ହୋଇଥିବା ଜମିର ହିସାବ ଆରମ୍ଭ କରିଛନ୍ତି ।

ସେହିପରି ପ୍ରକୃତ ଚାଷୀ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଏସବୁ ରିପୋର୍ଟ ଆସିଲା ପରେ ରାଜ୍ୟ ସରକାରଙ୍କ ପାଖକୁ ଧାନ କିଣା ପାଇଁ ଟାର୍ଗେଟ ପଠାଯିବ ବୋଲି ପ୍ରଶାସନ କହିଛି । ତେବେ ଗତ ଖରିଫ ଋତୁରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିବା ପରେ ଏଥର ଧାନ କିଣାକୁ ଦୁର୍ନୀତି ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ସବୁ ପଦକ୍ଷେପ ନିଆଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମହ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.