ETV Bharat / state

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବଲାଙ୍ଗୀର ବ୍ରାହ୍ମଣ ସଂଘ - ଜିଲ୍ଲାପାଳ

ଗୁରୁବାର ବିଭିନ୍ନ ଦାବି ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ବ୍ରାହ୍ମଣ ସମାଜ ।

bramhan samaj
ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବଲାଙ୍ଗୀର ବ୍ରାହ୍ମଣ ସଂଘ
author img

By

Published : May 28, 2020, 5:31 PM IST

ବଲାଙ୍ଗୀର: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବଲାଙ୍ଗୀର ବ୍ରାହ୍ମଣ ସଂଘ । ଗୁରୁବାର ବିଭିନ୍ନ ଦାବି ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ବ୍ରାହ୍ମଣ ସମାଜ ।

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବଲାଙ୍ଗୀର ବ୍ରାହ୍ମଣ ସଂଘ

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାରେ 5 ହଜାରରୁ ଉର୍ଦ୍ଧ୍ବ ବ୍ରାହ୍ମଣ ଓ ପୁରୋହିତ ମାନେ ଥିବାବେଳେ ସେମାନେ ବିଭିନ୍ନ ଧର୍ମୀୟ କାର୍ଯ୍ୟ କରିଆସୁଛନ୍ତି। ଯେଉଁଥିରେ ବିବାହ, ବ୍ରତ ଏକୋଇଶିଆ, ଯଜ୍ଞ ଭଳି ଧର୍ମୀୟ କାର୍ଯ୍ୟ ସହ ବିଭିନ୍ନ ମନ୍ଦିରରେ ଏମାନେ କାର୍ଯ୍ୟ କରି ନିଜ ଓ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।

କୋରୋନା ମହାମାରୀକୁ ନେଇ ଲକଡାଉନ କାରଣରୁ ତିନି ମାସ ହେବ ସବୁ ଧର୍ମୀୟ କାର୍ଯ୍ୟ ବନ୍ଦ ଥିବାରୁ ସେମାନେ ନିଜ ଜୀବିକାରୁ ବଞ୍ଚିତ ହୋଇଛନ୍ତି। ପରିବାର ପାଳିବା ତାଙ୍କ ପାଇଁ ଏବେ ଅସମ୍ଭବ ହୋଇ ଥିବାରୁ ଏବେ ସେମାନେ ସରକାରୀ ସହାୟତା ଦାବି କରିଛନ୍ତି। ଯେଉଁଥିରେ ଗୁରୁବାର ଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ଦେବା ସହ ସମସ୍ତଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.